ଦୁଷ୍କର୍ମ ପରେ ଝିଅଟି ଶେଷ ଚିଠିରେ ଯାହା ଲେଖିଦେଇ ଗଲା…କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ, ଆଉ ସୁଭିବନି ଝିଅର ପାଉଁଜିର ଶବ୍ଦ, ଦେଖନ୍ତୁ ଭିଡିଓ

ମାଆ ମୁଁ ଆଉ ଲୋକ ନିନ୍ଦା ସହି ପାରିଲି ନାହିଁ । କେମିତି ବା ସହି ପାରିଥାନ୍ତି । ମୋ ସହ ଦୁଷ୍କର୍ମ ପରେ ଲୋକ ନିନ୍ଦା ମୋତେ ଏମିତି କରିବା ପାଇଁ ବାଧ୍ୟ ହେଲା । ମୋତେ କ୍ଷମା କରିଦେବ ବାପା, ମୋ ସହ ନାରାୟଣ ଗଉଡ ଯାହା କରିଛି ମୁଁ ଆଉ କୋଉ ମୁହଁ ନେଇ ଚାଲିପାରି ଥାନ୍ତି । ମୋତେ ଆଜି ବହୁତ ଖରାପ ଲାଗୁଛି । ମୁଁ ମୋ ନିଜକୁ ଧିକ୍ କରୁଛି କାରଣ ତମେ ମୋ ପାଇଁ ଲଜ୍ଜତ ଆଜି । ମୋର ଏଭଳି ନିଷ୍ପତ୍ତି ପାଇଁ ବାପା-ମାଆ କେହି ବି ଦାୟୀ ନୁହନ୍ତି ।

ଏ ନିଷ୍ପତ୍ତି କେବଳ ମୋର ଆଇ ଲଭ ୟୁ ବାପା, ଆଇ ଲଭ ୟୁ ମାଆ ମିସ ୟୁ । ବନ୍ଧୁଗଣ ଝିଅର ଏଭଳି ଶେଷ ଚିଠି ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ଘର ବୋହି ଯାଉଛି ଧାର ଧାର ଲୁହ । କେହି ବି ନିଜ କୋହ ସମ୍ଭାଳି ପାରୁ ନାହାନ୍ତି । ଆଉ ଶୁଭିବନି ଝିଅର ପାଉଁଜିର ଶବ୍ଦ କି ମାଆର ଡାକ କାରଣ ଝିଅ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଛି । ଆଜି ଦୁଷ୍କର୍ମର ଲଜ୍ୟାକୁ ସେ ସହି ନପାରି ନିଜ ଜୀବନକୁ ହାରି ଦେଇଛନ୍ତି ଜଣେ ନାବାଳିକା ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜ ନଗର ଜଡାଘାତୁଣୀ ଗାଁରେ । ଘାତୁଣୀ ଗାଁର ରାଜେନ୍ଦ୍ର ଗଉଡଙ୍କ ଝିଅ ପୂଜା ଗଉଡ କିଛି ଦିନ ତଳେ ନଦୀକୁ ଗାଧୋଇ ଯାଉଥିବା ସମୟରେ ଉକ୍ତ ଗାଁର ରମେଶ ଗଉଡଙ୍କ ପୁଅ ନାରାୟଣ ଗଉଡ ପୂଜାକୁ ଏକୁଟିଆ ଦେଖି ତା ସହ ଜୋର ଜବରଦସ୍ତ କରି ଶାରୀରିକ ସମ୍ପର୍କ ରଖିଥିଲା ।

ପରବର୍ତ୍ତୀ ସମୟରେ ଏ ବିଷୟରେ ଅନ୍ୟ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ଧମକ ମଧ୍ୟ ଦେଇଥିଲା । ଯେଉଁଥି ପାଇଁ ପୂଜା ଏ ଘଟଣା ବିଷୟରେ କାହାକୁ ବି କହି ନଥିଲେ । ଏହାର ସୁଯୋଗ ନେଇ ନାରାୟଣ ପୂଜା ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସୁଥିଲା । ଏହା ସହ ସେ ପୂଜାର ଅଶ୍ଳୀଳ ଫଟୋ ମଧ୍ୟ ଉଠାଇ ଥିଲା । ଏହାପରେ ପୂଜା ନିଜ ଘର ଲୋକଙ୍କୁ କହିଥିଲେ । ଏହାପରେ ଦୁଇଜଣଙ୍କ ବିବାହ ପାଇଁ କହିଥିଲେ ବୁଦ୍ଧିଜୀବୀ ।

ହେଲେ ଏଭଳି ବିବାହକୁ ପୁଅର ଘର ଲୋକେ ବାରଣ କରିଥିଲେ । ତେବେ ଝିଅ କାହିଁକି ତା ଘରେ କହିଲା ରାଗି ଯାଇ ଅଶ୍ଳୀଳ ଫଟୋ ଗୁଡିକୁ ଭାଇରାଲ କରିଥିଲା ଅଭିଯୁକ୍ତ ନାରାୟଣ । ଯାହାପରେ ଲୋକ ନିନ୍ଦା ସହି ନ ପାରି ଆରପାରିକୁ ଚାଲି ଯାଇଥିଲେ ପୂଜା । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published.