ପୁଣି ଚର୍ଚ୍ଚାରେ Ranu Mandal, ଟ୍ଵିଙ୍କଲ ଖନ୍ନାଙ୍କ ହିଟ ସଙ୍ଗ ରେ କଲେ ଏମିତି ଡ୍ୟାନ୍ସ କି ଲୋକେ କହିଲେ…ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ ତେବେ କିଛି ଦିନର ନୀରବତା ପରେ ପୁଣି ବାହାରିଛନ୍ତି ରାନୁ ମଣ୍ଡଳ । ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ତେବେ ସେଥିରେ ସେ ମେଲା ଫିଲ୍ମ ର ଏକ ଗୀତରେ ନାଚୁଥିବାର ଦେଖୁବାକୁ ମିଳିଛି । ତେବେ ଏହା ପୂର୍ବରୁ ରାନୁ ମଣ୍ଡଳଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା । ଏଥିରେ ରାନୁ ‘କଚ୍ଚା ବାଦାମ’ ଗୀତ ଗାଉଥିବାର ନଜର ଆସିଥିଲେ ।


କିନ୍ତୁ ଏହି ଭିଡିଓରେ ତାଙ୍କ ଗୀତ ଅପେକ୍ଷା ତାଙ୍କ ଲୁକ୍‌କୁ ନେଇ ବେଶି ଚର୍ଚ୍ଚା ହୋଇଥିଲା । ଏଥିରେ ରାନୁ ଲାଲ୍‌ ରଙ୍ଗର ଶାଢି ସହିତ ଗହଣାରେ ସଜେଇ ହୋଇଥିଲେ । ସେ ବିଲ୍‌କୁଲ ବଙ୍ଗାଳି ବଧୂ ଭଳି ଦେଖାଯାଉଥିଲେ । ତାଙ୍କର ଏହି ଲୁକ୍‌ ଦର୍ଶକମାନଙ୍କୁ ବେଶ୍‌ ଆଶ୍ଚର୍ଯ୍ୟ କରି ଦେଇଥିଲା । ଦର୍ଶକମାନେ ରାନୁଙ୍କର ଏହି ଲୁକ୍‌ ଦେଖି ବୁଝିପାରୁ ନ ଥିଲେ ଯେ ସେ କାହିଁକି ଏମିତି କନ୍ୟା ବେଶରେ ସଜେଇ ହୋଇଛନ୍ତି ।

ଭିଡିଓ ଭାଇରାଲ ହେବା ପରେ ଲୋକେ ରାନୁଙ୍କ ଭିଡିଓର ଖୁବ୍‌ ମଜା ନେଇଥିଲେ । ଏପରି କି, କେହି କେହି ତାଙ୍କୁ କଙ୍ଗନା ରାଣାଓ୍ଵତ୍‌ଙ୍କ ଶୋ’କୁ ଯିବାକୁ ଉପଦେଶ ଦେଇଥିଲେ । ଜଣେ ୟୁଜର ଲେଖି ଦେଇଥିଲେ ଯେ ‘ତୁମକୁ ଏମିତି ଅବସ୍ଥାରେ ଦେଖି ଆମକୁ ଡର ଲାଗୁଛି’ । କହି ରଖୁଛୁ, ଷ୍ଟେସନରେ ‘ଏକ ପ୍ୟାର୍‌ କା ନଗ୍‌ମା ହୈ’ ଗୀତ ଗାଇ ରାତାରାତି ଚର୍ଚ୍ଚାକୁ ଆସି ଯାଇଥିଲେ ରାନୁ ମଣ୍ଡଳ ।

ସେତେବେଳେ ତାଙ୍କ କଣ୍ଠ ଘରେ ଘରେ ଲୋକପ୍ରିୟ ହୋଇଥିଲା । ରାନୁଙ୍କ କଣ୍ଠ ଶୁଣି ଗାୟକ ହିମେଶ ରେଶମିୟା ତାଙ୍କୁ ମୁମ୍ବାଇ ଡାକିବା ସହିତ ନିଜ ଫିଲ୍ମରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ । ତେବେ ସୋସିଆଲ ମେଡ଼ିଆ ମାଧ୍ୟମରେ ଇଣ୍ଟରନେଟ ରେ ଭାଇରାଲ୍ ରାନୁ ମଣ୍ଡଳ ହୁଏତ ନିଜ ପ୍ରଂଶସାକୁ ବଜାଇ ରଖି ପାରିଲେ ନାହିଁ କିନ୍ତୁ ବର୍ତ୍ତମାନ ସେ ଫୁଣି ଗୋଟେ ଥର ସୋସିଆଲ ମିଡ଼ିଆରେ ନିଜକୁ ଫେରେଇ ଆଣିବାରେ ଲାଗିଛନ୍ତି । ଆଜିକାଲି ରାନୁ ମଣ୍ଡଳ ଇଷ୍ଟାଗ୍ରାମ୍ ରେ ରିଲ ବନେଇ ତାଙ୍କ ଫ୍ୟାନ୍ସ କୁ ଖୁବ ମନୋରଞ୍ଜନ ଦେଉଛନ୍ତି ।


ଏବେଯାଏଁ ରାନୁ ମଣ୍ଡଳ ତାଙ୍କ ଗୀତ ଜରିଆରେ ଫ୍ୟାନ୍ସଙ୍କ ହୃଦୟ ଜିତୁଥିଲେ । କିନ୍ତୁ ବର୍ତ୍ତମାନ ରାନୁ ମଣ୍ଡଳ ତାଙ୍କ ନୂଆ ଟ୍ୟାଲେଣ୍ଟକୁ ମଧ୍ୟ ଲୋକମାନଙ୍କ ସାମ୍ନାରେ ଦେଖାଉଛନ୍ତି । ରାନୁ ମଣ୍ଡଳ ଆଜିକାଲି ସୋସିଆଲ୍ ମିଡ଼ିଆ ରେ ତାଙ୍କ ଫ୍ୟାନ୍ସଙ୍କୁ ଡ୍ୟାନ୍ସ ଜରିଆରେ ନିଜ ଦିୱାନା ବନଉଛନ୍ତି । ସୋସିଆଲ ମିଡ଼ିଆରେ ରାନୁ ମଣ୍ଡଳଙ୍କ ଏହି ଡ୍ୟାନ୍ସର ଭିଡ଼ିଓ ଖୁବ ଭାଇରାଲ ହେଉଛି ।

ତେବେ ସେ ଏହି ଗୀତରେ ଗୋଟିଏ ନୀଳ ରଙ୍ଗର ଗାଉନ ପିନ୍ଧିଛନ୍ତି ଏବଂ ଅଣ୍ଟା ରେ ଗୋଟିଏ ଗାମୁଛା ବାନ୍ଧିଛନ୍ତି ତେବେ ନିଜର ଫନି ଡ୍ୟାନ୍ସରେ ସେ ଲୋକମାନଙ୍କ ର ମନୋରଞ୍ଜନ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଏମିତିରେ ଜଣେ ୟୁଜର ସୋସିଆଲ ମିଡ଼ିଆରେ କମେଣ୍ଟ କରି ଲେଖିଛନ୍ତି କି ଏବେ ନା କେହି ୟାଙ୍କୁ ଦେଖିବାକୁ ପସନ୍ଦ କରୁଛନ୍ତି ଆଉ ନା ହିଁ ଶୁଣିବାକୁ । ତେବେ ଆଉ ଜଣେ ୟୁଜର କହିଛନ୍ତି କି ଓ ଭାଇ ଏ ମୁଁ ଦେଖିଦେଲି ମାରୋ ମୁଝେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *