ଝିଅଟି କ୍ୟାମେରା ଆଗରେ କରି ବସିଲା କିଛି ଏମିତି କାଣ୍ଡ, ଯାହା ଏବେ ସୋସିଆଲ ମିଡିଆରେ ନିଆଁ ପରି ହେଉଛି ଭାଇରାଲ, ଦେଖନ୍ତୁ ଏହି Video

ବନ୍ଧୁଗଣ ଚୋରୀ କରିବା ମଧ୍ୟ ଏକ ପ୍ରକାରର କଳା ଅଟେ । ଏହି ଦୁନିଆରେ ଥିବା ଯେକୌଣସି ଲୋକ ଚୋରୀ କରିପାରିବେ ନାହିଁ । ସାଧାରଣତଃ ଚୋର ମାନେ ବହୁତ ଚତୁର ସ୍ଵଭାବର ହୋଇଥାନ୍ତି । ଆଗରୁ ଚୋର ମାନଙ୍କ ସଂଖ୍ୟା ବହୁତ କମ ଥିଲା ହେଲେ ବର୍ତ୍ତମାନ ସମୟରେ ଚୋର ମାନଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ହେଲେ ବନ୍ଧୁଗଣ ଏପରି କିଛି ମନ୍ଦବୁଦ୍ଧି ଚୋର ଅଛନ୍ତି ଯେଉଁ ମାନେ ଚୋରୀ କରିବା ସମୟରେ ଅତି ସହଜରେ ଧରା ପଡିଥାନ୍ତି ।

ଏହି ମନ୍ଦବୁଦ୍ଧି ଚୋର ମାନଙ୍କର କିଛି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ମନ୍ଦବୁଦ୍ଧି ଚୋର ମାନଙ୍କ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ୨୫ ଅଗଷ୍ଟ ଦିଲ୍ଲୀର ନରେଲାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥିଲା । ନରେଲାର ରାସ୍ତାରେ ଏକ ମହିଳା ହାତରେ ପ୍ଯାକେଟ ନେଇ ଆସୁଥିଲେ । ମହିଳାଙ୍କ ପଛେ ପଛେ ଏକ ଚୋର ଆସୁଥିଲା । ଚୋରଟି ହଠାତ ମହିଳାଙ୍କ ପ୍ଯାକେଟ ଧରି ଛଡେଇବା ପାଇଁ ଚେଷ୍ଟା କରିଥିଲା । ହେଲେ ମହିଳା ଜଣକ ନିଜ ପ୍ଯାକେଟ ଛାଡି ନଥିଲେ ଓ ଚୋରକୁ ବହୁତ ଜୋର ସେ ତଳେ ପକାଇ ଥିଲେ ।

ସେହି ସମୟରେ ମହିଳା ଜଣକ ଚୋର ଚୋର କହି ଚିତ୍କାର କରିଥିଲେ । ତଳେ ପକାଇବା ପରେ ମଧ୍ୟ ଚୋର ମହିଳାଙ୍କ ହାତରୁ ଟଙ୍କା ନେଇ ଚାଲିଗଲା । ସିସି ଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

୨. ଆମ ଦ୍ଵିତୀୟ ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଜ ହସ ରୋକୀ ପାରିବେ ନାହିଁ । ଏହି ଭିଡିଓରେ ଏକ ଚୋର ତିନୋଟି ଲୋକଙ୍କ ପାଖକୁ ଆସି ବନ୍ଧୁକ ଦେଖେଇଲା । ବନ୍ଧୁକ ଡରରେ ସମସ୍ତେ ତାକୁ ଟଙ୍କା ଦେଇଦେଲେ ହେଲେ ସେହି ସମୟରେ ଚୋର ହାତରୁ ବନ୍ଧୁକ ତଳେ ପଡିଗଲା । ଏହା ପରେ ଚୋର ସେହି ଲୋକ ମାନଙ୍କୁ ବନ୍ଧୁକକୁ ତଳେ ଉଠାଇ ତା ହାତରେ ଦେବା ପାଇଁ କହିଥିଲା । ତିନି ଜଣଙ୍କ ମଧ୍ୟରୁ ଜଣେ ବନ୍ଧୁକ ଉଠାଇ ଚୋରକୁ ଡରେଇ ଦେଲା ଏହା ପରେ ତିନିଜଣ ମିଶି ଚୋରର ଅବସ୍ତା ଖରାପ କରିଦେଲେ ।

୩. ବନ୍ଧୁଗଣ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ଅଧିକାଂଶ ଲୋକ ଘରେ ଚାକରାଣୀ ରଖୁଛନ୍ତି । ଚାକରାଣୀ ରୋଷେଇ କାମ ଆଦି କରିଥାନ୍ତି । ହେଲେ ଗତ କିଛି ଦିନ ହେବ ଚାକରାଣୀର ଏକ ଚୋରୀ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ରୋଷେଇ କରୁଥିବା ଏକ ଚାକରାଣୀ ରୁଟି ଚୋରୀ କରୁଥିବାର ନଜର ଆସିଛି । ଚାକରାଣୀ ବୋଧେ ମଜବୁରିରେ ରୁଟି ଚୋରୀ କରୁଥିବ । ହେଲେ ଏହି ଭିଡିଓକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

Leave a Reply

Your email address will not be published. Required fields are marked *