କରୋନା ସମୟର ଆମେରିକାର ଗାଁ ହାଟ କେମିତି ? ଏଠାରେ କଣ କଣ ସବୁ ମିଳିଥାଏ ? କଣ ଆପଣ ଜାଣନ୍ତି ? ଦେଖନ୍ତୁ ଏହି Video

ବନ୍ଧୁଗଣ ବର୍ତ୍ତମାନ ଦେଶରେ ଲକଡାଉନ ଜାରି କରାଯାଇଛି । ଗତ ବର୍ଷ ପରି ଏହି ବର୍ଷ ମଧ୍ୟ କରୋନା ମହାମାରୀ ନିଜ କୋପ ବଢାଇଛି । ଦେଶରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜ ପ୍ରାଣ ହରାଇଛନ୍ତି ଓ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି । ବନ୍ଧୁଗଣ କରୋନା ପାଇଁ ସରକାର କେତେକ ଗାଇଡଲାଇନ ଜାରି କରିଛନ୍ତି ।

ଗାଇଡଲାଇନ ଅନୁସାରେ ଜନଗହଳି ଜନିତ ସ୍ଥାନରେ ସମସ୍ତ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ କହିଛନ୍ତି । ଏହି ସମୟରେ ସାଧାରଣତଃ ପାରିବା ହାଟ ଆଦି ସ୍ଥାନରେ ଅଧିକ ଭିଡ ହେଉଛି । ସେଥିପାଇଁ ଏହି ସବୁ ସ୍ଥାନ ଉପରେ ଅଧିକ କଟକଟଣା ଲାଗିଛି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଆମେରିକାର ହାଟ ବିଷୟରେ ଜାଣିଛନ୍ତି । ଆମେରିକାରେ ବର୍ତ୍ତମାନ ଆମେରିକା ହାଟର ଅବସ୍ଥା କେମିତି ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆମେରିକାର ହାଟ ବହୁତ ବଡ ଓ ଭିଡ ମଧ୍ୟ । ହାଟରେ ସମସ୍ତ ପ୍ରକାରର ଫଳ ଓ ପନିପରିବା ଆଦି ଆପଣ ମାନେ ପାଇ ପାରିବେ । ଆମେରିକାର ହାଟ ସାଧାରଣତଃ ସଖାଳ ୮ଟାରେ ଖୋଲେ ଓ ଖରାବେଳ ୧୨ଟାରେ ବନ୍ଦ ହୋଇଯାଇଥାଏ । ଆମେରିକା ହାଟରେ ସମସ୍ତ ପ୍ରକାରର ଜିନିଷ ତଥା ମହୁ ଆଦି ମଧ୍ୟ ମିଳେ । ଏହି ସବୁ ଖାଦ୍ୟ ଜିନିଷ ଗୁଡିକ ବହୁତ କମ ଟଙ୍କାରେ ମିଳିଥାଏ ।

ଆମେରିକାରେ ଏହି କରୋନା କାଳରେ କୌଣସି ପ୍ରକାରର କଟକଣା ନାହିଁ । ସେହି ସ୍ଥାନରେ କୌଣସି ଲୋକ ମାସ୍କ ପିନ୍ଧି ନାହାନ୍ତି । କାରଣ ଆମେରିକାରେ ବହୁତ ଭଲ ଭାବରେ ଟୀକା କରଣ ହୋଇ ସାରିଛି । ଆମେରିକା ହାଟରେ ସମସ୍ତ ପ୍ରକାରର ଖାଦ୍ୟ ଜିନିଷ ତଥା ବ୍ରେକଫାଷ୍ଟ ପାଇଁ ମଧ୍ୟ ଆପଣ ପାଇଯିବେ । ଆମେରିକା ହାଟରେ ଆପଣ ମାନେ ପୋଷାକ ଆଦି ମଧ୍ୟ ପାଇଯିବେ । ବହୁତ ଭିଡ ଓ ଗହଳି ରହୁଛି ଆମେରିକା ହାଟରେ । ଓଡିଶା ଅପେକ୍ଷା ଆମେରିକା ହାଟରେ ଆପଣ ମାନେ ଅଧିକ ଜିନିଷ ଓ କମ ଦରରେ ପାଇବେ ।

ବନ୍ଧୁଗଣ ଆମେରିକା ହାଟରେ ଗୃହପାଳିତ ପଶୁ ମାନଙ୍କର ଖାଦ୍ୟ ମଧ୍ୟ ମିଳିବ । ବନ୍ଧୁଗଣ ଆମ ଓଡିଶା ହାଟରେ ଏମିତି କିଛି ଜିନିଷ ରହିଛି ଯାହା କି ମିଳେ ନାହିଁ ହେଲେ ଆମେରିକାରେ ସେହି ସମସ୍ତ ଜିନିଷ ମିଳେ । ଆମେରିକାର ହାଟକୁ ଦେଖିଲେ ଲାଗିବ ଯେ, ସେପଟେ କରୋନାର କୌଣସି ସଂକ୍ରମଣ ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମେରିକାର ହାଟ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *