Interesting Gk Questions- କ୍ଲାସକୁ ନୂଆ କରି ଝିଅଟେ ଆସିଲା, ସମସ୍ତେ ନାଁ ପଚାରିବାରୁ କହିଲା, 12-01-2001, କଣ ଆପଣ କହି ପାରିବେ ତା’ର ନାମ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ନାଳନ୍ଦା ବିଶ୍ଵ ବିଦ୍ୟାଳୟର ସ୍ଥାପନା କିଏ କରିଥିଲେ ?

ଉତ୍ତର- ନାଳନ୍ଦା ବିଶ୍ଵ ବିଦ୍ୟାଳୟର ସ୍ଥାପନ କୁମାର ଗୁପ୍ତ କରିଥିଲେ ।

୨. ବେଦାଙ୍ଗର ସଂଖ୍ୟା କେତେ ?

ଉତ୍ତର- ବେଦାଙ୍ଗର ସଂଖ୍ୟା ୬ଟି ଅଛି ।

୩. ଆଗ୍ରା ସହରର ସ୍ଥାପନା କିଏ କରିଥିଲେ ?

ଉତ୍ତର- ସିକନ୍ଦର ଲୋଦୀ ଆଗ୍ରା ସହରର ସ୍ଥାପନା କରିଥିଲେ ।

୪. ନୀଳ ଆନ୍ଦୋଳନ କେଉଁଠି ହୋଇ ଥିଲା ?

ଉତ୍ତର- ନୀଳ ଆନ୍ଦୋଳନ ବଙ୍ଗାଳରେ ହୋଇଥିଲା ।

୫. ଦିନ ଆଉ ରାତି କେଉଁ କାରଣ ପାଇଁ ହୋଇଥାଏ ?

ଉତ୍ତର- ପୃଥିବୀର ଘୂରିବା ପ୍ରତିକ୍ରିୟା ଦ୍ଵାରା ଦିନ ଆଉ ରାତି ହୋଇଥାଏ ।

୬. ବିଶ୍ଵର ସବୁଠାରୁ ବଡ ତମ୍ବାର ଖାନା କେଉଁଠି ଅଛି ?

ଉତ୍ତର- ସଂଯୁକ୍ତ ରାଜ୍ୟ ଆମେରିକାରେ ବିଶ୍ଵର ସବୁଠାରୁ ବଡ ତମ୍ବା ଖାନା ଅଛି ।

୭. ବାୟୁ ମଣ୍ଡଳରେ ଅମ୍ଳଜାନ ଗ୍ୟାସର ମାତ୍ରା କେତେ ଅଛି ?

ଉତ୍ତର- ବାୟୁ ମଣ୍ଡଳରେ ଅମ୍ଳଜାନ ଗ୍ୟାସର ମାତ୍ରା ୨୧ ପ୍ରତିଶତ ଅଛି ।

୮. ପୃଥିବୀରେ ଅଧିକତମ ଉଚ୍ଚତା କାହାର ଅଛି ?

ଉତ୍ତର- ପୃଥିବୀରେ ଅଧିକତମ ଉଚ୍ଚତା ମାଉଣ୍ଟ ଏଭରେଷ୍ଟର ଅଛି ।

୯. ଋଷର ଏସିଆ ଭାଗକୁ କଣ କୁହାଯାଏ ?

ଉତ୍ତର- ଋଷର ଏସିଆ ଭାଗକୁ ସାଇବେରିଆ କୁହାଯାଏ ।

୧୦. ଭୂକମ୍ପର ଅଧୟନ ଶାଖାକୁ କଣ କୁହାଯାଏ ?

ଉତ୍ତର- ଭୂକମ୍ପର ଅଧୟନ ଶାଖାକୁ ସୋସ୍ମୋଲଜି କୁହାଯାଏ ।

. ୧୧. ଜଙ୍ଗଲ ମହଲ କୁହା ଯାଉଥିବା କ୍ଷେତ୍ରର ନାମ କଣ ?

ଉତ୍ତର- ଜଙ୍ଗଲ ମହଲା କୁହା ଯାଉଥିବା କ୍ଷେତ୍ରର ନାମ ହେଉଛି ପଶ୍ଚିମ ବଙ୍ଗାଳ ।

୧୨. ବିଶ୍ଵର ମଦର ଉତ୍ପାଦନ ସବୁଠାରୁ ଅଧିକ କେଉଁଠି ହୋଇଥାଏ ?

ଉତ୍ତର- ବିଶ୍ଵରେ ମଦର ଉତ୍ପାଦନ ସବୁଠାରୁ ଅଧିକ ଫ୍ରାନ୍ସରେ ହୋଇଥାଏ ।

୧୩. ଭୁଗଳର ଜନକ କିଏ ?

ଉତ୍ତର- ଭୁଗଳର ଜନକ ହେଉଛନ୍ତି ହେକେଟିୟସ ।

୧୪. ଚୌସାର ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା ?

ଉତ୍ତର- ଚୌସାର ଯୁଦ୍ଧ ସେର ଶାହ ସୂରୀ ଓ ହୁମାୟୁଙ୍କ ମଧ୍ୟରେ ହୋଇଥିଲା ।

୧୫. କ୍ଲାସକୁ ନୂଆ କରି ଝିଅଟେ ଆସିଲା ସମସ୍ତେ ନାଁ ପଚାରିବାରୁ କହିଲା 12-01-2001 କଣ ଆପଣ କହି ପାରିବେ ତା’ର ନାମ ?

ଉତ୍ତର- ଲତା କାରଣ ୧୨ ନମ୍ବରରେ ଆସିବ L ଅକ୍ଷର, ୧ରେ ହେବ A, ୨୦ରେ ହେବ T ଆଉ ୧ରେ ହେବ A ।

Leave a Reply

Your email address will not be published. Required fields are marked *