ଝିଆରୀ ପୁତୁରାକୁ ଝୁରୁଛି ଅଭିଯୁକ୍ତ ଶିବ ଆଉ କହୁଛି…

ନମସ୍କାର ବନ୍ଧୁଗଣ ତେବେ ମାହଙ୍ଗା କୁଶପୁର ଗଣହତୟଆ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା । ଜମିବାଡ଼ି ବିବାଦକୁ ନେଇ ସାନଭାଇ ଶିବ ପ୍ରସାଦ ସାହୁ ନିଜ ବଡ଼ ଭାଇର ପୁରା ପରିବାରକୁ ହତୟଆ କରିଥିବା ସ୍ବୀକାର କରିଛି । ତେବେ ଏହି ଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ଏହାର ଉତ୍ତର ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି କଟକ ଗ୍ରାମାଞ୍ଚଳ ପୋଲିସ । ତଦନ୍ତ ସମୟରେ ମଙ୍ଗରବାର ରାତିରେ ବାଲିଚନ୍ଦ୍ରପୁର ଥାନାରେ ଅଟକ ଥିବା ଶିବ ସାହୁର ବୟାନ ରେକର୍ଡ଼ କରିଥିଲା ପୋଲିସ ।

ତେବେ ପୋଲିସକୁ ଶିବ ସାହୁ ଦେଇଥିବା ବୟାନ ମୁତାବକ” ୧୦-୧୫ ବର୍ଷ ହେଲା ସେମାନଙ୍କ ଉପରେ ମୋର ରାଗ ଥିଲା । ସେମାନେ ମୋତେ ବହୁତ ହଇରାଣ କରୁଥିଲେ ।ସୋମବାର ରାତିରେ ଆମେ ସମସ୍ତେ ଖାଇ ପିଇ ଶୋଇଥିଲୁ । ରାତି ପ୍ରାୟ ଦୁଇଟା ବେଳକୁ ମୋର ନିଦ ଭାଙ୍ଗି ଗଲା । ମୁଁ ଘର ବାହାରକୁ ଯିବା ପାଇଁ ଚାହିଁବାରୁ ଗେଟରେ ତାଲା ପଡ଼ିଥିଲା । ତାଲା ଖୋଲିବା ପାଇଁ ମୁଁ ଭାଉଜଙ୍କୁ ଡାକିଥିଲି ।

କିନ୍ତୁ ଭାଉଜ ତାଲା ଖୋଲିବା ବଦଳରେ ମୋ ସହିତ ଯୁକ୍ତି ତର୍କ କଲେ । ମୁଁ ବିରୋଧ କରିବାରୁ ଭାଇ ଉଠି ଆସି ତାଙ୍କ ପୁଅକୁ କହିଥିଲେ କି କଟୁରୀଟା ଆଣେ ଆଜି ଏଇଟାକୁ ଶେଷ କରି ଦେବା । ପୁତୁରା କଟୁରୀ ଆଣି ମୋତେ ଚୋଟ ମାରିଥିଲା । ମୋର ଗୋଟିଏ ଆଙ୍ଗୁଟି କଟି ଗଲା । ତା ପରେ ସମସ୍ତ ଶୋଇବା ପାଇଁ ଚାଲିଗଲେ” । ତେବେ ମୋ ରୁମକୁ ଯାଇ ସେଠି ପାଖାପାଖି ୧୦ ମିନିଟ କାଳ ମୁଁ ଚିନ୍ତା କଲି ।

ଶେଷରେ ସମସ୍ତଙ୍କୁ ମାରି ଦେବା ପାଇଁ ନିଷ୍ପତ୍ତି କରି ଯେଉଁ କଟୁରୀରେ ମୋତେ ଆକ୍ରମଣ କରିଥିଲେ ସେହି କଟୁରୀ ହାତରେ ଧରି ସେମାନେ ଶୋଇଥିବା ରୁମ ପାଖକୁ ଗଲି । କବାଟ ବାଡେଇବା ପରେ ଭାଉଜ କବାଟ ଖୋଲିଥିଲେ । ଆଉ ପ୍ରଥମେ ଭାଉଜଙ୍କୁ ହାଣିଲି ଆଉ ତା ପରେ ସେହି ଅନ୍ଧାର ଘର ଭିତରେ ମୋ କଟୁରୀ ଆଗରେ ଯିଏ ବି ପଡ଼ିଲା ସମସ୍ତଙ୍କୁ ହାଣି ଚାଲିଥିଲି” ।

ତେବେ ବର୍ତ୍ତମାନ ସେ ଚଣ୍ଡାଶୋକ ରୁ ଧର୍ମାଶୋକ ହୋଇ ଯାଇଛି ଏବଂ କହୁଛି ମୋର ମୋ ଭାଇ ସହ ଶତ୍ରୁତା ଥିଲା କିନ୍ତୁ ସେତେବେଳେ ମୋ ମୁଣ୍ଡ ଉପରେ କଣ ପିତ ଚଢିଥିଲା ମୁଁ କିଛି ନ ବୁଝି ମୋ ଝିଆରୀ ପୁତୁରାକୁ ବି ମାରି ଦେଲି । ମୋତେ କ୍ଷମା କରିଦେବ । ତେବେ ପୋଲିସଠାରୁ ମିଳିଥିବା ସୂଚନା ମୁତାବକ ଶିବ ଗୋଟିଏ ଘଣ୍ଟା ଧରି ଏହି ଭଳି ହଣାକଟା କରିଥିଲା ।

ତେବେ ସମସ୍ତ ମରିଛନ୍ତି ବା ନାହିଁ ତାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ମୃତକଙ୍କ ବଳା ଗଣ୍ଠି ଓ ଗୋଡ଼ର ଗୋଛିକୁ କାଟି ଥିଲା । ତା ପରେ ରକ୍ତ ଛିଟା ଲାଗିଥିବା ନିଜ ଲୁଗାପଟାକୁ ସେଠାରେ ଓହ୍ଲାଇବା ସହ କଟୁରୀକୁ ସେଠାରେ ରଖି ବାଥ ରୁମକୁ ଯାଇ ଗାଧୋଇଥିଲା । ସେତେବେଳେ ଭୋର ହୋଇଯାଇଥିବାରୁ ଘରର ବାହାର ପଟେ ତାଲା ପକେଇ ସାଇକେଲ ଧରି ସେଠାରୁ ପ୍ରଥମେ ଏକ ମେଡିସିନ ଷ୍ଟୋର ଓ ତା ପରେ ଏକ ଜଳିଖିଆ ଦୋକାନକୁ ଯାଇ ଜଳଖିଆ କରିବା ପରେ ନିଜ ମୋବାଇଲରେ ଅପରାଧର ସ୍ବକାରୋକ୍ତି କଥା ନିଜ ବୟାନରେ କହିଛି ଶିବ ।

କିନ୍ତୁ ଶିବ ସାହୁର ସ୍ବୀକାରୋକ୍ତି ଓ ତାର ବୟାନରେ ସତ୍ୟତା ରହିଛି ବା ନାହିଁ ତାହା ଜାଣିବା ପାଇଁ ଅନୁସନ୍ଧାନ ଆରମ୍ଭ କରିଛି ପୋଲିସ । ଏହି ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଛି ବା ନାହିଁ ଓ ହତୟଆ ପୂର୍ବରୁ ମୃତକଙ୍କୁ ଖାଦ୍ୟରେ ଦ୍ରବ୍ୟ ଦିଆଯାଇଥିଲା ବା ନାହିଁ ତାହାର ମଧ୍ୟ ଯାଞ୍ଚ ହୋଉଛି ।

ଏହା ବ୍ୟତୀତ ଅଭିଯୁକ୍ତ ଶିବ ସାହୁର କଲ ଡିଟେଲ ଓ ପୋଷ୍ଟମଟମ ରିପୋର୍ଟ ସହ ଭିସରା ରିପୋର୍ଟ ମଧ୍ୟ ହତୟଆକାଣ୍ଡ ସମ୍ପର୍କରେ ଆଉ କିଛି ତଥ୍ୟ ପ୍ରଦାନ କରିବ ବୋଲି ଅନୁମାନ କରୁଛି ପୋଲିସ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *