ଓଡିଆ ପାଞ୍ଜିର ମହା ଭବିଷ୍ୟବାଣୀ ! ମାଡି ଆସୁଛି ବଡ ବିପଦ, ଭଲ ନାହିଁ 2022 ର ଭବିଷ୍ୟତ, ପ୍ରବଳ ବର୍ଷିବ, ନିଆଁ ଲାଗି ଛାରଖାର କରିବ

ମାଡି ଆସୁଛି ବଡ ବିପତି, ଭଲ ନାହିଁ ୨୦୨୨ର ଭବିଷ୍ୟତ । ପ୍ରବଳ ବର୍ଷିବ, ନିଆଁ ଲାଗି ଛାରଖାର ହେବ । ବନ୍ଧୁଗଣ ୨୦୨୨ ବର୍ଷର ଭବିଷ୍ୟତ ଭଲ ନାହିଁ । ସାରା ବିଶ୍ଵରେ ଚଳିତ ବର୍ଷ ଅନେକ ଝଡ ଝଞ୍ଜା ରହିଛି । କେଉଁଠି ପ୍ରବଳ ବର୍ଷା ହେବ ତ ଆଉ କେଉଁଠି ନିଆଁ ଲାଗି ଛାରଖାର ହୋଇଯିବ ପୁରା ଅଞ୍ଚଳ । ତେବେ ବନ୍ଧୁଗଣ ଏ କଥା ଆମେ ନୁହେଁ ବରଂ ଓଡିଆ ନୂଆବର୍ଷରେ ପାଞ୍ଜିକା କହୁଛି ।

ବସ୍ତା ଠାରୁ ବାଲିଆପାଳ ଆଦି ଅଞ୍ଚଳରେ ଝଡ ବର୍ଷାର ସମ୍ଭାବନା ରହିଛି । କେବଳ ଏତିକି ନୁହେଁ ବରଂ ଅନେକ ସ୍ଥାନରେ ଯୁଦ୍ଧ ଲାଗିବା ସହ କ୍ଷତି ହେବ ବୋଲି ଜଗନ୍ନାଥ ସଂସ୍କୃତି ବେଶକ ସୂର୍ଯ୍ୟ ନାରାୟଣ ରଥ କହିଛନ୍ତି । କେବଳ ଏତିକି ନୁହେଁ ବିଶ୍ଵର ଭାଗ୍ୟକୁ ନେଇ ଅନେକ କଥା କହିଛନ୍ତି ରଥ ସମ୍ରାଟ । ତେବେ ବିପଦର ରକ୍ଷା ପାଇବାକୁ ହେଲେ ଭଗବାନଙ୍କ ପାଖରେ ଶରଣ ପସିବାକୁ ପଡିବ ବୋଲି ସେ କହିଛନ୍ତି ।

ତେବେ ବସ୍ତା ଆଉ ବାଲିଆପାଳକୁ ନେଇ ସେ ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ତାଙ୍କର ଏକ ଭିଡିଓ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ କହୁଛନ୍ତି, ବାଲେଶ୍ଵର, ବସ୍ତା, ବାଲିଆପାଳ ଆଦି ବିଭିନ୍ନ ସ୍ଥାନରେ ବୃଷ୍ଟିପାତ ହେବାର ସମ୍ଭାବନା ଅଛି । ବିଭିନ୍ନ ପ୍ରକାରର ଅଗ୍ନିପାତ ହେବାର ଅଛି ।

ସେ ଯାହାବି ହେଉ କେବଳ ରଥ ସମ୍ରାଟ ନୁହେଁ ପୂର୍ବରୁ ଅନେକ ଜ୍ୟୋତିଷ୍ୟ ମାନେ ମଧ୍ୟ ଏନେଇ ଗଣନା କରିଛନ୍ତି । ୨୦୨୨ରେ ମହାଯୁଦ୍ଧ ହେବ ବୋଲି ପୂର୍ବରୁ ଗଣନା କରି କୁହାଯାଇଥିଲା ଆଉ ଏହା ସତ ମଧ୍ୟ ହେଲା । କାରଣ ୪୫ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧ ସାରା ବିଶ୍ଵ ଦେଖୁଛି ।

ତେବେ ଦୁର୍ବିପାକ କଥା ଶୁଣିଲେ ଲୋକଙ୍କ ମନରେ ଛନକା ପଶୁଚି । ଇଶ୍ଵରଙ୍କ ଶରଣରେ ରହିଲେ ଦୁର୍ବିପାକ କମିଯିବ ବୋଲି ଅନେକ ଜ୍ୟୋତିଷ୍ୟ କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *