ଟଏଲେଟକୁ ନେଇ ବିସ୍ଫୋରକ ବୟାନ ଦେଲା ଶିବ, ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ନମସ୍କାର ବନ୍ଧୁଗଣ ତେବେ ମାହାଙ୍ଗା ଗଣହତୟଆ ଘଟଣାରେ ଏକ ଲୋମଟାଙ୍କୁରା ତଥ୍ୟ ସାମ୍ନାକୁ ଆସିଛି । ସେଦିନ ରାତିରେ ବଡଭାଇର ପରିବାରକୁ ମାରିବା ସମୟରେ ଏକ ଘଟଣା ସମ୍ପର୍କରେ ଅଭିଯୁକ୍ତ ଶିବପ୍ରସାଦ ସାହୁ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ଆଗରେ ସ୍ୱିକାର କରିଛନ୍ତି । ସମସ୍ତେ ମଅରିଇଯିବା ପରେ ସେ ଜଣ ଜଣଙ୍କର ହାତରେ ଓ ଗୋଡରେ ଥିବା ଶିରାକୁ କାଆଟି ପକାଇଥିଲେ । ଶିବପ୍ରସାଦ ଜାଣିଥିଲେ ଯେ ଶିରା କାଆଟିଇଲେ ଆଉ ବଂଚିବାର ସମ୍ଭାବନା ନାହିଁ ।

କାରଣ ସେଇ ବାଟରେ ଶରୀରର ସମସ୍ତ ରକ୍ତ ବାହାରିଯାଏ । ଏବଂ ଶିବପ୍ରସାଦ ନିଶ୍ଚିତ କରିବାକୁ ଚାହୁଁଥିଲେ ଯେ କେହି ଆଉ ଯେମିତି ନ ବଞ୍ଚନ୍ତି । ଶିବ ପ୍ରସାଦ ସାହୁ ପୋଲିସ ଅଧିକାରୀଙ୍କୁ ପୂରା ଘଟଣା ବିଷୟରେ ସ୍ପଷ୍ଟ କରିଛନ୍ତି । ତେବେ ସେଦିନ ରାତି ପ୍ରାୟ ଦେଢଟାରେ ଶିବପ୍ରସାଦଙ୍କ ପତ୍ନୀ ଟଏଲେଟ ଯିବାକୁ କହିଥିଲେ । କିନ୍ତୁ ଟଏଲଟେକୁ ତାଲା ଲଗାଇ ଦେଇଥିଲେ ବଡଭାଇ ଅଲେଖ ସାହୁ । ଘରେ ଗୋଟିଏ ଟଏଲେଟ ଥିଲା ଏବଂ ଅଲେଖ ପ୍ରାୟ ଟଏଲେଟକୁ ବନ୍ଦ କରି ଦେଉଥିଲେ ।

ସାନଭାଇ ଶିବପ୍ରସାଦ ଟଏଲେଟ ଖୋଲିବାକୁ କହିଥିଲେ । କୁଆଡେ ତାଙ୍କ ଭାଉଜ ନିଦରୁ କାହିଁକି ଉଠାଉଛ, ଆମେ ତୁମର କଣ ସିକ୍ୟୁରିଟି ଗାର୍ଡ ବୋଲି କହି ବିରକ୍ତ ହୋଇଥିଲେ । ଏଇଥିରୁ କଥା ଆଗକୁ ବଢିଥିଲା । ଶିବପ୍ରସାଦ ପୋଲିସକୁ କହିଛନ୍ତି, ଏହି ଘଟଣା ପରେ ସେ କିଛି ସମୟ ନିଜ ରୁମକୁ ଯାଇ ବସିଥିଲେ । ଏହା ପରେ କଟୁରୀ ଧରି ଆଗ ଭାଉଜଙ୍କୁ ଆକ୍ରରମଣ କରିଥିଲେ ।

କୁଆଡେ ଗୋଟିଏ ଚୋଅଟରେ ଭାଉଜ ତଳେ ପଡି ଯାଇଥିଲେ । ତେବେ ଏହା ପରେ ଶିବପ୍ରସାଦ ବଡଭାଇ ଅଲେଖସାହୁଙ୍କୁ ଆକ୍ରରମଣ କରିଥିଲେ । ଅଲେଖ ମଧ୍ୟ ଶିବପ୍ରସାଦଙ୍କ ଚୋଅଟକୁ ସହି ପାରିନଥିଲେ । ଏହାପରେ ଦୁଇ ପୁତୁରା ଜଣେ ଝିଆରୀ କାନ୍ଦି କାନ୍ଦି ତାଙ୍କୁ ଛାଡିଦେବାକୁ ନେହୁରା ହୋଇଥିଲେ । କିନ୍ତୁ, ଆଉ ଛାଡିବା ମୁଡ୍ ରେ ନଥିଲେ ଶିବପ୍ରସାଦ । ମାଆରିଇବା ପରେ ସମସ୍ତଙ୍କ ହାତ ଓ ଗୋଡର ଶିରାକୁ କାଆଟିଇ ପକାଇଥିଲେ ।

ଏହି ବର୍ବର ଗଣହତୟଆ ମାମଲାରେ ଅଭିଯୁକ୍ତ ଶିବପ୍ରସାଦକୁ ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ତଦନ୍ତ ଆଗକୁ ବଢିବା ସହ ନୂଆ ନୂଆ ତଥ୍ୟ ପୋଲିସ ହାତକୁ ଆସିବାରେ ଲାଗିଛି । କେବଳ ଜଣେ ବ୍ୟକ୍ତି ଏକୁଟିଆ କେମିତି ୫ ଜଣଙ୍କୁ ହତୟଆ କରିପାରିବ ? ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଆବଶ୍ୟକ ପଡିଲେ କ୍ରାଇମ୍ ସିନ୍ ରିକ୍ରିଏସନ ହୋଇପାରେ ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *