Special Report: ଝିଅର ସ୍ମୃତି ରେ ସାଇକେଲ ଦ୍ଵାରା ବିକିବା ଆରମ୍ଭ କରିଥିଲେ ୱାସିଙ୍ଗ ପାଉଡର, ଆଜି ଠିଆ ହେଇ ଯାଇଛି କୋଟି-କୋଟି ଟଙ୍କାର କମ୍ପାନି

ବନ୍ଧୁଗଣ ସମସ୍ତଙ୍କ ଘରେ ୱାସିଙ୍ଗ ପାଉଡର ଥାଏ । ୱାସିଙ୍ଗ ପାଉଡର ସବୁ ଘରେ ବ୍ୟବହାର କରାଯାଏ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି କାହାଣୀ ବିଷୟରେ କହିବୁ ଯାହା ବିଷୟରେ ଜାଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ଗୋଟେ ବାପା ନିଜ ଝିଅ ପାଇଁ ସାଇକେଲରେ ୱାସିଙ୍ଗ ପାଉଡର ବିକ୍ରି କରି ଧୀରେ ଧୀରେ କୋଟିପତି ହୋଇଗଲା । ହେଲେ ସେହି ବ୍ୟକ୍ତି ଜଣକଙ୍କ ସଫଳତାର ରାସ୍ତା ସହଜ ନଥିଲା । ସେ ବହୁତ କଷ୍ଟ ଓ ସଂଘର୍ଷ କରି ନିଜ ଜୀବନରେ ସଫଳତା ହାସଲ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଭାରତର ୧ ନମ୍ବର ୱାସିଙ୍ଗ ପାଉଡର ‘ନିର୍ମା’ ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ନିର୍ମା କମ୍ପାନୀଟି ବହୁତ ପୁରୁଣା ବନ୍ଧୁଗଣ । ଆପଣ ମାନେ ବହୁତ ବର୍ଷ ହେବ ଏହି କମ୍ପାନୀର ଟିଭି ବିଜ୍ଞାପନ ଦେଖୁଥିବେ । ଏହି ନିର୍ମା ୱାସିଙ୍ଗ ପାଉଡରରେ ଏକ ଝିଅର ଫଟୋ ମଧ୍ୟ ଆପଣ ମାନେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ପାଉଡରର ବିଜ୍ଞାପନରେ ଦେଖା ଯାଉଥିବା ଝିଅର ନାମ ହେଉଛି ‘ନିରୁପମା’ । ଏହି ଝିଅର ନାମରେ ହିଁ ୱାସିଙ୍ଗ ପାଉଡରର ନାମ ନିର୍ମା ରଖାଯାଇଛି ।


ବନ୍ଧୁଗଣ ଏହି ନିର୍ମାର କାହାଣୀ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଯେତେବେଳେ ନିରୁପମା ନିଜ ସ୍କୁଲରେ ପଢୁଥିଲେ ସେତେବେଳେ ଏକ କାର ଦୁ-ର୍ଘ-ଟ-ଣା-ରେ ସେ ନିଜ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ କରସନ ଭାଇ ଓ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଥିଲା । କରସନ ଭାଇ ନିଜ ଝିଅକୁ ବହୁତ ଅଧିକ ଭଲ ପାଉଥିଲେ ।

କରସନ ନିଜ ଝିଅ ପାଇଁ ବହୁତ ବଡ ବଡ ସ୍ଵପ୍ନ ଦେଖିଥିଲେ । ସେ ଚାହୁଁ ଥିଲେ ତାଙ୍କ ଝିଅ ଯେମିତି ଏହି ଦୁନିଆରେ ବହୁତ ବଡ ନାମ କମାଇବ । ହେଲେ ବହୁତ କମ ବର୍ଷ ବୟସରେ ତାଙ୍କ ଝିଅ ତାଙ୍କୁ ଛାଡି ଚାଲିଯାଇଥିଲା । କରସନ ନିଜ ଝିଅ ନାମରେ ଏକ କମ୍ପାନୀ ଆରମ୍ଭ କରିଥିଲେ । ସେହି ପାଉଡର କମ୍ପାନୀରେ ନିଜ ଝିଅର ଫଟୋ ପକାଇ ଝିଅକୁ ସବୁଦିନ ପାଇଁ ଆମର କରିଦେଇଥିଲେ ।

ଏହି ପାଉଡର କମ୍ପାନୀର ଆରମ୍ଭ ୧୯୬୯ ମସିହାରେ ହୋଇଥିଲା । କରସନ ଭାଇ ପଟେଲ ଗୁଜୁରାଟର ବାସିନ୍ଧା ଅଟନ୍ତି । ସେ ସାଇକେଲରେ ବୁଲି ଏହି ପାଉଡରକୁ ବିକ୍ରି କରିଛନ୍ତି । ଧୀରେ ଧୀରେ ଏହି କମ୍ପାନୀଟି ବଡ ହୋଇଯାଇଥିଲା ଓ ଆଜିକୁ କରସନ ଭାଇ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କରସନ ଭାଇଙ୍କ ଜୀବନୀ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *