ଦେଖନ୍ତୁ Video: ଗୀତ ମାଧ୍ୟମରେ ସଚେତନତା ର ବାର୍ତ୍ତା ଦେଲେ Viral ବୟ Trailokya Ray, ଏବେ ସୋସିଆଲ ମିଡିଆରେ ନିଆଁ ଭଳି ହେଇଛି ଭାଇରାଲ

ବନ୍ଧୁଗଣ ଆମ ଓଡିଶାର ଛୁଆ ମାନଙ୍କର ବହୁତ ଟ୍ୟାଲେନ୍ଟ ଅଛି । ଗତ କିଛି ଦିନ ତଳେ ଏକ ଛୋଟ ଛୁଆର ଗୀତ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହୋଇଥିଲା । ସେହି ଛୁଆ ଜଣକ ହେଉଛନ୍ତି ତ୍ରୈଲୋକ୍ୟ ରୟ ।

ତ୍ରୈଲୋକ୍ୟ ସରକାରୀ ସ୍କୁଲ ଉଛେଦକୁ ନେଇ ଏକ ଗୀତ ଗାଇଥିଲେ । ସେହି ଗୀତଟିକୁ ଗାଇ ତ୍ରୈଲୋକ୍ୟ ରାତିଆ ରାତି ହିଟ ହୋଇଗଲେ । ସେ ଖୋର୍ଦ୍ଧା ନିଆଳିରେ ରୁହନ୍ତି । ବର୍ତ୍ତମାନ ତ୍ରୈଲୋକ୍ୟ ପୁଣି ଏକ ଗୀତ କଟକରେ ରେକର୍ଡ କରିଛନ୍ତି । ତ୍ରୈଲୋକ୍ୟ କଣ୍ଠ ଶିଳ୍ପୀ ଅଭିଜିତ ମଜୁନ୍ଦାରଙ୍କ ସହ ମିଶି ଏକ କରୋନା ସଚେତନମୂଳକ ଗୀତ ରେକର୍ଡ କରିଛନ୍ତି ।

ସୋସିଆଲ ମିଡିଆରେ ଏହି ଗୀତଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜିଆମେ ଆପଣ ମାନଙ୍କୁ ଏହି ଗୀତ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ତ୍ରୈଲୋକ୍ୟ ପ୍ରଥମେ ‘ମୁ ପ୍ରଥମ ଶ୍ରେଣୀରେ ପଢୁଛି’ ନାମକ ଏକ ଗୀତ ଗାଇ ବହୁତ ଚର୍ଚାରେ ଥିଲେ । ବର୍ତ୍ତମାନ ସେ ଯେଉଁ ଗୀତ ଗାଇଛନ୍ତି ସେହି ଗୀତଟି କରୋନା ଉପରେ ଅଛି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଜନସାଧାରଣ ମାନଙ୍କୁ ନିୟମିତ ଭାବରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ଘରେ ରହିବା ପାଇଁ ଉପଦେଶ ଦେଇଛନ୍ତି । ତ୍ରୈଲୋକ୍ୟ ଏହି ଗୀତରେ କରୋନା ସଚେତନକୁ ନେଇ କିଛି ମୁଖ୍ୟ କଥା ଗୁଡିକ କହିଛନ୍ତି ।

ମସ୍କ ପିନ୍ଧିବା ଓ ଘରେ ରହିବାକୁ ନେଇ ତ୍ରୈଲୋକ୍ୟ ଗୀତରେ କହୁଛନ୍ତି ଓ ଅମାନିଆ ମାନଙ୍କ ପାଇଁ କରୋନା ବଢୁଛି ବୋଲି ମଧ୍ୟ ସେ କହିଛନ୍ତି । ସାଇ କ୍ରୀଷ୍ଣା ମ୍ୟୁଜିକ ଦ୍ଵାରା ପ୍ରଯୋଜିତ ଏହି ଗୀତକୁ ପ୍ରମୋଦ ପରିଡା ଲେଖିଛନ୍ତି । ଏହି ଗୀତାରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଓଲିଉଡର ଫେମସ ଗାୟକ ଅଭିଜିତ ମଜୁନ୍ଦାର ।

ନିଆରା ଉପାୟରେ ଗୀତଟିକୁ କମ୍ପୋଜ କରାଯାଇଛି ଓ ଏହି ଗୀତଟି ଗାଇ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି କଣ୍ଠ ଶିଳ୍ପୀ ଅଭିଜିତ ମଜୁନ୍ଦାର । ମିଡିଆ ରିପୋର୍ଟସ ଅନୁସାରେ ଅଭିଜିତ କହିଛନ୍ତି-‘ମୁ ବହୁତ ବଡ ବଡ ସିଙ୍ଗର ମାନଙ୍କ ସହ ଗୀତ ଗାଇଛି । ହେଲେ ମୁ ଅଭିଜିତଙ୍କ ସହ ଗୀତ ଗାଇ ବହୁତ ଖୁସି ଅଛି । ସମସ୍ତଙ୍କ ଠାରୁ କିଛି ନା କିଛି ଶିଖିବା ଉଚିତ ।

ବର୍ତ୍ତମାନ ମୁ ସେହି ଛୋଟ ପିଲା ଠାରୁ ବହୁତ କିଛି ସିଖୁଛି ଓ ଆନନ୍ଦ ନେଉଛି । ମୁ ଆଶା କରୁଛି ଯେ, ପିଲାଟି ଗୀତରେ କରୋନା ସଚେତନ ପାଇଁ ଯାହା ସବୁ କହୁଛି ସମସ୍ତ ଲୋକ ତାକୁ ମାନନ୍ତୁ’ । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଗୀତଟି ବହୁତ ଚର୍ଚାରେ ରହିଛି । ତା ହେଲେ ଆପଣ ମାନଙ୍କୁ ଏହି ଗୀତଟି କିପରି ଲାଗିଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ତ୍ରୈଲୋକ୍ୟ ଙ୍କ ଏହି ଗୀତ ପସନ୍ଦ ଆସିଥିଲେ ହୃଦୟରୁ ଗୋଟିଏ ଲାଇକ ଓ ସେୟାର ନିଶ୍ଚୟ କରିବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *