ଚିନ୍ତା ବଢ଼ାଇଲା ଡେଲଟା ପ୍ଲସ ଭାରିଏଣ୍ଟ, ଆକ୍ରାନ୍ତଙ୍କ ଠାରେ ଦେଖାଯାଉଛି ଏହି ନୂଆ ଲକ୍ଷଣ, ଦେଖନ୍ତୁ ଆପଣଙ୍କ ସହ ଏମିତି ହେଉନି ତ ?

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।

ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ ।

ତେବେ କରୋନା ର ଦ୍ଵିତୀୟ ଲହର ବହୁତ ଭୟାନକ ରୂପ ନେବା ପରେ ଏବେ ଏକ ଆହୁରି ନୂତନ କୋଭିଡ ଡେ଼ଲ୍ଟା ପ୍ଲସ ଭାରିଆଣ୍ଟ ଏବେ ଆସି ଗଲାଣି । ତେବେ ଏହା ଅନେକ ସହରକୁ ମଧ୍ୟ ନିଜ କାବୁ ରେ ରଖିବା ଆରମ୍ଭ କରି ଦେଇ ସାରିଲାଣି ତେବେ ଏହା କଣ ଆସନ୍ତୁ ବିସ୍ତାର ପୁର୍ବକ ଆଲୋଚନା କରିବା ।

ଡେ଼ଲ୍ଟା ଭାରିଆଣ୍ଟ କିମ୍ବା B.1.617.2 ଯାହା ସର୍ଵ ପ୍ରଥମେ ଭାରତ ରେ ମିଳିଥିଲା । ଧୀରେ ଧୀରେ ଏହା ଅନ୍ୟ ଦେଶ ରେ ମଧ୍ୟ ଦେଖାଗଲା । ଏହାପରେ କିଛି ପରିବର୍ତ୍ତନ ଯୋଗୁଁ ଡେ଼ଲ୍ଟା ଭାରିଆଣ୍ଟ ପ୍ଲସ ରେ ପରିଣତ ହୋଇଗଲା । ଏହା କରୋନା ଭାଇରସ ଭଳି ମଣିଷ ଶରୀର ଭିତରେ ପଶି ସଂକ୍ରମଣ କରି ଶରୀର କୁ ମଧ୍ୟ ସଂକ୍ରମିତ କରି ଦେଉଛି । ତେବେ ବର୍ତ୍ତମାନ କରୋନା ଭାଇରସ ର ରୂପ ବଦଳିବା ଯୋଗୁଁ ଏହାର ଲକ୍ଷଣ ରେ ମଧ୍ୟ ପରିବର୍ତ୍ତନ ଦେଖା ଗଲାଣି ।

ତେଣୁ ଏହି ଲକ୍ଷଣ ବିଷୟରେ ଜାଣିବା ଆବଶ୍ୟକ । ଡେ଼ଲ୍ଟା ପ୍ଲସ ଭାରିଆଣ୍ଟ ର ସାମାନ୍ୟ ଲକ୍ଷଣ ହେଉଛି ଶୁଖିଲା କାଶ,ଥକାପଣ,ଜ୍ଵର ଆଦି । ଏହା ପରେ ଗମ୍ଭୀର ଲକ୍ଷଣ ବିଷୟରେ ଆଲୋଚନା କଲେ ଛାତି ରେ ଯନ୍ତ୍ରଣା, ଶ୍ୱାସ ଫୁଲିବା,କିମ୍ବା ନିଶ୍ୱାସ ନେବାରେ ଅସୁବିଧା ଏବଂ କଥା ହେବାରେ ମଧ୍ୟ ବହୁତ ଅସୁବିଧା ହୋଇଥାଏ ।

ଏହା ଛଡା WHO ଦ୍ୱାରା ସ୍ୱାସ୍ଥ୍ୟ ଅଧିକାରୀ ହିଁ କିଛି ସାମାନ୍ୟ ଲକ୍ଷଣ କହିଛନ୍ତି । ତ୍ୱଚା ନଷ୍ଟ ହେବା କିମ୍ବା ପାଦ ଆଙ୍ଗୁଠି ର ରଙ୍ଗ ବଦଳିବା,ଗଳା ରେ ଦରଜ ହେବା ଏବଂ ସ୍ୱାଦ କିମ୍ବା ବାସ୍ନା ଜାଣି ପାରିବେ ନାହିଁ । ଏଥି ପ୍ରତି ମଧ୍ୟ ସେହି ସମାନ ନିୟମ କୁ ମାନି ଚଳିବା ଏବଂ ନିଜକୁ ସୁରକ୍ଷିତ କରି ପାରିବା । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *