ଝିଅକୁ ହରେଇ ପାଗେଳୀ ହୋଇଯାଇଛି ମା’ କେତେବେଳେ ତ ହସୁଛି କେତେବେଳେ କାନ୍ଦୁଛି, ଚାରିଆଡେ ଘୁରି ବୁଲୁଛି ମଲା ଝିଅକୁ ଖୋଜି ଖୋଜି…

ବନ୍ଧୁଗଣ, ସୂଚନା ଅନୁଯାୟୀ ନିଜ ନାବାଳିକା ଝିଅ କୁ ହରାଇ ମା’ ପାଗେଳୀ ସାଜିଛି । ଏହି ହୃଦୟ ବିଦାରକ ଦୃଶ୍ୟ ଯିଏ ଦେଖୁଛି ସେ ଦୁଃଖରେ ଭାଙ୍ଗି ପଡୁଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ମା’ ଜଣକ ପାଗେଳୀ ସାଜି କହୁଛନ୍ତି ଯେ “ମୋ ଝିଅ ସ୍କୁଲ ଯାଇଛି ଆସିଲେ ଖାଇବ, ମୁଁ ରାନ୍ଧିକି ରଖିଲେ ମୋ ଝିଅ ଖାଇବ, ମୋ ଝିଅ ସୋୟାବିନ କଶା କୁ ବହୁତ ଭଲପାଏ, ମୁଁ ଯାଉଛି ମୋ ଝିଅ ପାଇଁ ରୋଷେଇ କରିବି, ତମ ଘରେ ସୋୟାବିନ ଅଛି କି କିଛି ଦେଇଥିବ ?

ମୋ ସ୍ଵାମୀ ସୋୟାବିନ ଆଣିଲେ ତୁମକୁ ଦେଇଦେବି, ମୋ ଝିଅ ସେପଟେ ଭୋକରେ ଆସୁଥିବ, ମୁଁ ଯାଏ ସୋୟାବିନ କରିଲେ ମୋ ଝିଅ ଖାଇବ” । ଏହିଭଳି ନିଜ ଝିଅ କୁ ହରାଇ ପାଗେଳୀ ହୋଇଯାଇଛି ମା’ । ବାଉଳି ଚାଉଳି ହେବାରେ ଲାଗିଛି ମା’ ଜଣଙ୍କ । ଝିଅର ମୃ-ତ୍ୟୁ ଖବର ଶୁଣି ମାନସିକ ଭାରସାମ୍ୟ ହରାଇ ବସିଛି ମା’ ଜଣଙ୍କ । ସେ କେତେବେଳେ କାନ୍ଦୁଛି ତ ଆଉ କେତେବେଳେ ହସୁଛି ।

ଆଉ କେତେବେଳେ ସେ ଝିଅ ଝିଅ ହେଉଛି । ମାତ୍ର ଯେତେବେଳେ ସ୍କୁଲ ଛୁଟି ହେଉଛି । ସେତେବେଳେ ମା’ ଜଣଙ୍କ ଝିଅର ଫେରିବା ବାଟକୁ ଅନାଇ ଦୂଆର ବାହାରେ ବସିଛି । ଏହା ସହିତ ଝିଅର ସାଙ୍ଗସାଥୀ ମାନଙ୍କୁ ପଚାରୁଛି ମୋ ଝିଅ କେତେବେଳେ ଆସିବ ? ଘରର ଚାରିପାଖରେ ବୁଲୁଛି, ବେଳେ ବେଳେ ଭୋ ଭୋ ହୋଇ କାନ୍ଦୁଛି, ଝିଅକୁ ପାଗେଳୀ ଙ୍କ ଭଳି ଖୋଜୁଛି ।

ମାତ୍ର ମା’ ର କୋଳକୁ ତା ଝିଅ କେବେ ଫେରିବ ନାହିଁ । ତା’ ଝିଅ ଅଫେରା ରାଇଜକୁ ଚାଲି ଯାଇଛି । ଝିଅ ଆରପାରିକୁ ଚାଲି ଯାଇଛି କିନ୍ତୁ ଝିଅର ମୃତ୍ୟୁ ଖବର ପରେ ପାଗେଳୀ ହୋଇଯାଇଛି ମା’ ଜଣଙ୍କ । ଝିଅ ର ବାପା ଙ୍କର ମଧ୍ୟ ସେହିଭଳି ଅବସ୍ଥା । ମୋବାଇଲ ରେ ସେ ନିଜ ଝିଅର ଫଟୋ କୁ ଦେଖି କାନ୍ଦୁଛନ୍ତି । ବିଧିର ଏ କି ବିଧାନ ? ସୂଚନା ଅନୁଯାୟୀ ଗାଁ ର ପରିତକ୍ତ୍ୟ ସ୍କୁଲରୁ ଝିଅର ମୃ-ତଦେହ ଉଦ୍ଧାର ହୋଇଛି ।

ଏହି ଘଟଣା ଟି ହେଉଛି ଯାଜପୁର ବାଲିଚନ୍ଦ୍ରପୁର ଥାନା ବଡ ବାଲିକୁଦା ଗ୍ରାମର ପଙ୍କଜ କୁମାର ରାଉତ ଙ୍କ ଝିଅ ସାଇ ସ୍ଵରୁପା ଙ୍କ ସହିତ ସେହି ଗ୍ରାମର ସାଗର ବିଶ୍ଵାଳ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସାଗର ଜଣେ ଟ୍ରାକ୍ଟର ଚାଳକ ଥିଲେ, ପରିବାର ଲୋକେ ଝିଅକୁ ମିଶିବାକୁ ଆକଟ କରିଥିଲେ ।

କିନ୍ତୁ ଉଭୟ ପ୍ରେମୀ ଯୁଗଳ ସେହି ଗ୍ରାମର ବିଦ୍ୟାଳୟରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରେମିକାକୁ ନିଜ ଆଖି ଆଗରେ ଜୀବନ ହାରିଥିବାର ଦେଖି ସାଗର ସାହାସ କରିପାରି ନଥିଲା । ଏହାପରେ ପୋଲିସ ସାଗର କୁ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *