‘ମୋ ଗୀତ ଶୁଣି ମହାମହିମ Draupadi Murmu ମତେ ଫୋନ କଲେ ଆଉ କହିଲେ କି ତୁମେ ଯେପରି ଗୀତ…’ ଓଡିଆ ପ୍ଲେବ୍ୟାକ ସିଙ୍ଗର Saroj Jena

ବନ୍ଧୁଗଣ, ଆପଣ ମାନେ ଓଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ସରୋଜ ଜେନା ଙ୍କର ଗୀତ ନିଶ୍ଚିତ ଭାବରେ ଶୁଣିଥିବେ । ଏହା ସହିତ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇ ଆସିଛନ୍ତି । ତାଙ୍କୁ ଶୋନୁ ନିଗମ ଙ୍କର ଦ୍ଵିତୀୟ କଣ୍ଠ ବୋଲି କୁହାଯାଇଅଛି । ବିଭିନ୍ନ ଗୀତ ତାହା ରୋମାଣ୍ଟିକ ହେଉ କିଅବା ସିନେମାରେ ହେଉ କିଅବା ଇଲେକ୍ସନ ଗୀତ ହେଉ ସେ ଅନେକ ଗୀତ ଗାଇଛନ୍ତି । ସବୁଠାରୁ ବଡ କଥା ହେଉଛି ଯେ ବର୍ତ୍ତମାନ ଯାହା ତାଙ୍କର ଗୀତ ଥିଲା ଯାହାକି ବହୁତ ଭାଇରାଲ ମଧ୍ୟ ହୋଇଥିଲା ତାହା ହେଉଛି “ଦ୍ରୌପଦୀ ମୁର୍ମୁ” ହେବେ ରାଷ୍ଟ୍ରପତି ।

ଏହି ଗୀତଟି ତାଙ୍କୁ ଓଡିଶାରେ ଏକ ନୂଆ ପରିଚୟ ଦେଇଥିଲା । ଏହାପରେ ନିଜେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରୋଜ ଜେନା ଙ୍କୁ ଫୋନ କରିଥିଲେ, ତାଙ୍କ ସହିତ କଥା ମଧ୍ୟ ହୋଇଥିଲେ । ଏହି ପ୍ରସଙ୍ଗ କୁ ନେଇ ସରୋଜ କହିଥିଲେ ଯେ ଏହିସବୁ ବିଷୟରେ ସେ କେବେ କାହାକୁ କହିନାହାଁନ୍ତି । ମାତ୍ର ଗୋଟିଏ ସତକଥା ହେଉଛି ଯେ ଏହା ଓଡିଶା ଇତିହାସରେ ଏକ ପ୍ରଥମ ଗୀତ ଥିଲା ।

ସେ କହିଥିଲେ ଏହି ଗୀତଟି ହଠାତ ପରିକଳ୍ପନ ହୋଇଥିଲା ଯେତେବେଳେ ଓଡିଶାରୁ ପ୍ରଥମଥର ପାଇଁ ଗୋଟିଏ ବିରଳ ଖବର ଥିଲା ଆମ୍ଭ ମାନଙ୍କ ପାଇଁ ଯେ ଓଡିଶାରୁ ଜଣେ ପ୍ରାର୍ଥନୀ ହେବେ ରାଷ୍ଟ୍ରପତି ନିମନ୍ତେ । ଏହା ଆମ୍ଭ ସମସ୍ତଙ୍କ ପାଇଁ ବହୁତ ଗର୍ବ ତଥା ଗୌରବର ବିଷୟ ଥିଲା । ସେତେବେଳେ ସରୋଜ ଚିନ୍ତା କରିଥିଲେ ଯେ ଦ୍ରୌପଦୀ ମୁର୍ମୁ ଙ୍କୁ ଡେଡିକେଟ କରି ଗୋଟିଏ ଗୀତ କରିବେ । ଏହି ଗୀତରେ ମ୍ୟୁଜିକ ମାନସ କୁମାର ଦେଇଥିଲେ, ଗୀତଟିକୁ ସୁନ୍ଦର ଭାବରେ ଲେଖିଥିଲେ ବିଭୁତି ସ୍ଵାଇଁ, ଏବଂ ସରୋଜ କଣ୍ଠଦାନ କରିଥିଲେ ।

ସେହି ଗୀତଟିକୁ ବିଭିନ୍ନ ଗଣମାଧ୍ୟମରେ ଦେଖାଯାଇଥିଲା ଏହାପରେ ତାହା ବହୁଳ ଭାବରେ ଭା-ଇ-ରା-ଲ ହେବାକୁ ଲାଗିଥିଲା । ସରୋଜ କହିଛନ୍ତି ଯେ ଏହା ସତ କଥା ଅଟେ ଯେ ମହାମହିମା ରାଷ୍ଟ୍ରପତି ଙ୍କ ଫୋନ ତାଙ୍କ ନିକଟକୁ ଆସିଥିଲା । ସେ ସୋଫାରେ ବସିଥିଲେ ହଠାତ ସୋଫାରୁ ତଳକୁ ଗଳିପଡିଥିଲେ, କାରଣ ତାଙ୍କୁ ବିଶ୍ଵାସ ହେଲାନାହିଁ ଯେ ତାଙ୍କ ସହିତ ଯିଏ କଥା ହେଉଛନ୍ତି ସେ ମହାମହିମା ରାଷ୍ଟ୍ରପତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରୋଜ ଙ୍କୁ ବହୁତ ଭଲପାଇବା ଦେଲେ ତଥା ବହୁତ ଆଶୀର୍ବାଦ କରିଲେ । ଆଗାମୀ ଭବିଷ୍ୟତ କିଭଳି ଉଜ୍ଵଳମୟ ହେଉ ସେଥିପାଇଁ ରାଷ୍ଟ୍ରପତି ତାଙ୍କୁ ଶୁଭକାମନା ଜଣାଇଥିଲେ ବୋଲି ସରୋଜ କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *