ଅନୁଭବ ବର୍ଷାଙ୍କ ଛାଡପତ୍ରକୁ ନେଇ ମୁହଁ ଖୋଲିଲେ Prakruti Mishra, କହିଲେ ‘ବାଡା ବାଡି ହେଇକି ଛିଲା ଛାପଟା ହେଇକି ରହିବା ଠାରୁ ଭଲ ନିଜ ସେଲ୍ଫ ରେସପେକ୍ଟ ପାଇଁ…’

ବନ୍ଧୁଗଣ, ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ଛାଡପତ୍ର ମାମଲା ବର୍ତ୍ତମାନ କୋର୍ଟ ରେ ବିଚାରଧିନ ଅବସ୍ଥାରେ ରହିଛି । ଏହାକୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ର ନିଜର କିଛି ଏଭଳି ମତ ରଖିଛନ୍ତି, ଆସନ୍ତୁ ଏ ନେଇ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ପ୍ରକୃତି ମିଶ୍ର କହିଛନ୍ତି ଯେ ତାଙ୍କର ଗୋଟିଏ ଡିଫରେଣ୍ଟ ଟେକ ଅଛି ଏହି ଜିନିଷରେ ଯେତେବେଳେ ଦୁଇଲୋକ ଏକା ସାଙ୍ଗରେ ନିଷ୍ପତ୍ତି ନେଇ ବିବାହ କରନ୍ତି ।

ମାତ୍ର ଗୋଟିଏ ନିର୍ଦ୍ଧିଷ୍ଟ ସମୟରେ ଯେତେବେଳେ ତାହା ଚାଲି ନଥାଏ, ବାଡା ବାଡି ହୋଇ ଚିଲାଚିଲି ହୋଇ ରହିବା ଠାରୁ ଭଲ ନିଜ ସ୍ଵାଭିମାନ କୁ ଜଗି ଅଲଗା ହୋଇଯିବା କଥା । ଯଦି ଦୁଇ ପକ୍ଷ ମଧ୍ୟରୁ ଗୋଟିଏ ପକ୍ଷ ମଧ୍ୟ ଏହି ସମ୍ପର୍କରେ ଖୁସି ନାହାଁନ୍ତି ତେବେ ନିଶ୍ଚିତ ଭାବରେ ଅଲଗା ହୋଇଯିବା କଥା ।

ସ୍ଵାମୀ ସ୍ତ୍ରୀ ଙ୍କ ଦ୍ଵାରା ଗୋଟିଏ ସଂସାର ଗଢାଯାଇଥାଏ, କିନ୍ତୁ ଉଭୟ ଯଦି ଏଥିରେ ଖୁସି ନାହାଁନ୍ତି ତେବେ ସେହି ସମ୍ପର୍କରେ ବିତୃଷ୍ଣଭାବ ନିଶ୍ଚିତ ଭାବରେ ଆସିଥାଏ । ଏଥିପାଇଁ ଅନୁଭବ ଗୋଟିଏ ପଦକ୍ଷପ ନେଇଛନ୍ତି ନିଜ ଜୀବନରେ । କାରଣ ସେ ଏହି ସମ୍ପର୍କରେ ଖୁସିରେ ନଥିଲେ । ବ୍ୟକ୍ତିଗତ ଭାବରେ ପ୍ରକୃତି, ଅନୁଭବ ଙ୍କ ସମ୍ବନ୍ଧରେ ସବୁ ଜାଣିଛନ୍ତି ଯେ ସେ କେଉଁଭଳି ସିଚୁଏସନ ଗତି କରି ଯାଉଥିଲେ ଏବଂ କ’ଣ ତାଙ୍କୁ ମେଣ୍ଟାଲ ପ୍ରେସର ହୋଇଥିଲା ।

ଅନୁଭବ ଙ୍କୁ କାହା ସହିତ ରହିବାକୁ ଅଛି ତଥା କାହା ସହିତ ରହିବାର ନାହିଁ, ତାହା ସଂପୂର୍ଣ୍ଣ ଭାବରେ ଅନୁଭବ ଙ୍କ ଉପରେ ନିର୍ଭର କରେ ବୋଲି ପ୍ରକୃତି କହିଛନ୍ତି । ପ୍ରକୃତି ଏହା ମଧ୍ୟ କହିଛନ୍ତି ଯେ ସବୁଠାରୁ ଗୁରୁତ୍ଵ ହେଉଛି ଯେ ନିଜ ସ୍ଵାଭିମାନ କୁ ସବୁଠାରୁ ଉଚ୍ଚରେ ରଖିବେ, ଯଦି ମତେ କିଏ ଆଘାତ କରୁଛି ଏବଂ ମୁଁ ସେଥିରେ ଖୁସି ନାହିଁ ତେବେ ନିଶ୍ଚିତ ଭାବରେ ସେହି ଜାଗାରେ ଆଦୌ ରହି ହେବ ନାହିଁ ।

ବର୍ତ୍ତମାନ ଡିଭୋର୍ସ କେସ ଚାରିଆଡେ ଦେଖିବାକୁ ମିଳୁଛି । ଏହା ନୁହେଁ କି କେବଳ ଓଡିଶାରେ ତାହା ଚାଲିଛି । ଏହା ସଂପୂର୍ଣ୍ଣ ଭାବରେ ଏକ ବ୍ୟକ୍ତିଗତ ବିଷୟ ଅଟେ । ମାତ୍ର ଏହାକୁ ନେଇ ମି-ଡି-ଆ ଯେଉଁଭଳି ଖବର ପ୍ରସାରିତ କରିଛି ସେଥିରେ ଅନୁଭବ ଏବଂ ବର୍ଷା ଉଭୟ ବହୁତ ମାନସିକ ଚାପରେ ରହିଛନ୍ତି । ଏହା ସହିତ ପ୍ରକୃତି କହିଛନ୍ତି ଯେ ବର୍ତ୍ତମାନ ସେ ବହୁତ ଖୁସି ଅଛନ୍ତି ଯେ ଅନୁଭବ ବହୁତ ଭଲରେ ଏ ସବୁ କୁ ହ୍ୟାଣ୍ଡେଲ କରୁଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *