Odia Gk Questions- ଏମିତି କେଉଁ କାମ ଅଛି ଯାହାକୁ ଦିନରେ କରିଲେ ଘର ଲୋକ ମନା କରନ୍ତି କିନ୍ତୁ ରାତିରେ କରିଲେ କେହି ମନା କରନ୍ତି ନାହିଁ ? କଣ ଆପଣ କହି ପାରିବେ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହା ଛାତ୍ର ଛାତ୍ରୀ ମାନଙ୍କୁ ସହାୟତା କରିବ । କିଛି ପ୍ରଶ୍ନ ଉତ୍ତର ଏଭଳି ରହିଛି ଯାହା ସାଧାରଣତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପଯୁକ୍ତ ହେବ । ତେବେ ଆସନ୍ତୁ ଜାଣିନେବା ସେହି ବିବରଣୀ ସମ୍ବନ୍ଧରେ ।

୧;- ତାହା କଣ ଯାହା ଆମ ପାଖରେ ଅଛି, ଆମେ ତାକୁ ଦେଖିପାରିବା କିନ୍ତୁ ଧରି ପାରିବା ନାହିଁ ?

ଉତ୍ତର;- ଛାଇ ।

୨;- ଗୋଟେ ୧୦ ଫୁଟ ଚଉଡାର ରାସ୍ତା ଅଛି, ଦୁଇକରେ ଦୁଇଟି ବସ ଡ୍ରାଇଭର ଆସୁଛନ୍ତି ସେ କେମିତି ଯିବେ ?

ଉତ୍ତର;- ବସ ଡ୍ରାଇଭର ଆସୁଛନ୍ତି ବସ ଆସୁନି ।

୩;- ଗୋଟିଏ ବିଲେଇର ତିନୋଟି ଛୁଆ ଅଛି, ତାଙ୍କ ନାମ ହେଉଛି ଜାନୁଆରୀ, ଫେବୃୟାରୀ, ଓ ମାର୍ଚ୍ଚ, ବିଲେଇର ନାମ କ’ଣ ?

ଉତ୍ତର;- କଣ ।

୪;- ଏମିତି କେଉଁ ଫଳ ଅଛି ଯାହା ଯେତେ ମିଠା ହେଉ ପଛେ ବିକ୍ରି ହୋଇପାରିବ ନାହିଁ ?

ଉତ୍ତର;- କର୍ମ ଫଳ ଏବଂ ଅପେକ୍ଷାର ଫଳ ।

୫;- ନଦୀର ଆର ପଟରେ ଅଟାକଳ ଅଛି, ରାମ ଅଟା ଫେସେଇବାକୁ କେମିତି ଯିବ ?

ଉତ୍ତର;- ଅଟା ପେସାଯାଏନାହିଁ, ଗହମ ପେସାଯାଏ ।

୬;- ତାହା କ’ଣ ଯାହା ଆସିଲେ ଲୋକମାନେ ଆମକୁ ବାଡାନ୍ତି ?

ଉତ୍ତର;- ରାଗ (କ୍ରୋଧ) ।

୭;- ଦୁଇଟି ଯାଆଁଳା ପିଲା ଆଦର୍ଶ ଓ ଅନୁପମ ମଇରେ ଜନ୍ମ ହେଲେ, କିନ୍ତୁ ତାଙ୍କ ଜନ୍ମଦିନ ଜୁନରେ ପଡେ ଏହା କିପରି ସମ୍ଭବ ?

ଉତ୍ତର;- ମଇ ଏକ ସହରର ନାମ ଅଟେ ।

୮;- ପିଲାମାନେ ସ୍କୁଲ କାହିଁକି ଯାଆନ୍ତି ?

ଉତ୍ତର;- ସ୍କୁଲ ପିଲାଙ୍କ ପାଖକୁ ଆସେନାହିଁ ।

୯;- କିଏ ବୁଡିବାର ସମସ୍ତେ ଦେଖନ୍ତି ମାତ୍ର କେହି ଉଦ୍ଧାର କରିବା ପାଇଁ ଯାଆନ୍ତି ନାହିଁ ?

ଉତ୍ତର;- ସୂର୍ଯ୍ୟ ।

୧୦;- ଝିଅ ବାହାହେବା ପରେ ସେ ତାର ବାପାଙ୍କୁ ଛାଡିଲା ଶ୍ଵଶୁର ପାଇଲା, ମାଆଙ୍କୁ ଛାଡିଲା ଶାଶୁ ପାଇଲା, ଭାଇକି ଛାଡିଲା ଦିଅର ପାଇଲା, ଭଉଣୀକୁ ଛାଡିଲା ନଣନ୍ଦ ପାଇଲା, ସେ କାହାକୁ ଛାଡିଲା ସ୍ଵାମୀକୁ ପାଇଲା ?

ଉତ୍ତର;- ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ଯୌବନତା ।

୧୧;- ମୁଁ ରବର ଫିଟା ପରି ଅଟେ, ପ୍ରକୃତି ସହ ବାନ୍ଧି କି ଥାଏ ଏବଂ ମୁଁ ଆକାଶରେ ରହେ ମୁଁ କଣ ଅଟେ ?

ଉତ୍ତର;- ଇନ୍ଦ୍ରଧନୁ ।

୧୨;- ଏମିତି କେଉଁ ଜିନିଷ ଅଛି ଯାହାକି ପକ୍ଷୀର ପରଠୁ ବି ହାଲୁକା, କିନ୍ତୁ ବଡ ବଡ ବଳବାନ ଲୋକମଧ୍ୟ ତାକୁ କିଛି ସମୟ ପର୍ଯ୍ୟନ୍ତ ଅଟକାଇ ପାରନ୍ତି ?

ଉତ୍ତର;- ଶ୍ଵାସ ।

୧୩;- ଏମିତି କେଉଁ କାମ ଅଛି ଯାହାକୁ ଦିନରେ କରିଲେ ଘର ଲୋକ ମନା କରନ୍ତି କିନ୍ତୁ ରାତିରେ କରିଲେ କେହି ମନା କରନ୍ତି ନାହିଁ ?

ଉତ୍ତର;- ଶୋଇବା କାମ । ତେବେ ବନ୍ଧୁଗଣ ଏହି ଓଡିଆ ପ୍ରଶ୍ନ ଉତ୍ତରର ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *