‘ବାହାଘର ପରେ ସବ୍ୟ କାହିଁକି ରଖିଲେ ଦାଢି ?’ Papu PomPom ଙ୍କ ପ୍ରଶ୍ନର ମଜାଦାର ଉତ୍ତର ଦେଲେ Sabyasachi, ହସି ହସି ବେଦମ ହେଲେ ଲୋକ…

କିଛି ଦିନ ତଳେ ନାଡିଘୋଷ ର ପ୍ଲାଟଫର୍ମ ରେ ହେଉଥିବା ସକାଳର କାର୍ଯ୍ୟକ୍ରମ ରେ ଓଲିଉଡ ଦୁନିଆ ର ପ୍ରସିଦ୍ଧ ଲୋକ ପ୍ରିୟ କଳାକାର ସବ୍ୟସାଚୀ ଓ ଅର୍ଚିତା ଦୁହେଁ ସ୍ଵାମୀ ସ୍ତ୍ରୀ ଙ୍କୁ ଏକତ୍ର ଦେଖିବାକୁ ମିଳିଥିଲେ । ବିବାହ ପରେ ଏକତ୍ର ପ୍ରଥମ ଥର ପାଇଁ ଏହି ପରି କୌଣସି କାର୍ଯ୍ୟକ୍ରମ କୁ ଆସିଥିବା ଭଳି ପ୍ରତୀତ ହେଉଥିଲା । ଏପରି ରେ କାର୍ଯ୍ୟକ୍ରମରେ ଆଙ୍କରିଙ୍ଗ କରୁଥିବା ପ୍ରସିଦ୍ଧ ହାସ୍ୟ ଅଭିନେତା ପପୁ ପମପମ ଦୁହେଁ ସବ୍ୟସାଚୀ ଓ ଅର୍ଚିତା ଙ୍କୁ ମଞ୍ଚ ଉପରେ ଆସିବା ପାଇଁ ଅନୁରୋଧ କରିଥିଲେ ।

ଏହା ପରେ ମଞ୍ଚ ଉପରକୁ ଆସିବା ପରେ ପପୁ ପମପମ ନିଜର ଅନ୍ଦାଜ ରେ ସବ୍ଯସାଚୀ ଙ୍କୁ ଏପରି ପ୍ରଶ୍ନ କରିଥିଲେ କି,  ସାଧାରଣତଃ ପୁଅ ମାନେ ବିବାହ ପୂର୍ବରୁ ଦାଢି ରଖିଥାନ୍ତି ଓ ବ୍ବାହ ପରେ କ୍ଳିନ ସେଭ କରି ରହିତହନ୍ତି । କିନ୍ତୁ ଏଠାରେ ସବୁ କିଛି ବିପରୀତ ଥିବାର ଦେଖିବାକୁ ମିଳୁଛି ।

ଏହାର କାରଣ କଣ ହୋଇପାରେ ? ତହଚଡ କଣ ବିବାହ ପରେ ସାଂସାରିକ ମୋହ ଆସିଗଲା କି ଓ ଏହି ସୁଖ ସଂସାର ର ମୂଳ ମନ୍ତ୍ର କଣ ଏହି ସବୁ କୌତୁହଳ ପୂର୍ଣ୍ଣ ପ୍ରସନ୍ନ ର ଉତ୍ତର ରେ ସବ୍ୟସାଚୀ କହିଥିଲେ, ସଂସାର ଗାଡି ଗଡିବ ଭଲ ତେବେ ସ୍ତ୍ରୀ କୁ ମାରୁ ଥା ତେଲ । ନିଜ ଅନ୍ଦାଜରେ ଏପରି ଅନେକ ହାସ୍ୟ କଥା ମାନ କୁ ସେ ମଞ୍ଚ ଉପରେ କହିଥିଲେ । 

ଏହାର ଏକ ଅର୍ଥ ଏହା ମଧ୍ୟ କି ଦର୍ଶକ ବନ୍ଧୁ ବୋଧ ହୁଏ ସବ୍ୟସାଚୀ ଙ୍କର ଏପରି ଦାଢି ରଖିବା ଅର୍ଚିତା ଙ୍କର ପସନ୍ଦ ହୋଇ ପାରେ । ଯାହା କାରଣ ରୁ ସେ ବିବାହ ପରେ ତାଙ୍କର ଦାଢି କୁ କାଟୁ ନାହାନ୍ତି । ଏପରି ସେହି ମଞ୍ଚରେ ଅନେକ ସମୟ ଧରି ଥଟା ମଜା କରିବା ପରେ ସବ୍ୟସାଚୀ ଓ ଅର୍ଚିତା ରଙ୍ଗବତୀ ଗୀତ ଗାଈ ନାଚି ମଧ୍ୟ ଥିଲେ । ଏହି ସବୁ ସହ ସବ୍ୟସଚୀ ସେଠାରେ ନିଜ ଆସୁଥିବା ନୂଆ  ଡ୍ରେସ ବ୍ରାଣ୍ଡ କୁ ମଧ୍ୟ ପ୍ରଥମ ଥର ପାଇଁ ଲଞ୍ଚ କରିଥିଲେ ।

ଯାହାର ନାମ ହେଉଛି ସ୍ମାଇଲ ପ୍ଳିଜ । ଏହି ବ୍ରାଣ୍ଡ ର ଆଇଡିଆ ତାଙ୍କୁ କୋବିଡ ସମୟ ଠାରୁ ହିଁ ଆସିଥିଲା । ଯାହାକୁ ସେ ଖୁବ ଶୀଘ୍ର କିଛି ଦିନ ମଧ୍ୟରେ ଲଞ୍ଚ କରିବାକୁ ଯାଉଛନ୍ତି । ଏହି ବ୍ରାଣ୍ଡ ଟିକୁ ସେ ଓ ଅର୍ଚିତା ମିଶି କରି ଲଞ୍ଚ କରିବେ । ତେବେ ଆପଣ ଙ୍କର ଆମର ଏହି ପୋଷ୍ଟ ଉପରେ କଣ ମତା ମତ ରହିଛି ତାହା ଆପଣ ଆମକୁ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ     

Leave a Reply

Your email address will not be published. Required fields are marked *