’12 ରୁ 20 ବର୍ଷ ପିଲାମାନେ ବହୁତ ଆଗ୍ରେସିବ ହୋଇଥାନ୍ତି, ଯେହେତୁ ବାପା-ମା ମାନେ ସେମାନଙ୍କୁ…’ ସ୍କୁଲ ପିଲାଙ୍କ ବ୍ୟାଗରୁ କଣ୍ଡ-ଓମ, କଣ କହିଲେ ମହିଳା

ବନ୍ଧୁଗଣ, ଆଜିଭଳି ଦିନରେ ଛାତ୍ରଛାତ୍ରୀ ଏବଂ ଶିକ୍ଷା କୁ ନେଇ ଜଣେ ମହିଳା ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି, ତେବେ ଆସନ୍ତୁ ସେ କ’ଣ କହିଛନ୍ତି ସଂପୂର୍ଣ୍ଣ ବିବରଣୀ ଜାଣିନେବା । ମହିଳା ଜଣକ କହିଛନ୍ତି ଯେ ଆମେ ପିଲା ମାନଙ୍କୁ ଯାହା ଶିଖାଇବା ସେହି ଜିନିଷ ଶିଖିବେ । ଯେମିତି ମଞ୍ଜି ଲଗାଇବା ସେମିତି ଫଳ ନିଶ୍ଚିତ ଭାବରେ ଫଳିବ ତେବେ ଚିନ୍ତା କରିବା ଆବଶ୍ୟକ ନାହିଁ । ଆଗରୁ ମଧ୍ୟ ଶୁଣିବାକୁ ମିଳିଥିଲା ଯେ ସ୍କୁଲ କୁ ପିଲାମାନେ ପାଣିବୋତଲରେ ନିଶ-ଆ ଦ୍ରବ୍ୟ ମିଶାଇ ସେବନ କରୁଛନ୍ତି । ପାଣି ବଦଳରେ ତାକୁ ପିଊଛନ୍ତି ।

ଏହାକୁ ସେବନ କରି କିଏ କ୍ଳାସରୁମ ତ ଆଉ କିଏ ପ୍ଲେଗ୍ରାଉଣ୍ଡରେ ଶୋଇଲାଣି । ପିଲାମାନଙ୍କର ସେତିକି ନିକଟର ଥିଲେ ଯେ ସେ ଏହିଭଳି କଥା ଶୁଣୁଥିଲେ । ଏଣୁ ସେମାନେ ଏହି କଥାକୁ ସେୟାର କରିବା ଅବସ୍ଥାରେ ଥିଲେ । ମାତ୍ର ବ୍ୟାଙ୍ଗଲୋର ର ଯେଉଁ ଘଟଣା ସମ୍ବନ୍ଧରେ ସୋ-ସି-ଆ-ଲ ମି-ଡି-ଆ ରେ ଆଲୋଚନା ହେଉଛି, ଭୁବନେଶ୍ଵର ଏକ ମେଟ୍ରୋ ନଥାଇ ମଧ୍ୟ ଆଜିଭଳି ଦିନରେ ବ୍ୟସ୍ତବହୁଳ ହୋଇ ସାରିଲାଣି ।

ତେବେ ବ୍ୟାଙ୍ଗାଲୋର ଭଳି ସହରରେ କାହା ପାଖରେ ସମୟ ନାହିଁ । ୧୨ ବର୍ଷ ରୁ ୨୦ ବର୍ଷ ମଧ୍ୟରେ ପିଲାନମାନଙ୍କ ଚିନ୍ତାଧାରା ଏଭଳି ଆଗ୍ରେସିଭ ରହିଥାଏ ଯେ ସେମାନେ ଯାହା ଦେଖନ୍ତି ତାହା ଗ୍ରହଣ କରନ୍ତି । ଯେତେବେଳେ ଆଧୁନିକତା ଅଛି ଗୋଟିଏ ରୁଢିବାଦୀ ମଧ୍ୟ ଅଛି । ଉଭୟଙ୍କୁ ବାଲାନ୍ସ କରି ଆମ୍ଭେ ଚାଲିଛୁ । ପିଲାମାନେ ଏକ ନୂଆ ଦୁନିଆକୁ ଯାଉଛନ୍ତି କିନ୍ତୁ ପିଲାଙ୍କ ସାଥିରେ ଗ୍ୟାପ ରଖିବା ନାହିଁ ତଥା ପିଲାଙ୍କୁ ଯଥେଷ୍ଟ ସମୟ ଦେବା ।

ତାଙ୍କ ମନରେ ଏଭଳି ଆଦୌ ନ ଆସୁ ଯେ ସେ କେବଳ ଭଲ କଥା କହିବେ ଆଉ ବାକି ଜିନିଷ କେବଳ ନିଜ ସାଙ୍ଗ ମାନଙ୍କ ସହିତ ସେୟାର କରିବେ । ଏଣୁ ଯେତେବେଳେ ସାଙ୍ଗ ମାନଙ୍କ ସହିତ ସେମାନେ ସେୟାର କରନ୍ତି ସାଙ୍ଗମାନେ ତାଙ୍କ ଅନୁସାରେ କଥାବାର୍ତ୍ତା କରିଥାନ୍ତି ଆଉ ପିଲାମାନେ ସେଠାରେ ଭଳିଯାଇଥାନ୍ତି ।

ସେମାନେ ମଧ୍ୟ ଏହା ଇଛା କରନ୍ତି ଯେ ଯଦି ସେ ଏହି କମ କରୁଛି ତେବେ ମୁଁ ମଧ୍ୟ ଏହି କାମ ନିଶ୍ଚିତ ଭାବରେ କରିବି । ଇଂରାଜୀ ଫିଲ୍ମ ରେ ଯେଉଁଭଳି ଜିନିଷ ରହୁଛି ସେହିଭଳି ହିନ୍ଦୀ ଚଳଚିତ୍ର ମାନଙ୍କରେ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଯଦି ଆମ୍ଭେ ନିଜେ ଏ ସବୁ ଦେଖାଉଛୁ ତେବେ ଆମ୍ଭେ କାହିଁ ଆଶ୍ଚର୍ଯ୍ୟ ହେଉଛେ ଯେ ପିଲାଙ୍କ ବ୍ୟାଗରୁ ଏହିଭଳି ଜିନିଷ ବାହାରିଲା କି କ’ଣ ?

ମାତ୍ର ଯଦି ଅଭିଭାବକ ମାନେ ପିଲାଙ୍କ ନିକଟତର ହୋଇଥିବେ ତେବେ ତାଙ୍କୁ ବୁଝାଇ ପାରିବା ଯେ ଏହିସବୁ ଜିନିଷ କେତେ ଆବଶ୍ୟକ ତାଙ୍କ ପାଇଁ ତଥା କେତେ ଆବଶ୍ୟକ ନୁହେଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *