ଅଚାନକ କାହିଁକି Prakruti ଓ BigBoss ମେକର୍ସଙ୍କ ମଧ୍ୟରେ ହେଲା ଝଗଡ଼ା ! ଶେଷ ମୁହୁର୍ତ୍ତରେ ବଦଳିଗଲା ସବୁକିଛି, BigBoss ରୁ ଆଉଟ ହେଲେ ପ୍ରକୃତି, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଶେଷ ମୂହୁର୍ତ୍ତରେ ବିଗବସ ରୁ ବାଦ ପଡିଲେ ପ୍ରକୃତି । ବିଗବସ ସେଟରୁ ଫେରାଇ ଦେଲେ ମେକର୍ସ । ଏଣ୍ଟ୍ରି ର କିଛି ସମୟ ପୂର୍ବରୁ କାହିଁକି ବାହାର ଦେଖାଇଦେଲେ ମେକର୍ସ ? ତେବେ ପ୍ରକୃତି ବାଦ ପଡିଲେ ତାଙ୍କ ବଦଳରେ ଅର୍ଚ୍ଚନା ମାରିଲେ ଏଣ୍ଟ୍ରି । କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ଏଥର ବିଗବସ ରେ ପ୍ରକୃତିଙ୍କୁ ଦେଖିବାକୁ ମିଳିବ । ମାତ୍ର ସୋ ଆରମ୍ଭ ହୋଇଗଲାଣି କିନ୍ତୁ ପ୍ରକୃତି ସୋ ରେ ନାହାଁନ୍ତି ।

ସମସ୍ତେ ଭାବୁଥିବେ ପ୍ରକୃତି ଙ୍କୁ ନେଇ ଭୁଲ ଖବର ପ୍ରସାରଣ ହେଉଥିଲା । ମାତ୍ର ଅସଲ କଥା ଆଉ କିଛି ସବୁ କିଛି ଠିକ ଚାଲିଥିଲା ବିଗବସ ହାଉସ କୁ ପ୍ରବେଶ କରିବା ପାଇଁ ପ୍ରକୃତି ମଧ୍ୟ ପ୍ରସ୍ତୁତି ଥିଲେ । ମାତ୍ର ଶେଷ ମୂହୁର୍ତ୍ତ ରେ ସବୁକିଛି ବଦଳି ଗଲା । ସାମାନ୍ୟ କଥା ନିମନ୍ତେ ପ୍ରକୃତି ଏବଂ ବିଗବସ ମେକର୍ସ ଙ୍କ ମଧ୍ୟରେ ଝଗଡା ହୋଇଥିଲା ଯାହା ଫଳରେ ତାଙ୍କୁ ଷ୍ଟେଜରୁ ଫେରାଇ ଦିଆଯାଇଥିବା ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ମେକର୍ସ ଙ୍କ ପ୍ରତି ଖରାପ ବ୍ୟବହାର ଯୋଗୁଁ ଅଭିନେତ୍ରୀ ପ୍ରକୃତି ସୋ ରୁ ବାଦ ପଡିଥିବା ଚର୍ଚ୍ଚା ହେଉଛି । ସେହିପରି ପ୍ରକୃତି ଙ୍କ ସ୍ଥାନରେ ଉତ୍ତର ପ୍ରଦେଶ ର ମଡେଲ ଅର୍ଚ୍ଚନା ଗୌତମ ଙ୍କୁ ସୁଯୋଗ ମିଳିଛି । କିନ୍ତୁ ଏଥିରେ କେତେ ସତ୍ୟତା ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ତେବେ ବିଗବସ ରେ ଦେଖିବାକୁ ମିଳିବ ପ୍ରକୃତି ଙ୍କୁ ବୋଲି ନାନା ପ୍ରକାରର କଥା ଶୁଣିବାକୁ ମିଳିଥିଲା । କିନ୍ତୁ ହଠାତ ଏଭଳି ଦେଖି ତାଙ୍କ ବିରୋଧୀ ମନେ ମନେ ମନେ ବହୁତ ଖୁସ ହେବାର ଦେଖିବାକୁ ମିଳିଛନ୍ତି । କାରଣ ବାବୁସାନ ଙ୍କ ସହିତ ରାସ୍ତାରେ ଘଟିଥିବା ବିବାଦ କୁ ନେଇ ଲୋକେ ନାନା କଥା ମାନ କହିଥିଲେ ।

ପ୍ରକୃତି ଏ ବାବଦରେ ପଚାରିବାରୁ ସେ ଗୋଟେ ପରେ ଗୋଟେ ମିଛ କହି ଚାଲିଲେ । ଯାହାକୁ ନେଇ ଲୋକେ ଆହୁତି ଗରମ ହୋଇଗଲେ । ଆଉ ବର୍ତ୍ତମାନ ବିଗବସ ରୁ ବାହାରିବା ଖବର ସୋ-ସି-ଆ-ଲ ମି-ଡି-ଆରେ ପ୍ରକାଶ ହେବ ଦେଖି ଭିୟୁର୍ଷ କମେଣ୍ଟ ମାଧ୍ୟମରେ ମନର ଭଡାସ ବାହାର କରିଛନ୍ତି ପ୍ରକୃତିଙ୍କ ଉପରେ । ତଥାପି ପ୍ରକୃତି ଙ୍କ ଗର୍ବ ରେ ତିଳେ ମାତ୍ର ତ୍ରୁଟି ନଜର ଆସୁନାହିଁ । ଭଗବାନ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *