ଯେତେବେଳେ କ୍ୟାମେରାରେ କଏଦ ହେଲା ଭୟଙ୍କର ଘଟଣା, ଯାହାକୁ ଦେଖି ସମସ୍ତଙ୍କ ହୋସ ଉଡିଗଲା, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ମଣିଷ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଭିଡିଓ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଏହି କରୋନା କାଳରେ କିଛି ଜିନିଷର ବିକ୍ରି ବହୁତ ମାତ୍ରାରେ ହେଉଛି । ସେ ସବୁ ଜିନିଷ ଗୁଡିକ ହେଉଛି ପିପିଇ କିଟ, ଗ୍ଲୋବ୍ସ ଓ ମାସ୍କ । ଗତ କିଛି ଦିନ ହେବ ଦିଲ୍ଲୀର ମୁଣ୍ଡକାରୁ ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ କିଛି ଲୋକ ବ୍ୟବହାର ହୋଇଥିବା ପିପିଇ କିଟ, ଗ୍ଲୋବ୍ସ ଓ ମାସ୍କକୁ ପୁନଃ ଥର ସଫା କରି ବିକ୍ରି କରୁଥିବାର ନଜର ଆସୁଛନ୍ତି । ସାଧାରଣତଃ ଏହି ସବୁ ଜିନିଷକୁ ପୁନର୍ବାର ବ୍ୟବହାର କରାଯାଏ ନାହିଁ । ହେଲେ ଟଙ୍କା କମାଇବା ପାଇଁ ଲୋକମାନେ କେତେ ତଳକୁ ଖସି ପାରୁଛନ୍ତି ।

୨. ଜାନୁୟାରୀ ୨୦୨୦ରେ ଷ୍ଟୁପିନୋ ମସ୍କୋରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥିଲା । ଏକ ୯ ବର୍ଷର ଛୁଆ ସ୍କୁଲ ଯିବା ସମୟରେ ଜାଣିପାରିଥିଲା ଯେ, ଗୋଟେ ଲୋକ ତାର ପିଛା କରୁଛି । ଛୁଆଟି ଯେତେବେଳେ ଆପାର୍ଟମେଣ୍ଟ ଭିତରକୁ ଗଲା ସେତେବେଳେ ସେହି ଲୋକଟି କିଛି ସମୟ ବାହାରେ ରହି ଭିତରକୁ ଯାଇଥିଲା । ଭିତରକୁ ଯିବା ପରେ ବ୍ୟକ୍ତି ଛୁଆର ପିଛା ପୁଣି କରିଲା ।

ଆପାର୍ଟମେଣ୍ଟ ଭିତରେ ଛୁଆଟି ସେହି ବ୍ୟକ୍ତିକୁ ଚକମା ଦେଇ ବାହାରି ଆସିଥିଲା । ଛୁଆଟି ନିଜ ବାପାକୁ ଏହା ବିଷୟରେ ସବୁ କଥା କହିଥିଲା ଯାହାଫଳରେ ସେହି ବ୍ୟକ୍ତିକୁ ପୋଲିସ ଗିରଫ କରିଥିଲା । ହେଲେ ସେହି ବ୍ୟକ୍ତିଟି ଏକ ମାନସିକ ରୋଗୀ ବୋଲି ପରେ ଜଣା ପଡିଥିଲା । 

୩. ୧୭ ମାର୍ଚ୍ଚ ୨୦୨୧ରେ ଭିଏତ୍ନାମରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥିଲା । ଏହି ସ୍ଥାନରେ ଦୁଇଟି ଦମ୍ପତ୍ତି ନିଜ ଘର ଭିତରେ ସୋଇଥିବା ବେଳେ ଦୁଇଟି ଚୋର ତାଙ୍କ ଘର ବାହାରେ ଛିଡା ହୋଇଥିଲେ । ଦୁଇଟି ଚୋର ଦମ୍ପତ୍ତି ଘର ଗେଟ ଭାଙ୍ଗି ଦେଇଥିଲେ ଯାହାଫଳରେ ଦମ୍ପତ୍ତିଙ୍କ ନିଦ ଭାଙ୍ଗି ଯାଇଥିଲା । ଦୁଇଟି ଛୋର ଦମ୍ପତ୍ତିଙ୍କ ବାଇକ ଚୋରୀ କରିବା ପାଇଁ ଚେଷ୍ଟା କରୁଥିଲେ ।

ସେହି ସମୟରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ହତିଆର ନେଇ ଚୋର ମାନଙ୍କ ଉପରେ ଆକ୍ରମଣ କରିଥିଲେ । ଯାହାଫଳରେ ଚୋର ମାନେ ସେହି ସ୍ଥାନରୁ ଫେରାର ହୋଇଯାଇଥିଲେ । ସୋସିଆଲ ମିଡିଆରେ ଏହାର ଭିଡିଓ ବହୁତ ଭାଇରାଲ ହୋଇଥିଲା ।

Leave a Reply

Your email address will not be published. Required fields are marked *