ନିଆରା ପ୍ରତିଭା ! ଚତୁର୍ଥ ଶ୍ରେଣୀର ଛାତ୍ର ପାଟି ହାତରେ ବଜାଉଛି ଡ୍ରମ, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ସୋସିଆଲ ମିଡିଆ ହେଉଛି ଏଭଳି ଏକ ମାଧ୍ୟମ ଯାହା ସାହାଯ୍ୟ ରେ ଲୋକମାନେ ନିଜ ମଧ୍ୟରେ ଥିବା ଟ୍ୟାଲେଣ୍ଟ କୁ ପ୍ରକାଶ କରିଥାନ୍ତି । ଅଧିକାଂଶ ବ୍ୟକ୍ତି ଏଭଳି ଅଛନ୍ତି ଯେଉଁ ମାନଙ୍କ ପାଇଁ ସୋସିଆଲ ମିଡିଆ ହିଁ ଏଭଳି ଏକ ମାଧ୍ୟମ ଯାହାଦ୍ୱାରା ସେମାନେ ନିଜ ଭିତରେ ଥିବା ପ୍ରସ୍ଫୁଟିତ କରିଥାନ୍ତି । ଆଜି ର ସମୟ ରେ ଅଧିକାଂଶ ଛୋଟ ଛୁଆ ମାନଙ୍କ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି ।

କିଏ ନିଜର ସଙ୍ଗୀତ ତ କିଏ ନିଜର ନୃତ୍ୟ ର ପ୍ରତିଭା କୁ ପ୍ରକାଶିତ କରୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆ ରେ ଜଣେ ଚତୁର୍ଥ ଶ୍ରେଣୀ ର ଛାତ୍ର ର ଭିଡିଓ ଭାଇରାଲ ହୋଇଛି ଯିଏ କି ନିଜ ମଧ୍ୟରେ ଥିବା ଏକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ପ୍ରତିଭା କୁ ଦେଖାଇଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଚତୁର୍ଥ ଶ୍ରେଣୀ ର ଛାତ୍ର । ଛାତ୍ର ଟି ର ନାମ ହେଉଛି ସଞ୍ଜୟ ମଲ୍ଲିକ । ପାଟି ଓ ହାତ ରେ ଡ୍ରମ ଭଳି ଶବ୍ଦ ସୃଷ୍ଟି କରୁଛି ।  ଏହି ପିଲା ଟି ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଛାତ୍ର ଜଣକ ଏହି ଭିଡିଓ ରେ ନିଜ ପାଟି ଓ ହାତ ସାହାଯ୍ୟ ରେ ଡ୍ରମ ଭଳି ଶବ୍ଦ ସୃଷ୍ଟି କରୁଥିବାର ଦେଖିବାକୁ ମିଳୁଛି ।

ଏହି ଭିଡିଓ ରେ ଛାତ୍ର ଜଣକ ନିଜ ବିଦ୍ୟାଳୟ ର ପୋଷାକ ରେ ନଜର ଆସୁଛନ୍ତି । ସମ୍ଭବତଃ ତାଙ୍କର ଏହି ଭିଡିଓ ଟି ବିଦ୍ୟାଳୟ ରୁ ସୁଟ୍ କରାଯାଇ ସୋସିଆଲ ମିଡିଆ ରେ ଅପଲୋଡ଼ କରାଯାଇଛି । ଏହି ଭିଡିଓ ରେ ପିଲା ଟି ଅଦ୍ଭୁତ ଏବଂ ଚମତ୍କାର ଢଂଗ ରେ ନିଜର ପ୍ରତିଭା କୁ ପ୍ରଦର୍ଶିତ କରୁଛି ।

ସୋସିଆଲ ମିଡିଆ ରେ ଏହି ଭିଡିଓ କୁ ଦେଖିବା ପରେ ଲୋକମାନେ ମଧ୍ୟ ଖୁବ ପସନ୍ଦ କରିଛନ୍ତି ଏବଂ ସଞ୍ଜୟ ଙ୍କ ବହୁତ ମାତ୍ରାରେ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଚତୁର୍ଥ ଶ୍ରେଣୀ ର ଛାତ୍ର ସଞ୍ଜୟ ମଲ୍ଲିକ ଙ୍କ ଭିଡିଓ କୁ ଦେଖିଥିବେ । ତେବେ ଆପଣ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *