ଡରୁଆ ଲୋକ ଦୟାକରି ଦେଖନ୍ତୁ ନାହିଁ, ଇତିହାସର ସବୁଠୁ ଭୟାନକ ଘଟଣା, ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ

୧୪ ଅଗଷ୍ଟ ୨୦୦୫ ସକାଳ ସମୟରେ ହେଲିଓସ ଫ୍ଲାଇଟ ୫୨୨ ସାଇପ୍ରସ ଏୟାରପୋର୍ଟରୁ ଗ୍ରୀସକୁ ଯିବା ପାଇଁ ପ୍ରସ୍ତୁତ ଥିଲା । ସକାଳ ୯ଟା ୭ରେ ଫ୍ଲାଇଟ ଟେକ ଅପ୍ କଲା । ସେହି ସମୟରେ ଫ୍ଲାଇଟରେ ୧୧୫ ଜଣ ପ୍ୟାସେଞ୍ଜର ଓ ୬ ଜଣ କ୍ରୁ ମେମ୍ବର ସହିତ ମୋଟ ୧୨୧ ଜଣ ଲୋକ ଥିଲେ । ସେହି ସମୟରେ ଫ୍ଲାଇଟକୁ ଚଲାଉଥିଲେ ଜଣେ ୫୮ ବର୍ଷୀୟ ପାଇଲଟ । ଟେକ ଅପ୍ ର ପାଞ୍ଚ ମିନିଟ ପରେ ପ୍ଳେନ ୧୨ ହଜାର ଫୁଟ ଉଚ୍ଚତାରେ ପହଞ୍ଚି ଗଲା ।


ଏତେ ଉଚ୍ଚତାରେ ପହଞ୍ଚିବା ପରେ ଅଚାନକ ପ୍ଳେନରେ ଏକ ଆଲାରାମ ବାଜିବାକୁ ଲାଗିଲା । ପାଇଲଟ ସେହି ଆଳାରାମ ଦେଖି ଭୟବିତ ହୋଇଗଲେ କାରଣ ଏହି ଆଲାରାମ ସେତେବେଳେ ବାଜେ ଯେତେବେଳେ ପ୍ଳେନ ତଳେ ଥାଏ । ୧୨ ହଜାର ଫୁଟରେ ଆଲାରାମ ବାଜିବାରୁ ସେମାନେ କିଛି ବୁଝି ପାରି ନଥିଲେ । ତୁରନ୍ତ ସେମାନେ ଘଟଣାର କାରଣ ଜାଣିବା ପାଇଁ ଏୟାର କଣ୍ଟ୍ରୋଲ ସିଷ୍ଟମକୁ ଫୋନ କଲେ ।

ସେମାନେ ଘଟଣା ସମ୍ପର୍କରେ ଜଣାଉଥିବା ସମୟରେ ଅଚାନକ ପ୍ଳେନରେ ଥିବା ବିଭିନ୍ନ ଆଲାରାମ ଏକା ସହ ବାଜିବାକୁ ଲାଗିଲା  । ଏତେ ସବୁ ଆଲାରାମ ବାଜିବା କାରଣରୁ ସେମାନେ ଏଟିଏସକୁ ଠିକ ଭାବରେ କିଛି କହିପାରିଲେ ନାହିଁ । କିନ୍ତୁ ସେମାନେ ବୁଝି ଯାଇଥିଲେ ଯେ, ପ୍ଳେନର ବିଭିନ୍ନ ପାର୍ଟ ଓଭର ହିଟ ହୋଇଯାଇଛି ।

ଦୁଇଜଣ ପାଇଲଟ କଣ କରିବେ କିଛି ବୁଝି ପାରିଲେ ନାହିଁ ଓ ଏସବୁ ଘଟଣା ଦେଖି ପାସେଞ୍ଜର ମଧ୍ୟ ଚିତ୍କାର କରିବାକୁ ଲାଗିଲେ । ସବୁ ପାସେଞ୍ଜରକୁ ନିଶ୍ଵାସ ନେବା ପାଇଁ ଅସୁବିଧା ହେଉଥିଲା ଯାହା ଫଳରେ ସେମାନେ ପ୍ଳେନରେ ଥିବା ଜରୁରୀ କାଳୀନ ଅମ୍ଳଜାନ ମାସ୍କ ପିନ୍ଧିବା ପାଇଁ ବାଧ୍ୟ ହେଲେ । ବନ୍ଧୁଗଣ ପ୍ଳେନ ଗ୍ରୀସ ଦେଶରେ ପହଞ୍ଚି ଯାଇଥିଲା ହେଲେ ଏୟାର ପୋର୍ଟରେ ନୁହେଁ । ଯାହା ଫଳରେ ଗ୍ରୀସ ଦୁଇଟି ଏୟାର ଫାଇଟର ପ୍ଳେନକୁ ଖୋଜିବା ପାଇଁ ପଠାଇ ଥିଲେ ।

ଶେଷରେ ଦୁଇଟି ଫାଇଟର ପ୍ଳେନ ସେହି ଏୟାର ପ୍ଳେନକୁ ଖୋଜିବାରେ ସକ୍ଷମ ହେଲେ । ଯେତେବେଳେ ଗୋଟେ ଫାଇଟର ପ୍ଳେନ ସେହି ଏୟାର ପ୍ଳେନ ପାଖକୁ ଗଲା ସେତେବେଳେ ସେ ଦେଖିଲା ସବୁ ଯାତ୍ରୀ ସ୍ତିର ହୋଇ ବସିଛନ୍ତି । ବନ୍ଧୁଗଣ ସେହି ସମୟରେ ଉଭୟ ପ୍ଳେନରେ ଥିବା ପାଇଲଟ ମାନେ ପରସ୍ପର ସହ ସମ୍ପର୍କ କରିବା ପାଇଁ ଚେଷ୍ଟା କରୁଥିଲେ ହେଲେ ହଠାତ ଏୟାର ପ୍ଳେନର ବାମ ପଟ ଇଞ୍ଜିନ ଖରାପ ହୋଇଗଲା ଯାହାଫଳର ପ୍ଳେନଟି ତଳକୁ ଖସିବାରେ ଲାଗିଲା ।

ପାଇଲଟ ପ୍ଳେନ କଣ୍ଟ୍ରୋଲ କରିବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ ହେଲେ କିଛି ସମୟ ପରେ ପ୍ଳେନର ଡାହାଣ ପଟ ଇଞ୍ଜିନ ବି ଖରାପ ହୋଇଗଲା । ଏହା ପରେ ପ୍ଳେନଟି ଆଥେନିସ ଠାରୁ ୪୦ କିଲୋମିଟର ଦୂରରେ ଥିବା ଏକ ପାହାଡରେ କ୍ରାଶ ହୋଇଗଲା । ବନ୍ଧୁଗଣ ପ୍ଳେନରେ ଥିବା ସମସ୍ତ ଲୋକ ମୃତ୍ୟୁ ବରଣ କରିଲେ ।

Leave a Reply

Your email address will not be published. Required fields are marked *