ଯେତେ ଶୀଘ୍ର ସମ୍ଭବ ଏହି ଜିନିଷ ଘରୁ ବାହାର କରନ୍ତୁ, ନହେଲେ ହେଇଯିବେ ବର୍ବାଦ

ଘରେ ସୁଖ ସମୃଦ୍ଧି ଓ ଉନ୍ନତି ବନାଇ ରଖିବା ପାଇଁ ଆମେ ବହୁତ କିଛି ଉପାୟ କରିଥାଉ । କିନ୍ତୁ ଆମକୁ କେବେ ବି ଭଲ ପରିଣାମ ମିଳିପାରେ ନାହିଁ । ଏହାର କାରଣ ଆମେ ଘରେ ରଖିଥିବା କିଛି ଜିନିଷ ହୋଇପାରେ । ସେଥିପାଇଁ ଏହି ଜିନିଷକୁ ଯେତେ ଶୀଘ୍ର ଘରୁ ବାହାର କରିଦେବା ଭଲ । ଯଦି ଏହି ସବୁ ଜିନିଷ ଘରେ ରହିବ ତେବେ ଏହାର ନକରାତ୍ମକ ପ୍ରଭାବ ଘର ସଦସ୍ୟଙ୍କ ଉପରେ ପଡିବ । ଏହା ଦ୍ଵାରା ମାନସିକ ଚିନ୍ତା ବଢିଥାଏ ଓ ଘରେ ଦରିଦ୍ରତା ବାସ କରିଥାଏ ।

ସେଥିପାଇଁ ଆମେ ଆପଣଙ୍କୁ ଆଜି କହିବୁ କି ଯଦି ଆପଣଙ୍କ ଘରେ ଏହି 7 ଟି ଜିନିଷ ଅଛି ତେବେ ତାହାକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ । ତେବେ ଚାଲନ୍ତୁ ଜାଣିବା ସେହି 7 ଟି ଜିନିଷ ଉପରେ ।

ବାସନ

କିଛି ଲୋକ ଘରେ ଭଙ୍ଗା ବାସନ ରଖିଥାନ୍ତି । ଶାସ୍ତ୍ର ଅନୁସାରେ ଘରେ ଭଙ୍ଗା ବାସନ ରଖିବା ଉଚିତ ନୁହେଁ । ଯଦି ଏହି ବାସନ ଘରେ ରଖିବେ ତେବେ ମହା ଲକ୍ଷ୍ମୀ ରାଗିଯାନ୍ତି ଓ ଘରେ ଦରିଦ୍ରତା ଆସିଥାଏ । ଏହା ସହିତ ବାସ୍ତୁଦୋଷ ମଧ୍ୟ ଲାଗିଥାଏ ।

ଭଙ୍ଗା ଦର୍ପଣ

ଘରେ ଭଙ୍ଗା ଦର୍ପଣ ରଖିବା ଘର ପାଇଁ ଏକ ବଡ ଦୋଷ ଅଟେ । ଏହି କାରଣରୁ ଘରେ ନକରାତ୍ମକ ଶକ୍ତିର ଊର୍ଜା ରହିଥାଏ ଓ ପରିବାରର ଲୋକଙ୍କୁ ମାନସିକ ଚିନ୍ତା କରିବାକୁ ପଡିଥାଏ । ସେଥିପାଇଁ ଯଦି ଆପଣଙ୍କ ଘରେ ଭଙ୍ଗା ଦର୍ପଣ ଅଛି ତେବେ ତାହାକୁ ତୁରନ୍ତର ଘରୁ ବାହାର କରି ଦିଅନ୍ତୁ ।

ଖଟ

ବୈବାହିକ ଜୀବନରେ ଖୁସି ଓ ଶାନ୍ତି ଜରୁରୀ ଅଟେ ସେଥିପାଇଁ ସ୍ଵାମୀ ସ୍ତ୍ରୀଙ୍କ ଖଟ ବିଲକୁଲ ବି ଭଙ୍ଗା ରୁଜା ହୋଇ ନଥିବା ଦରକାର । ଯଦି ଖଟ ଟିକେ ବି ଭଙ୍ଗା ରୁଜା ଥାଏ ତେବେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରୁହେ ।

ଘଣ୍ଟା

ଖରାପ ହୋଇଯାଇଥିବା ଘଡି ଘରେ କେବେ ବି ରଖିବା ଉଚିତ ନୁହେଁ । ଏମିତି ମନାଯାଏ କି ଘଡିର ସ୍ଥିତିରେ ଆମ ଘର ପରିବାରର ଉନ୍ନତି ଆଧାରିତ ହୋଇଥାଏ । ଯଦି ଘରର ଘଣ୍ଟା ଠିକ ନଥିବ ତେବେ ଘରର ସଦସ୍ୟମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତା ସହିତ ସବୁ କାମରେ ବାଧା ଉପୁଜିଥାଏ । ଯଦି ଆପଣଙ୍କ ଘରେ ଖରାପ ଘଣ୍ଟା ଅଛି ତେବେ ତାହାକୁ ଶୀଘ୍ର ବାହାର କରି ଦିଅନ୍ତୁ ।

ଠାକୁର ଫଟୋ

ଯଦି ଘରେ କୌଣସି ଚିରା ଠାକୁରଙ୍କ ଫଟୋ ବା ଭଙ୍ଗା ମୂର୍ତି ଥାଏ ତେବେ ଏହାକୁ ଶୀଘ୍ର ଘରୁ ବାହାର କରିଦେବା ଉଚିତ । ସେଥିପାଇଁ ଘରେ କେବେ ବି ଚିରା ଫଟୋ ବା ଭଙ୍ଗା ମୂର୍ତି ରଖିବା ଉଚିତ ନୁହେଁ ।

କବାଟ

ଯଦି ଘରର ମୁଖ୍ୟ କବାଟ ବା ଅନ୍ୟ କୌଣସି କବାଟ ଭାଙ୍ଗି ଯାଇଛି ତେବେ ତାହାକୁ ଶୀଘ୍ର ମରାମତି କରି ଦିଅନ୍ତୁ । କବାଟ ଭଙ୍ଗା ରୁଜା ରହିବା ଅଶୁଭ ହୋଇଥାଏ, ଏଥିପାଇଁ ଘରେ ଦରିଦ୍ରତା ଆସିଥାଏ ଓ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ ।

ଫର୍ନୀଚର

ଘରର ଫର୍ନୀଚର ଏକଦମ ଭଲ ସ୍ଥିତିରେ ରହିବା ଦରକାର । ବାସ୍ତୁ ଅନୁସାରେ ଫର୍ନୀଚର ବି ଭଙ୍ଗା ରୁଜା ହୋଇ ନଥିବା ଦରକାର , ନହେଲେ ଏହାର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ ଓ ବାସ୍ତୁଦୋଷ ବି ଉତ୍ପନ୍ନ ହୋଇଥାଏ । ବାସ୍ତୁ ଦୋଷ ଥିଲେ ଘରେ ସବୁବେଳେ ଆର୍ଥିକ ଅଭାବ ଦେଖାଦିଏ ।

ତେବେ ସାଙ୍ଗମାନେ ଏହା ଥିଲା ସେହି 7 ଟି ଜିନିଷ । ଏହି ସବୁ ଜିନିଷ ଯେଉଁ ଘରେ ଥାଏ ସେହି ଘରେ କେବେ ବି ଉନ୍ନତି ହୋଇପାରେ ନାହିଁ ଓ ସେହି ଘରେ ସବୁବେଳେ ଟଙ୍କାର ଅଭାବ ଦେଖା ଦେଇଥାଏ । ସେଥିପାଇଁ ଯଦି ଆପଣଙ୍କ ଘରେ ଏହିପରି କୌଣସି ବି ଜିନିଷ ଅଛି ତେବେ ତାହାକୁ ଘରୁ ଶୀଘ୍ର ବାହାର କରି ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *