ଭୁଲରେ ବି ଫ୍ରିଜ୍ ରେ ଏହି ୮ ଟି ଜିନିଷ ରଖନ୍ତୁ ନାହିଁ ନହେଲେ ହୋଇପାରେ ବହୁତ ବଡ ରୋଗ

ଆମେ ପ୍ରାୟତଃ ବଜାରରୁ ଜିନିଷ ଆଣି ଫ୍ରିଜ ରେ ରଖି ଦେଉ କିନ୍ତୁ ତା ପରେ ବି ସେହି ଜିନିଷ ଫ୍ରେସ ରହିବା ଅପେକ୍ଷା ଖରାପ ହୋଇଯାଏ । ଆମେ ଭାବିଥାଉ ଯେ ବୋଧେ ଏହି ଫଳ ଆଗରୁ ଖରାପ ଥିଲା । ଏମିତି ନୁହେଁ କି ଫ୍ରିଜ ରେ ରଖିବା ଦ୍ଵାରା ସବୁ ଜିନିଷ ଫ୍ରେସ ହିଁ ରହିବ । କିଛି ଜିନିଷ ଏମିତି ଅଛି ଯାହାକୁ ଫ୍ରିଜ ରେ ରଖିବା ଭଲ ନୁହେଁ । ଆଜି ଆମେ ଆପଣଙ୍କୁ ସେମିତି ହିଁ କିଛି ଜିନିଷ ବିଷୟରେ କହିବୁ ଯାହାକୁ ଫ୍ରିଜରେ ରଖିବା ଭଲ ନୁହେଁ ।

୧. ସେଓ

ଯଦି ଆପଣ ସେଓ କୁ ଫ୍ରିଜରେ ରଖିବାକୁ ଚାଖୁଞ୍ଚନ୍ତି ତେବେ ତାହାକୁ କାଗଜରେ ଗୁଡାଇ ତଳେ ପରିବା ସେଲ୍ଫ ରେ ରଖନ୍ତୁ । ଏହା ସହିତ ଫ୍ରିଜରେ ଅନ୍ୟ କୌଣସି ଫଳ ବି ରଖନ୍ତୁ ନାହିଁ । କାରଣ ଏହାକୁ ଫ୍ରିଜରେ ରଖିବା ଦ୍ଵାରା ଏଥିରେ ଥିବା ଏନଜାଇମ ସକ୍ରିୟ ହୋଇଯାଏ ଓ ଫଳ ଜଲ୍ଦି ଖରାପ ହୋଇଯାଏ । ତେଣୁ ଏହାକୁ ଫ୍ରିଜରେ ରଖନ୍ତୁ ନାହିଁ ।

୨. ବ୍ରେଡ

ବହୁତ ଲୋକଙ୍କର ଫ୍ରିଜରେ ବ୍ରେଡ ରଖିବାର ଅଭ୍ଯାସ ଥାଏ । ମାନେ ବହୁତ ଲୋକ ବ୍ରେଡ ଖରାପ ହୋଇଯିବ ଭାବି ତାକୁ ଫ୍ରିଜ ରେ ରଖନ୍ତି ଓ ବହୁତ ଦିନ ଧରି ଖାଆନ୍ତି । କିନ୍ତୁ ଫ୍ରିଜରେ ବ୍ରେଡ ରଖିବା ଦ୍ଵାରା ତାହା ଶୁଖିଯାଏ ଓ ତାହାକୁ ଖାଇବା ଦ୍ଵାରା ମଧ୍ୟ ଆପଣଙ୍କ ଦେହ ମଧ୍ୟ ଖରାପ ହୋଇପାରେ ।

୩. ମହୁ

ଅନେକ ଲୋକ ମହୁକୁ ଫ୍ରିଜରେ ରଖିଥାନ୍ତି କିନ୍ତୁ ମହୁକୁ ଫ୍ରିଜରେ ରଖିବା ଭଲ ନୁହେଁ । ମହୁକୁ ଫ୍ରିଜରେ ରଖିବା ଦ୍ଵାରା ସେଥିରେ କ୍ରିଷ୍ଟାଲ ବନିଥାଏ ଯାହା ଦ୍ଵାରା ମହୁ ବହୁତ ଶୀଘ୍ର ଖରାପ ହୋଇଯାଏ ।

୪. ଅଲିଭ ଅଏଲ

ଅଲିଭ ଅଏଲ କୁ ଫ୍ରିଜରେ ରଖିବାର ଭୁଲ କେବେ ବି କରନ୍ତୁ ନାହିଁ କାରଣ କମ ତାପାମାତ୍ରାରେ ଅଲିଭ ଅଏଲ ଜଲ୍ଦି ଖରାପ ହୋଇଯାଏ ଓ ତେଲ ବଟର ପରି ଗାଢା ହୋଇଯାଏ । ସେଥିପାଇଁ ଅଲିଭ ଅଏଲ କୁ ସବୁବେଳେ ରୁମ ଟେମ୍ପେରେଚର ରେ ହିଁ ରଖନ୍ତୁ ।

୫. ପିଆଜ

ପିଆଜକୁ ସବୁବେଳେ ଶୁଖିଲା ଓ ଅନ୍ଧାର ଜାଗାରେ ରଖିବା ଦରକାର କାରଣ ପିଆଜରେ ଟିକେ ନରମ ଅଂଶ ଥାଏ, ଏହାକୁ ଫ୍ରିଜରେ ରଖିବା ଦ୍ଵାରା ଏଥିରେ ଫିମ୍ପି ଲାଗିଯାଏ । ସେଥିପାଇଁ ପିଆଜକୁ କେବେ ବି ଫ୍ରିଜରେ ରଖନ୍ତୁ ନାହିଁ ।

୬. ଆଳୁ

ଆଳୁ କୁ କମ ତାପମାତ୍ରାରେ ରଖିବା ଭଲ ନୁହେଁ । କାରଣ ଆଳୁକୁ କମ ତାପମାତ୍ରାରେ ରଖିବା ଦ୍ଵାରା ଆଳୁରେ ଥିବା ଷ୍ଟାର୍ଚ ସୁଗାର ରେ ବଦଳିଯାଏ । ସେଥିପାଇଁ ଆଳୁକୁ ସବୁବେଳେ ରୁମ ଟେମ୍ପେରେଚର ରେ ରଖିବା ଦରକାର ।

୭. ଆଚାର

ଆଚାର ରେ ବହୁ ପରିମାଣରେ ଭିନେଗାର ମିଶାଯାଇଥାଏ । ସେଥିପାଇଁ ଆଚାରକୁ ଫ୍ରିଜରେ ରଖିବା ଦ୍ଵାରା ଫ୍ରିଜ ରେ ଥିବା ଅନ୍ୟ ଜିନିଷ ମଧ୍ୟ ଖରାପ ହୋଇଯାଏ । ସେଥିପାଇଁ ଆଚାରକୁ ସବୁବେଳେ ରୁମ ଟେମ୍ପେରେଚର ରେ ହିଁ ରଖନ୍ତୁ ।

୮. କଦଳୀ

କଦଳୀକୁ କେବେ ବି ଫ୍ରିଜରେ ରଖନ୍ତୁ ନାହିଁ କାରଣ କଦଳୀର ମୂଳରୁ ଇଥାଲିନ ଗ୍ଯାସ ବାହାରି ଥାଏ । ଯାହା ଫ୍ରିଜରେ ଥିବା ଅନ୍ୟ ଫଳ ଗୁଡିକୁ ବି ଖରାପ କରିଦିଏ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଦୟାକରି ଏହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *