ଗୁରୁବାରର ରାଶିଫଳ 9 ଜୁଲାଇ 2020, ମା ଲକ୍ଷ୍ମୀଙ୍କ କୃପାରୁ ଚମକି ଉଠିବ ଏହି 4ଟି ରାଶିର ଭାଗ୍ୟ, ହେବ ଧନପ୍ରାପ୍ତି

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 9 ଜୁଲାଇ 2020 ଗୁରୁବାରର ରାଶିଫଳ ।

ମେଷ

ଆଜି ବ୍ୟବସାୟରେ ବାଧା ଆସିବ । ଯୋଗ୍ୟତାର ଅନୁରୂପ କାର୍ଯ୍ୟ କରନ୍ତୁ । କର୍ମଚାରୀଙ୍କ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବ । ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିବ । ସାଙ୍ଗଙ୍କ ଠାରୁ ଆପଣଙ୍କୁ ନୂଆ କାମରେ ସାହାଯ୍ୟ ମିଳିବ । ସପତ୍ତିକୁ ନେଇ ବିବାଦ ହୋଇ ପାରେ । ଯଦି ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ବହୁତ ସାରା ଭଲ ସୁଯୋଗ ମିଳିବ । ଯେଉଁ କାମ ପାଇଁ ଆପଣଙ୍କର ଆଶା ଥିବ ଆପଣଙ୍କୁ ତାହାର ପରିଣାମ ବହୁତ ଭଲ ମିଳିବ ।

ବୃଷ

ଆଜି ଆପଣଙ୍କ ମନ କାମରେ ଲାଗିବ ନାହିଁ । ଆପଣ ଆତ୍ମବିଶ୍ଵାସୀ ଏବଂ ମହାତ୍ଵାକାକ୍ଷୀ ଅଟନ୍ତି । ଆପଣ ଆପଣଙ୍କ ପରିବାର ସହିତ ଆନନ୍ଦ ନେବେ । ଭୁଲ ବୁଝାବଣା ପାଇଁ ଆପଣଙ୍କ ବୈବାହିକ ଜୀବନରେ ବିବାଦ ହୋଇ ପାରେ । ପରିବାର ଏବଂ ଟଙ୍କା ମାମଲା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ । ଚିନ୍ତା ମଧ୍ୟ ରହିବ । ସ୍ୱାସ୍ଥ୍ୟ ସବନ୍ଧ ଚିନ୍ତା ମଧ୍ୟ ହୋଇ ପାରେ । ଆପଣଙ୍କ ଶତ୍ରୁ ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିବାକୁ ଚେଷ୍ଟା କରିବେ । ନୂଆ ମୋବାଇଲ କିମ୍ବା ଗାଡି ଆପଣ କିଣି ପାରନ୍ତି ।

ମିଥୁନ

ଆଜି ଆପଣ ହରାଇଥିବା ଭଲ ପାଇବା ଆପଣଙ୍କୁ ମିଳିବ । ଆପଣଙ୍କ ପାଇଁ ଏହା ଠିକ ହେବ କି ଗୋଟିଏ ସ୍ଥାନରେ ବସି ଥଣ୍ଡା ମୁଣ୍ଡରେ ଶାନ୍ତିରେ ଭାବି କୌଣସି ସିଦ୍ଧାନ୍ତରେ ପହଞ୍ଚନ୍ତୁ । ବୈବାହିକ ଜୀବନରେ ମଧ୍ୟ ଉଥାନ ପଥାନ ହୋଇ ପାରେ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । କଥା ହେବା ସମୟରେ ଭାବି ବିଚାରୀ କଥା କୁହନ୍ତୁ । ପରିବାରରେ ବିବାଦ ହୋଇ ପାରେ । ଚାକିରିରେ ଅଧିକ ଦାୟିତ୍ଵ ମିଳିପାରେ । ପ୍ରେମ ମାମଲାରେ ମଧ୍ୟ ଆପଣ ଭାଗ୍ୟଶାଳୀ ରହିବେ ।

କର୍କଟ

ଆପଣଙ୍କ ଦିନ ବହୁତ ଭଲ ରହିବ । ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବଢିବ । କାର୍ଯ୍ୟ କ୍ଷେତ୍ରରେ ବିବାଦ ଠାରୁ ଦୂରେଇ ରୁହନ୍ତୁ । ନିଜକୁ ସମୟ ଦିଅନ୍ତୁ ଏବଂ ଭାବି ଥିବା ସବୁ କାମକୁ ପୁରା କରିବା ପାଇଁ ଚେଷ୍ଟା କରନ୍ତୁ । କୌଣସି ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ଆପଣଙ୍କ ବ୍ୟବହାର ପ୍ରତ୍ୟକ ବ୍ୟକ୍ତିଙ୍କ ପାଇଁ ସମାନ ରହିବ । ଆପଣଙ୍କୁ ବ୍ୟବସାୟରେ ବଡ ଅଡର ମିଳିପାରେ । ବେପାର ଏବଂ ଚାକିରିରେ ଅଧିନସ୍ଥ ଲୋକଙ୍କ ସହିତ ମତଭେଦ ଦୂର ହେବ ।

ସିଂହ

ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ କାମରେ ଆସୁଥିବା ବାଧା ଦୂର ହେବ । ଘରେ ଖୁସି ଏବଂ ସମୃଦ୍ଧିର ବାତାବରଣ ରହିବ । କାର୍ଯ୍ୟ କ୍ଷେତ୍ରରେ କିଛି ପରିସ୍ଥିତିକୁ କମ ବୋଲି ଭାବନ୍ତୁ ନାହିଁ । ଶାରୀରିକ ସ୍ୱାସ୍ଥ୍ୟରେ ବୃଦ୍ଧି ହେବ । ଆପଣଙ୍କୁ ସହଯୋଗୀଙ୍କ ଠାରୁ ଭଲ ସହଯୋଗ ମିଳିବ । ସାମାଜିକ କ୍ଷେତ୍ରରେ ଆପଣଙ୍କୁ ଯଶ ଏବଂ କୀର୍ତି ମିଳିବ । ନିଜ ଉପରେ ବୋଝ ଥିବା ଭଳି ଅନୁଭବ କରିବେ । ସନ୍ଧ୍ୟାରେ ଚିନ୍ତା କାରଣରୁ ମୁଣ୍ଡବିନ୍ଧା ହୋଇ ପାରେ ।

କନ୍ୟା

ଆଜି ଅଧିକ ପରିଶ୍ରମ କରିବେ । ଶାରୀରିକ ରୂପରେ ଅସୁସ୍ଥତା ଏବଂ ମାନସିକ ଚିନ୍ତା ରହିବ । ପରିବାରରେ ଭଲ ବାତାବରଣ ମନକୁ ଖୁସି ଦେବ । ଆୟ ସନ୍ତୁଳିତ ରହିବ । କାର୍ଯ୍ୟ କ୍ଷମତା ବଢିବ । ଆର୍ଥିକ ଦୃଷ୍ଟିରୁ ଲାଭ ହେବ । ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ । ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ । ବନ୍ଧୁ ମାନଙ୍କ ମଧ୍ୟରେ ଭୁଲ ବୁଝାବଣା ହୋଇ ପାରେ ।

ତୁଳା

ଆଜି ଆପଣଙ୍କ ମଧ୍ୟରୁ କିଛି ଲୋକ ଘରୋଇ ସ୍ତରରେ ସକାରାତ୍ମକ ପରିବର୍ତ୍ତନ ଆଣି ପାରନ୍ତି । ବୈଦୁକ କାର୍ଯ୍ୟ ସଫଳ ହେବ । ଉଚିତ ପରାମର୍ଶ ନିଅନ୍ତୁ କାରଣ ଆପଣଙ୍କ ପକ୍ଷରୁ ଦାୟିତ୍ଵହୀନତା ହୋଇ ପାରେ । ପ୍ରେମର ଜାଦୁ ଆପଣଙ୍କୁ ଅନ୍ଧ କରିଦେବ । ନିବେଶ ଏବଂ ଚାକିରି ଅନୁକୂଳ ରହିବ । ପାରିବାରିକ ଦାୟିତ୍ଵ ବଢିପାରେ । ଗାଡି ଚଲାଇବା ସମୟରେ ସାବଧାନ ରୁହନ୍ତୁ । କାର୍ଯ୍ୟକୁଶଳତାରେ ବୃଦ୍ଧି ହେବ ।

ବିଛା

ଆଜି ଆପଣଙ୍କ ଭିତରେ ଅଧିକ ଶକ୍ତି ରହିବ । ବ୍ୟବସାୟୀକ ଯାତ୍ରା ଲାଭକାରୀ ହେବ । ରାଗରେ ଆସି କୌଣସି ପାରିବାରିକ ଏବଂ ବ୍ୟବସାୟର ବଡ ନିଷ୍ପତ୍ତି ନିଅନ୍ତୁ ନାହିଁ ଆପଣଙ୍କ ପାଇଁ ଭଲ ହେବ । ଆପଣଙ୍କ ସାମନାରେ ବହୁତ ଜିନିଷ ଥିବ ଏବଂ ଆପଣ ଆପଣଙ୍କ ମିଠା ଉତ୍ତେଜନାର ଆନନ୍ଦ ନେବାରେ ସକ୍ଷମ ହେବେ । ଯଦି ଆପଣ ବ୍ୟବସାୟରେ ଅନୁଭବି ଲୋକଙ୍କ ପରାମର୍ଶ ନେଇ ଆଗକୁ ବଢିବେ ତାହେଲେ ଆପଣଙ୍କୁ ଲାଭ ମିଳିପାରେ ।

ଧନୁ

ଆଜି ଆପଣ ଭାବି ଥିବା କାମ ଯୋଜନା ଅନୁସାରେ ପୁରା ହେବ । ଜୀବନସାଥୀଙ୍କ ଠାରୁ ଆପଣଙ୍କୁ ବହୁତ ବଡ ଖୁସି ଖବର ମିଳିବାର ସମ୍ଭାବନା ଅଛି । ଆପଣ ଯେତେ ଶାନ୍ତ ରହିବେ ଆପଣଙ୍କ ନିଷ୍ପତ୍ତି ସେତେ ଆପଣଙ୍କ ଅନୁକୂଳ ହେବ । ଭାବି ବିଚାରୀ ପଦକ୍ଷେପ ନିଅନ୍ତୁ । ଆପଣ ନିଜକୁ ଶକ୍ତିରେ ପୂର୍ଣ ଅନୁଭବ କରି ପାରନ୍ତି ଯାହାଦ୍ୱାରା ଆପଣଙ୍କ ଦିନ ଠିକ ରହିବ । ବିଦ୍ୟାର୍ଥୀ ମାନଙ୍କୁ ଆଶା ଅନୁସାରେ ଫଳ ମିଳିବ । କାର୍ଯ୍ୟପ୍ରଣାଳୀରେ ପରିବର୍ତ୍ତନ ଦ୍ଵାରା ଲାଭ ହୋଇ ପାରେ । ଧର୍ମ କର୍ମରେ ଆଗ୍ରହ ବଢିବ ।

ମକର

ଆଜି ସମାଜରେ ଆପଣ ଆପଣଙ୍କର ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସଫଳତା ହାସଲ କରିବେ । ଅନ୍ୟ ପକ୍ଷରେ ନିଯୁକ୍ତି ବ୍ୟକ୍ତିମାନେ ସେମାଙ୍କର କାର୍ଯ୍ୟରେ ଗତି ବଜାୟ ରଖିବା ଜରୁରୀ ଅଟେ । ଚେଷ୍ଟା କଲେ ଆପଣ ବଡ ରୁ ବଡ ଅସୁବିଧାକୁ ମଧ୍ୟ ସହଜରେ ଦୂର କରି ପାରିବେ । ବ୍ୟବସାୟୀକ ମିତ୍ରଙ୍କ ପାଇଁ ଆଜିର ଦିନଟି ବହୁତ ଲାଭକାରୀ ଅଟେ । ଏକତ୍ରିତ କରାଯାଇ ଥିବା ସଂଗ୍ରହ ପୁରା ହେବ । ଦାମ୍ପତ୍ୟ ଜୀବନରେ ତିକ୍ତତା ଆସିପାରେ ।

କୁମ୍ଭ

ଆଜି ଆପଣ ଆପଣଙ୍କ ଜୀବନରେ ବହୁତ ଆଗକୁ ବଢିବେ । ପାରିବାରିକ ଜୀବନ ଭଲ ରହିବ । ନିଜ ସମ୍ପର୍କରେ ଅନୁକୂଳ ସନ୍ତୁଳନ ରଖିବା ସନ୍ତୋଷ ଜୀବନର ନିର୍ମାଣ କରିବ । ଅଫିସର ସମସ୍ୟା ଘରର ବାତାବରଣକୁ ମଧ୍ୟ ବିଗାଡି ଦେଇ ପାରେ । ଠିକ ଭାବରେ ନିଦ ହେବା କାରଣରୁ ଆପଣ ଭଲ ଅନୁଭବ କରିବେ । ବାପା ମାଆଙ୍କ ସହଯୋଗରେ ଆପଣ ଜୀବନରେ ଆଗକୁ ବଢିବେ । କୌଣସି ବିବାହ ଉତ୍ସବରେ ସାମିଲ ହେବାର ସୁଯୋଗ ମିଳିବ । ସନ୍ତାନ ଆପଣଙ୍କ ଆଜ୍ଞାରେ ରହିବେ ।

ମୀନ

ଏହି ରାଶିର ଲୋକଙ୍କୁ ଆଜି କମ ପରିଶ୍ରମରେ ଅଧିକ ଫଳ ମିଳିପାରେ । ଆପଣଙ୍କ ଜୀବନରେ ପରିବର୍ତ୍ତନ କରିବା ପାଇଁ ଏହି ସମୟ ଆପଣଙ୍କ ପାଇଁ ଠିକ ରହିବ । ଯୁବକ ମାନଙ୍କୁ କ୍ୟାରିୟରର ଭଲ ବିକଳ୍ପ ମିଳିବ । କୌଣସି ଖାସ ବନ୍ଧୁଙ୍କ ତରଫରୁ ଆପଣଙ୍କୁ ବିଶ୍ଵାସଘାତକତା ମିଳିପାରେ । ଏଥିପାଇଁ ବନ୍ଧୁ ମାନଙ୍କ ପ୍ରତି ଆପଣଙ୍କୁ ସାବଧାନ ରହିବାର ଆବଶ୍ୟକତା ଅଛି । ଆପଣ ଆପଣଙ୍କ ବାପା ମାଆଙ୍କ ସହିତ ଝଗଡାରେ ପଡି ପାରନ୍ତି । ଆପଣଙ୍କ ଖରାପ ବ୍ୟବହାର ସେମାନଙ୍କୁ ବହୁତ ଆଘାତ ପହଞ୍ଚାଇ ପାରେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *