ଯେତେବେଳେ ୧୦୬ ଜଣଙ୍କୁ ନେଇ ଅଦୃଶ୍ୟ ହେଇଗଲା ଏହି ଟ୍ରେନ୍, ଆଉ ତାପରେ ଯାହା ହେଲା ଆପଣ ବିଶ୍ଵାସ ବି କରି ପାରିବେନି (Mystery Of Zanetti Train)

ନମସ୍କାର ବନ୍ଧୁଗଣ ଆପଣଂକୁ କେମିତି ଲାଗିବ ଯଦି କେହି ଆପଣଙ୍କ ନିଜର ଲୋମ ଟ୍ରେନ ରେ ଯାଉଥିବ ଏବଂ ହଠାତ ନ୍ୟୁଜ ଆସିବ କି ସେହି ଟ୍ରେନ ଏବଂ ସେଥିରେ ଥିବା ଯାତ୍ରୀ ହଠାତ ଗାୟବ ହୋଇଗଲେ । ନିଶ୍ଚିତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ସେହି ଭଳି ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା । ଗୋଟିଏ ଟ୍ରେନ ରେ ୧୦୬ଜଣ ଯାତ୍ରୀ ଯାଉଥିଲେ ଏବଂ ନିଜ ଲକ୍ଷ ସ୍ଥଳ ରେ ପହଁଚି ପାରିଲେ ନାହିଁ ଏବଂ ସବୁଦିନ ପାଇଁ ସେହି ଟ୍ରେନ ରେ ହିଁ ଗାୟବ ହୋଇଗଲେ । ତେବେ ଆସନ୍ତୁ ସେହି ଘଟଣା ସମ୍ପର୍କରେ ଆଲୋଚନା କରି ନେବା ।


୧୪ ଜୁନ ୧୯୧୧ ରେ ଇଟାଲୀ ର ରୋମ ସହର ରୁ ଜେନିଟି ନାମକ ଟ୍ରେନ ଗଡି ଚାଲିଲା । ଏହା ଥିଲା ଏକ ନୂଆ ଟ୍ରେନ ଯାହାକୁ ରେଳପଥ ରେ ପ୍ରଥମ ଥର ଅଣାଗଲା । ଟ୍ରେନ ର ଏହା ପ୍ରଥମ ଯାତ୍ରା ଥିଲା ସେଥିପାଇଁ ଟ୍ରେନ କମ୍ପାନୀ ଲୋକ ମାନଂକୁ ମାଗଣା ରେ ଯାତ୍ରା କରିବାର ସୁଯୋଗ ଦେଇଥିଲା ।

ଏହି ଟ୍ରେନ ରେ ୧୦୦ଜଣ ପାସେଞ୍ଜର ଏବଂ୬ ଜଣ କର୍ମଚାରୀ ଙ୍କୁ ମିଶାଇ ୧୦୬ ଜଣ ଲୋକଙ୍କୁ ଏହି ଟ୍ରେନ ରେ ମାଂସ ଯିବା ଆସିବା ସହ ଖାଇବା ପିଇବା ସବୁ ମାଗଣା । ଏହା ସମସ୍ତ ଙ୍କ ପାଇଁ ଏକ ଆନନ୍ଦ ମୟ ଯାତ୍ରା ଥିଲା । କିଛି ସମୟ ବିତିଗଲା ଏବଂ ଟ୍ରେନ ଟି ମଧ୍ୟ ବହୁତ ଦୂରକୁ ଚାଲିଗଲା ଟ୍ରେନ ର ବାହାରେ ଏବଂ ଭିତରେ ସବୁ ଠିକ ଠାକ ଚାଲିଥିଲା । ହଠାତ ଜେନେଟି ର ରାସ୍ତା ରେ ଏକ ସୁଡ଼ଙ୍ଗ ଆସିଲା ଯାହାର ନାମ ଲୋମବାର୍ଡ ଟିୟୁନେଲ ।

ଏହା ପ୍ରାୟ ୧ କିମି ପର୍ୟ୍ଯନ୍ତ ଥିଲା । ଏହା ଭିତରେ ଏହି ଟ୍ରେନ ଟି ପଶିଲା କିନ୍ତୁ ଅନ୍ୟ ପଟେ ଆଉ ବାହାରିଲା ନାହିଁ । ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ କି ଏକ କିମି ରାସ୍ତା କୁ ଅତିକ୍ରମ କରିବା ପାଇଁ ଟ୍ରେନ କୁ ଏକ ଦିନ ରୁ ବି ଅଧିକ ସମୟ ହୋଇଗଲାଣି । ତେବେ ସମସ୍ତେ କୌଣସି ଦୁର୍ଘଟଣା ର ଆଶଙ୍କା ମଧ୍ୟ କରି ଛାନଭିନ କରିବା ଆରମ୍ଭ କରିଦେଲେ ।

କିନ୍ତୁ ସେହି ସୁଡ଼ଙ୍ଗ ଭିତରେ କୌଣସି ଅନ୍ୟ ରାସ୍ତା ମିଳିଲା ନାହିଁ କିମ୍ବା ଟ୍ରେନ ର କିଛି ପାର୍ଟସ ମଧ୍ୟ ମିଳିଲାନାହିଁ । ତେବେ ଏହି ଖବର ମିଡ଼ିଆ ରେ ପ୍ରଚାର ହେବାରୁ ଇଟାଲୀ ର ବହୁତ ବଦନାମ ମଧ୍ୟ ହୋଇଗଲା । ତେବେ ମିଡ଼ିଆ ର ପ୍ରସାର ଯୋଗୁଁ ଦୁଇ ଜଣ ବ୍ୟକ୍ତି ଯିଏ କି ସେହି ଟ୍ରେନ ରେ ବସିଥିଲେ କିନ୍ତୁ ସେହି ସୁଡ଼ଙ୍ଗ ଭିତରକୁ ଯିବା ପୂର୍ବରୁ ଏକ ଧଳା ଧୂଆଁ ଏବଂ ଏକ ଅଜବ ଶବ୍ଦ ଆସିଥିଲା ତେଣୁ ସେମାନେ ଭୟବିତ ହୋଇ ଟ୍ରେନ ରୁ ଓଲ୍ହାଇ ପଡ଼ିଥିଲେ ଏବଂ ଆଘାତ ମଧ୍ୟ ଲାଗି ଯାଇଥିଲା ଏବଂ ବେହୋସ ହୋଇ ଯାଇଥିଲେ ତେଣୁ ସେହି ଟ୍ରେନ ସହ କଣ ହୋଇଛି ତାହା ସେମାନେ ଜାଣି ନାହାନ୍ତି ।

ତେବେ ଯାଂଚକାରୀ ସେମାନଙ୍କ ଉପରେ ଏତେଟା ବିଶ୍ୱାସ କଲେ ନାହିଁ କାରଣ ସେମାନଙ୍କ ମାନସିକ ସ୍ଥିତି ଠିକ ନଥିଲା । ତେବେ କିଛି ସମୟ ପରେ ଜଣେ ମେକ୍ସିକୋ ର ଡାକ୍ତର ଏହା ଦାବା କଲେ କି ତାଙ୍କ ପାଖକୁ ଏହି ଘଟଣା ପରେ ୧୦୪ ଜଣ ମାନସିକ ବିକୃତ ରୋଗୀ ଆସିଥିଲେ । ତେବେ ଏହାକୁ ଏତେ ଗୁରୁତ୍ୱ ଦେଲେ ନାହିଁ ।

ଏହା ପରେ ଅନେକ ଲୋକ ଏହା ମଧ୍ୟ ଦାବି କଲେ କି ଏହି ଜେନେଟିକ ଟ୍ରେନ କୁ ଅଲଗା ଅଲଗା ସ୍ଥାନରେ ଦେଖିବାକୁ ମିଳୁଛି ଏବଂ ହଠାତ ସେ ଗାୟବ ମଧ୍ୟ ହୋଇ ଯାଉଛି । ତେବେ ଏହା କଣ ଟାଇମ ଟ୍ରାଭେଲ କରି ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ସମୟରେ ଗତି କରୁଛି । ତେବେ ଏହି ଘଟଣା ଟି ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହି ଯାଇଛି । ତେବେ ଆପଣ ଙ୍କୁ ଏହି ବିଷୟରେ କଣ ଲାଗୁଛି, ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *