୩୪ ହଜାର ଫୁଟ ଉଚ୍ଚତାରେ ଫେଲ ମାରିଲା ବିମାନର ଇଞ୍ଜିନ, ଗୋଟିଏ ଗ୍ଲାସ ପାଣିରେ ପାଇଲଟ ଏମିତି ବଞ୍ଚେଇଲେ 82 ବିମାନ ଯାତ୍ରୀଙ୍କ ଜୀବନ

ବିଭିନ୍ନ ସମୟରେ ଘଟୁଥିବା ଘଟଣାରୁ ମଣିଷ ଅନେକ କିଛି ଶିକ୍ଷା ନିଏ । କେବେ କେବେ ଉଡାଜାହାଜ ଦୁର୍ଘଟଣା ବିଷୟରେ ଶୁଣି ଆପଣଙ୍କ ହୃଦୟ ଥରି ଉଠିଥିବ । ଅନେକ ସମୟରେ ଉଡନ୍ତା ଉଡାଜାହାଜରେ ଅନେକ କରିସ୍ମା ମଧ୍ୟ ଦେଖିବାକୁ ବା ଶୁଣିବାକୁ ମିଳିଥାଏ ।

ଆଜି ଆମେ ଆପଣଙ୍କୁ ଉଡାଜାହାଜରେ ଘଟିଥିବା ଏପରି ଏକ ଘଟଣା ବିଷୟରେ ଜଣାଇବୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କିପରି ଜଣେ ପାଇଲଟ୍ କେବଳ ଗୋଟିଏ ଗ୍ଲାସ୍ ପାଣିରେ ବିମାନରେ ଥିବା ୮୨ଜଣଙ୍କ ପ୍ରାଣ ବାଚାଇଲେ! ଏହା ଏକ ସତ୍ୟ ଘଟଣା ଅଟେ । ୨୦୧୦ ମସିହା ସେପ୍ଟେମ୍ବର ୭ ତାରିଖରେ ରୁଷିଆର ଏକ ଘରୋଇ ବିମାନ ଉଡ଼ାଞ୍ଚି ସହରରୁ ମସ୍କୋକୁ ଯାତ୍ରା କରୁଥିଲା । ବିମାନରେ ୭୨ ଜଣ ଯାତ୍ରୀ ଓ ୧୦ ଜଣ କ୍ରୁ ମେମ୍ବର ଥିଲେ ।

ମାତ୍ର କେହି କଳ୍ପନା ମଧ୍ୟ କରି ନ ଥିଲେ ଅଳ୍ପ ସମୟ ମଧ୍ୟରେ କିଛି ଘଟିବାକୁ ଯାଉଛି ବୋଲି । ବିମାନଟି ସାଧାରଣ ଉଡାଣ ଭରି ଉଡିବାକୁ ଲାଗିଲା । ଅଳ୍ପ ସମୟ ମଧ୍ୟରେ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ହେଲେ ପାଇଲଟ୍ ଏହାକୁ ସାଧାରଣ ଭାବି ବିମାନ ଉଡ଼ାଇ ଚାଲିଲେ । ମାତ୍ର ଏହି ସମସ୍ୟା ସହ ବିମାନଟି ମାତ୍ର ୮ମିନିଟ୍ ହିଁ ଠିକ୍ ଭାବେ ଉଡି ପାରିଥିଲା । ଏହାପରେ ହଠାତ୍ ଜାହାଜରେ ଥିବା ସମସ୍ତ ଲାଇଟ୍ ବନ୍ଦ ହୋଇ ଚାରିଆଡ଼େ ଅନ୍ଧାର ହୋଇଗଲା ।

ଯାତ୍ରୀମାନେ ଭୟଭୀତ ହୋଇ କଣ ଘଟିବାକୁ ଯାଉଛି ବୋଲି କେହି କିଛି ଭାବି ପାରୁ ନ ଥିଲେ । ଏୟାରହୋଷ୍ଟେସ୍ ମାନେ ସମସ୍ତଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରୁଥିଲେ । ମାତ୍ର ପାଇଲଟ୍ ବୁଝି ସାରିଥିଲେ ଯେ ଉଡାଜାହାଜ କ୍ରାସ୍ ହେବାକୁ ଯାଉଛି । କାରଣ ଉଡାଜାହାଜର ସମସ୍ତ ଇଲେକ୍ଟ୍ରୋନିକ୍ସ ଜିନିଷ ଖରାପ ହୋଇ ସାରିଥିଲା ଏବଂ ସେତେବେଳେ ଜାହାଜ ୩୪ହଜାର ଫୁଟ ଉଚ୍ଚତାରେ ଥିଲା । ଉଡାଜାହାଜ ଲ୍ୟାଣ୍ଡ କରାଇବାକୁ ଆଖପାଖରେ କୌଣସି ଏୟାରପୋର୍ଟ ମଧ୍ୟ ନ ଥିଲା । ତେବେ ସଠିକ୍ ଭାବେ ଜାହାଜକୁ ଲ୍ୟାଣ୍ଡ କରାଇବାକୁ ମଧ୍ୟ କୌଣସି ଯନ୍ତ୍ର କାର୍ଯ୍ୟ କରୁ ନ ଥିଲା । ଏପରି ଅବସ୍ଥାରେ ଯାହା ଘଟିଥିଲା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

ପାଇଲଟ୍ ଜାଣି ସାରିଥିଲେ କେହି ମଧ୍ୟ ବଞ୍ଚିବେ ନାହିଁ । ତଥାପି ସେମାନେ ଗୋଟେ ଗ୍ଲାସରେ ପାଣି ନେଇ ତାହା କଣ୍ଟ୍ରୋଲ ପ୍ୟାନେଲ ଉପରେ ରଖିଦେଲେ । ଯେତେବେଳେ ପାଇଲଟ୍ ଉଡାଜାହାଜକୁ ଅଣାଇ କରି ନେଲେ, ପାଣି ଗ୍ଲାସ୍ ମଧ୍ୟ ଅଣାଇ ହୋଇଥିଲା । ସେଥିରୁ ପାଇଲଟଙ୍କୁ ଉଡାଜାହାଜ ସଠିକ୍ ଦିଗ ଜଣା ପଡି ଯାଇଥିଲା । ଏହା ଏକ ସାଧାରଣ ଟ୍ରିକ୍ ହୋଇଥିଲେ ମଧ୍ୟ ଏପରି ଏକ ପରିସ୍ଥିତିରେ ପାଇଲଟଙ୍କ ଧୈର୍ଯ୍ୟ ଓ ଉପସ୍ଥିତ ବୁଦ୍ଧି ହିଁ ତାଙ୍କୁ ସାହାଯ୍ୟ କରିଥିଲା । ଯାହା ଫଳରେ ଉଡାଜାହାଜ ୯ଫୁଟ ଉଚ୍ଚତାକୁ ଆସି ଯାଇଥିଲା ଓ ପାଇଲଟ୍ ମାନେ ଭୂପୃଷ୍ଠକୁ ସହଜରେ ଦେଖି ପାରିଥିଲେ ।

ତେବେ ଏହି ଜାହାଜର ଭାଗ୍ୟ ବଡ଼ ଟାଣ ଥିଲା । ତଳକୁ ଆସିବା ସମୟରେ ଜାହାଜଟି ଋଷ୍ ର ଏକ ଛୋଟ ସହର ଇସ୍ମାରେ ଥିଲା । ସେଠାରେ ଏକ ଛୋଟ ଏୟାରପୋର୍ଟ ଥିଲା ଯାହା ଅନେକ ସମୟରୁ ବନ୍ଦ ଥିଲା । ଜଣେ ପୁରୁଣା କର୍ମଚାରୀ ଏୟାରପୋର୍ଟର ଦେଖାଶୁଣା କରୁଥିଲେ । ଏୟାରପୋର୍ଟର ସଫାସୁତୁରା କରି ସେ ଆନନ୍ଦ ପାଉଥିଲେ । ଏପରିକି ରନ୍ ୱେ ମଧ୍ୟ ସେ ରଙ୍ଗ ଦେଇ ରଖୁଥିଲେ । ଯାହା ଫଳରେ ପାଇଲଟଙ୍କୁ ତାହା ସ୍ପଷ୍ଟ ଭାବେ ଦେଖା ଯାଇଥିଲା ।

ସେତେବେଳକୁ ଯାତ୍ରୀମାନଙ୍କୁ ବିମାନର ପରିସ୍ଥିତି ବିଷୟରେ ଜଣାଇ ଦିଆଯାଇ ଥିଲା । ଉଡାଜାହାଜ ସ୍ଥଳଭାଗରେ ଖୁବ୍ ଜୋରରେ ଧକ୍କା ହୋଇପାରେ ବୋଲି ସାବଧାନ କରାଇ ଦିଆଯାଇ ଥିଲା । ମାତ୍ର ବହୁତ ଚେଷ୍ଟା ଓ ଈଶ୍ବରଙ୍କ ଉପରେ ଭରସା ରଖି ଶେଷରେ ପାଇଲଟ୍ ଦୁଇଜଣ ଉଡାଜାହାଜକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଇବାରେ ସଫଳ ହୋଇଥିଲେ ।

ସେ ଦିନର ଏପରି ଏକ ଚମତ୍କାର ବିଷୟରେ ଶୁଣି ଆପଣଙ୍କର ମଧ୍ୟ ଏହି ଉକ୍ତି ମନେ ପଡୁଥିବ- “ରଖେ ହରି ମାରେ କିଏ!” । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *