ଯେତେବେଳେ ବିଲେଇ ଭାବି ଘରକୁ ନେଇ ଆସିଲେ ବାଘ ଛୁଆ ! ଆଉ ତା’ପରେ କଣ ହେଲା…ଦେଖନ୍ତୁ

ବନ୍ଧୁଗଣ, ସୂଚନା ଅନୁଯାୟୀ ବିରାଡି ଭାବି ଗାଁ ଛୁଆ ଘରକୁ ଆଣିଲେ ବାଘ ଛୁଆ । ଏହି ଖବର ପାଇ ବାଘ ଛୁଆ କୁ ଉଧାର କରିଲା ବନ ବିଭାଗ । ସୁରକ୍ଷିତ ମା ସହିତ ଫେରିଲେ ବାଘ ଛୁଆ । ତେବେ ଆପଣ ମାନେ ଜାଣିଥିବେ ଯେ କଥାରେ ଅଛି ଯେ ବାଘ ନ ଦେଖିଲେ ବିଲେଇ ଦେଖ । ଏହିଭଳି କିଛି ବିଲେଇ ଅଛନ୍ତି ଅବିକଳ ବାଘ ପରି ଦେଖାଜାଆନ୍ତି । ଆଉ ସେମାନଙ୍କୁ ବାଘର ବଂଶଧର ମଧ୍ୟ କୁହାଯାଇଥାଏ ।

ଛୋଟ ବାଘଛୁଆ ସତେ ଯେମିତି ଗୋଟିଏ ବିଲେଇ ଭଳି ଦେଖାଯାଏ । ବାଘ ଦେଖିବାକୁ ଯେତିକି ଭୟଙ୍କର ବାଘଛୁଆ ଦେଖିବାକୁ ସେତିକି ନିରୀହ । କେହି ହେଲେ ମଧ୍ୟ ଏମାନଙ୍କୁ ଦେଖିଲେ କୋଳେଇ ନେବାକୁ ଚେଷ୍ଟା କରିବ । ଆପଣ ମଧ୍ୟ କଲରା ପତରିଆ ବାଘଛୁଆ ଦେଖିଲେ ବେଳେ ବେଳେ ଦ୍ଵନ୍ଦରେ ପଡିଯିବେ ଯେ ଇଏ ବାଘ କି ବିଲେଇ ? ନିକଟରେ ଏହିଭଳି ଏକ ଘଟଣା ଘଟିଛି ଇନ୍ଦୋରରେ ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ବିଲେଇ ଛୁଆ ଭାବି ଗାଁ ଛୁଆ ବଣରୁ ନେଇ ଆସିଥିଲେ କଲରା ପତରିଆ ବାଘଛୁଆ । ଏହା ସଂପୂର୍ଣ୍ଣ ଭାବରେ ଚହଳ ପକାଇ ଦେଇଥିଲା । ମାତ୍ର ସେହି ଛୁଆ ବର୍ତ୍ତମାନ ସୁରକ୍ଷିତ ପହଞ୍ଚି ଯାଇଛନ୍ତି ତାଙ୍କ ମା’ ପାଖରେ । ଉଧାର ବନବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କର କହିବା ଅନୁସାରେ କେତେଜଣ ପିଲା ରାଣୀ ରୂପମତି ଅଞ୍ଚଳର ଭାବରେ ଜଣାଶୁଣା ମୁଣ୍ଡୁ ଜଙ୍ଗଲରେ ଛେଳି ଚରାଇବାକୁ ଯାଇଥିଲେ ।

ସେଠାରେ ସେ ଦୁଇଟି କଲରା ପତରିଆ ଛୁଆକୁ ଦେଖିଥିଲେ । ସେମାନେ ସେହି ଛୁଆ ଙ୍କ ସହିତ ଖେଳିବାକୁ ଲାଗିଥିଲେ । ମାତ୍ର ସେମାନେ ଜାଣି ନଥିଲେ ଯେ ସେହି ଛୁଆ ଦୁଇଟି ହେଉଛନ୍ତି ବାଘ ଛୁଆ ବୋଲି । କେବଳ ଏତିକି ନୁହେଁ ବରଂ ଗାଁ ଛୁଆମାନେ ସେହି ବାଘଛୁଆ ଦୁଇଟିକୁ ନିଜ ସାଙ୍ଗରେ ଧରି ପଳାଇ ଆସିଲେ ନିଜ ପାଖରେ ରଖି ତାଙ୍କ ସହିତ ଖେଳିବାକୁ ଲାଗିଲେ । ମାତ୍ର କିଛି ସମୟ ପରେ ସେମାନଙ୍କର ହୋସ ଉଡିଗଲା ।

ସେମାନେ ଜାଣିବାକୁ ପାଇଲେ ଯେ ସେମାନେ ବିଲେଇ ଛୁଆ ନୁହନ୍ତି ବରଂ ବାଘଛୁଆ, ସେମାନେ ଯେତେବେଳେ ମୋବାଇଲ କ୍ୟାମେରାରେ ବାଘଛୁଆ ଙ୍କ ସହିତ ସେଲଫି ଉଠାଉଥିଲେ ପିଲାମାନେ ଗର୍ଜନ କରିବାକୁ ଲାଗିଥିଲେ । ସେତେବେଳେ ସେମାନେ କିଛି ବୁଝି ପାରିଲେ ନାହିଁ ଯେ ସେମାନେ କଣ କରିବେ ତଥା କଣ କରିବେ ନାହିଁ ?

ସେମାନେ ନିଜ ବାପା ମା’ ଙ୍କୁ ଏହି ସମ୍ବନ୍ଧରେ ସଂପୂର୍ଣ୍ଣ କଥା ଜଣାଇଲେ ଏହା ଜାଣିବା ପରେ ପରିବାର ଲୋକଙ୍କ ବୁଦ୍ଧି ମଧ୍ୟ ଶୁନ ହୋଇଗଲା । ସେମାନେ ଏ ସମ୍ବନ୍ଧରେ ବନ ବିଭାଗକୁ ଜଣାଇଲେ । ବନବିଭାଗ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଗଲେ । ବର୍ତ୍ତମାନ ବାଘଛୁଆ ଦୁଇଟି ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *