ଦୁନିଆର ସବୁଠାରୁ ଭୟଙ୍କର ଜେଲ ! ଯାହାର ନାଁ ଶୁଣିଲେ ଭୟରେ ଥରନ୍ତି କଏଦୀ

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୁନିଆର ସବୁଠାରୁ ଭୟଙ୍କର ଜେଲ କଳାପାଣି, ଯାହାକୁ ପୃଥିବୀର ନର୍କ କୁହାଯାଏ । ଏହାର ସତ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଦୁନିଆରେ ଅନେକ ପ୍ରକାରର ଜେଲ ଅଛି କିନ୍ତୁ ବିଶ୍ଵର ସବୁଠାରୁ ଭୟଙ୍କର ଜେଲ ସେଲ୍ୟୁଲାର ଜେଲ ଅଥବା ଯାହାକୁ କଳାପାଣି କୁହାଯାଏ । ଏଠାରେ ଏମିତି କ’ଣ ହେଉଥିଲା ଯେ ଯାହାର ନାମ ଶୁଣିଲା ମାତ୍ରେ ଲୋମ ଟାଙ୍କୁରି ଉଠୁଥିଲା ?

କୁହାଯାଉଛି ଯେ ସେଠାରେ ଏଭଳି ଦଣ୍ଡ ଦିଆଯାଉଥିଲା କଏଦୀ ମାନଙ୍କୁ ଆପଣ ଶୁଣିଲେ ଦେହ ଶୀତେଇ ଉଠିବ । ସେଠାରେ କଏଦୀ ମାନଙ୍କୁ ଯେଉଁ ନିର୍ଯାତନା ଦିଆଯାଉଥିଲା, ଏହାକୁ ବର୍ଣ୍ଣନା କରିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । କଏଦୀ ମାନଙ୍କୁ ଯେଉଁ ଖାଦ୍ୟ ଦିଆଯାଉଥିଲା ତାହାକୁ ଗୋଟିଏ ପଶୁ ମଧ୍ୟ ଖାଇ ପାରିବ ନାହିଁ ।

କେବଳ ଦେଶର ସ୍ଵାଧୀନତା ପାଇଁ ଲଢୁଥିବା ସଂଗ୍ରାମୀ ମାନେ ଏହିଭଳି ଅକଥନୀୟ ଅତ-ୟଆଚାର ସହି ଆମକୁ ସ୍ଵାଧୀନତା ଦେବାପାଇଁ ଏପରି ଦଣ୍ଡ ସହିଯାଉଥିଲେ । ଭାରତର ଆଣ୍ଡାମାନ ନିକୋବର ରାଜଧାନୀ ପୋର୍ଟ ବ୍ଲେୟାରର ତଟରେ ଅବସ୍ଥିତ ଥିବା ଏହି ଜେଲକୁ ପୃଥିବୀର ନର୍କ ବୋଲି କୁହାଯାଏ । ନା ସେଠାରେ ଆଲୋକ ଥିଲା ନା ଥିଲା ଝରକା । ଦିନ ହେଉ ଅଥବା ରାତି ଜେଲର ଚାରିକାନ୍ଥ ଭିତରେ ସବୁବେଳେ ଅନ୍ଧାର କିଟି କିଟି ।

ଏଣୁ ଏହାକୁ କଳାପାଣି ବୋଲି ଆଖ୍ୟା ଦିଆଯାଇଛି । 1857 ରେ ଯେତେବେଳେ ପ୍ରଥମ ଥର ପାଇଁ ଭାରତ ନିଜ ସ୍ଵାଧୀନତା ପାଇଁ ଲଢେଇ ଆରମ୍ଭ କରିଥିଲା, ସେତେବେଳେ ବ୍ରିଟିଶ ସରକାର ମନରେ ଡର ବସିଯାଇଥିଲା । କାଳେ ସବୁ ଭାରତୀୟ ମିଶି ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିଦେବେ କି ?

ଏଣୁ ଆଗକୁ ଯେମିତି କେହି କ୍ରାନ୍ତିକାରୀ ତାଙ୍କ ବିରୁଦ୍ଧରେ ନ ଯାଉ, ସେଥିପାଇଁ ଲୋକଙ୍କ ମନରେ ଡର ଆଣିବାକୁ ଇଂରେଜ ସରକାର ଏହି କଳାପାଣି ଜେଲର ନିର୍ମାଣ କରିଥିଲେ, ଯେମିତି ଏହି କ୍ରାନ୍ତିକାରୀ ଙ୍କ ପାଖରେ କେହି ନ ପହଞ୍ଚି ପାରିବେ । ସେଥିପାଇଁ ଆଣ୍ଡାମାନ ଦ୍ଵିପରେ ତିଆରି ହୋଇଥିଲା କଳାପାଣି ଜେଲ । ପ୍ରଥମେ ଯେଉଁମାନେ ବ୍ରିଟିଶ ସରକାର ଙ୍କ ବିରୁଦ୍ଧରେ ଲଢୁଥିଲେ ସେମାନଙ୍କୁ ଆଣ୍ଡାମାନ ଦ୍ଵିପର ପାଖରେ ଥିବା ଜେଲରେ ରଖାଯାଉଥିଲା ।

ଏକା ସାଙ୍ଗରେ ୫୦ କଏଦୀ ଙ୍କ ଗୋଡରେ ଚେନ ବାନ୍ଧି ପଥର ଭାଙ୍ଗିବା ଭଳି କାମରେ ନିୟୋଜିତ କରାଯାଉଥିଲା । ନଚେତ ବ୍ରିଟିଶ ସରକାର ଙ୍କ ପାଇଁ ହୋଟେଲ ଅଥବା ଘର ନିର୍ମାଣ ପାଇଁ ମଜୁରିଆ କାମରେ ଲଗାଯାଉଥିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *