Odia Gk Questions- ସ୍ଵାମୀ ସ୍ତ୍ରୀକୁ ଦିଏ ହେଲେ ସ୍ତ୍ରୀ ସ୍ଵାମିକୁ ଦିଏ ନାହିଁ, କୁହନ୍ତୁ ତାହା କଣ ? 99 % ଲୋକ ଜାଣନ୍ତି ନାହିଁ…

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଓଡିଆ ଢଗଢମାଳି ସମ୍ବନ୍ଧରେ ଏକ ବିବରଣୀ ପ୍ରଦାନ କରିବାକୁ ଯାଉଅଛୁ ଯାହାକୁ ଆପଣ ମାନେ ପଢି ବେସ ଖୁସି ହେବେ । ଏହା ସହିତ ପିଲାଦିନୁ ଶୁଣି ଆସୁଥିବା ଏହି ଢଗ ମାନଙ୍କର ଅର୍ଥ ମଧ୍ୟ ଜାଣିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ୧;- ତାହା କେଉଁ ଜିନିଷ ଯାହାକୁ କାଟିଲା ପରେ ଲୋକମାନେ ଗୀତ ଗାଇବା ଆରମ୍ଭ କରନ୍ତି ? ଉତ୍ତର;- ଜନ୍ମଦିନ କେକ ।

୨;- ଫୁଲ ପରି ସେ ଅନେକ ଫୁଲ ରାତିରେ ଝଲକେ ଦିନରେ ନାହିଁ ?

ଉତ୍ତର;- ତରା ।

୩;- ଆବୁ ଆବୁକା ମୋରା ଚମଡା, ପାଣିରେ ମୋର ଘର ଭୁଇଁରେ ଶୁଏ ଗୋଡେଇ ଗୋଡେଇ ଖାଏ ସଭିଙ୍କ ମନରେ ଡର ?

ଉତ୍ତର;- କୁମ୍ଭୀର ।

୪;- ତାହା କେଉଁ ଜିନିଷ ଝାକୁ ଝିଅମାନେ କେବଳ ବର୍ଷକୁ ଥରେ କିଣିଥାନ୍ତି ?

ଉତ୍ତର;- ରାକ୍ଷୀ ।

୫;- ନୂଆ ନୂଆ ଭାରି ଆଦର ନୂଆରୁ ପୁରୁଣା ହେଲେ ତୁଠ ପଥର ?

ଉତ୍ତର;- ନୂଆକରି ଆସିଥିବା ଲୋକ ପ୍ରଥମେ ଅଧିକ ଆଦର ପାଇଥାଏ ।

୬;- ଘରେ ନ ପଶୁଣୁ ବାଜିଲା ଚାଳ ଆଉ କି ରହିବ ମୁଣ୍ଡର ବାଳ ?

ଉତ୍ତର;- କାର୍ଯ୍ୟ ଆରମ୍ଭରୁ ବିଘ୍ନ ଦେଖାଦେବା ।

୭;- ଆଶା କରିଥିଲି ତତେ କାଉକୁ ଯେମିତି କୋଇଲି ଭଣ୍ଡାଏ ସେହିପରି କଲୁ ମତେ ?

ଉତ୍ତର;- ସ୍ଵାର୍ଥ ପାଇଁ ଠକିଦେଇ ଯିବା ।

୮;- କ’ଣ ଦାନ କଲେ ବଢିଥାଏ ସାଇତି ରଖିଲେ କ୍ଷୟ ହୁଏ ?

ଉତ୍ତର;-ବିଦ୍ୟା ବା ଜ୍ଞାନ ।

୯;- ଏମିତି କ’ଣ ଅଛି ଯାହାକୁ ଝିଅମାନେ ଦେଖେଇକି ବୁଲନ୍ତି ପୁଅମାନେ ଲୁଚେଇକି ବୁଲନ୍ତି ?

ଉତ୍ତର;- ପର୍ସ ।

୧୦;- ପାଣିରୁ ଜନମ ପାଣି ଛୁଏଁନି ଛୁଇଁ ଦେଲେ ତାକୁ ମୁଁ ରୁହେନି ?

ଉତ୍ତର;- ଲୁଣ ।

୧୧;- ହାତ ଅଛି ଗୋଦା ନାହିଁ, ନାହିଁ ତାର ମଥା ମଣିଷକୁ ଗିଳି ଦଉଛି ଏକ ବିଚିତ୍ର କଥା ?

ଉତ୍ତର;- T-SHIRT ।

୧୨;- ଏମିତି ଏକ ସ୍ଥାନ କୁହନ୍ତୁ ଯେଉଁଠି ଧନୀ ହେଉକି ଗରିବ ଗିନା ଧରି ଛିଡା ହୁଅନ୍ତି ?

ଉତ୍ତର;- ଗୁପଚୁପ ଷ୍ଟାଣ୍ଡରେ ।

୧୩;- କେତେବେଳେ ପିଏ କଳା, କେତେବେଳେ ପିଏ ନାଲି, ପେଟ ଶୁଖିଗଲେ ତାର ଆଉ ନପାରଇ ଚାଲି ?

ଉତ୍ତର;- କଲମ ।

୧୪;- ଗରମ ପାଇଲେ ଆକାଶେ ଉଡେ ଶୀତଳ ପାଇଲେ ତଳକୁ ଖସେ ?

ଉତ୍ତର;- ବାଷ୍ପ ।

୧୫;- ଟୋକିର ମୁଣ୍ଡ ଲାଣ୍ଡିଆ, ବଣ ନଥାଇ ମୁଣ୍ଡିଆ ?

ଉତ୍ତର;- ପାହାଡ ।

୧୬;- ଗଛ ଲଗାଇଲି ଫଳିବା ପାଇଁ ଫଳ ପାଚିଲା ହେଲେ ଝଡିଲା ନାହିଁ ?

ଉତ୍ତର;- ଭେଣ୍ଡି ।

୧୭;- କାଦୁଅରେ ଗଡାପଡା ଆଠଗୋଟି ଗୋଡ ତାର ଦୁଇ ଗୋଡ ପାଙ୍କୁଡା ?

ଉତ୍ତର;- କଙ୍କଡା ।

୧୮;- ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ ?

ଉତ୍ତର;- ଅନ୍ଧ ଲୋକର ବାଡି ।

୧୯;- କେଉଁ ଫଳର ଚୋପା ନାହିଁ କି ମଞ୍ଜି ନାହିଁ ?

ଉତ୍ତର;- ତୁତ କୋଳି ।

୨୦;- ସ୍ଵାମୀ ସ୍ତ୍ରୀ କୁ ଦିଏ କିନ୍ତୁ ସ୍ତ୍ରୀ ସ୍ଵାମିକୁ ଦିଏ ନାହିଁମ ତାହା କ’ଣ ?

ଉତ୍ତର;- କୁଳ ନାମ । ତେବେ ବନ୍ଧୁଗଣ ଏହି ପ୍ରଶ୍ନ ଉତ୍ତରର ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *