‘ବିଶ୍ୱକୁ ବଞ୍ଚାଓ, ଚାରିଆଡେ ଲୋକ ମରିଲେଣି, ଆଉ କେତେ…’ ଦେଖନ୍ତୁ ବିଶ୍ବରେ ଏଭଳି ସଙ୍କଟକୁ ନେଇ କଣ କହିଲେ Sura ଭାଇ, PM Narendra Modi ଙ୍କୁ କଲେ ଏମିତି ଅନୁରୋଧ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଦେବାଳିଆ ଅବସ୍ଥାରେ ଶ୍ରୀଲଙ୍କା । ସାରା ଦେଶରେ ମହଙ୍ଗା ମାଡ଼ । ୧ ହଜାର କୋଟି ଋଣ ଭାରରେ ବୁଡିଛି ଦେଶ । ବିଦେଶୀ ମୁଦ୍ରା ଭଣ୍ଡାର ୭୦ ପ୍ରତିଶତ ହ୍ରାସ । ଗୋଟିଏ ମାସରେ ଟଙ୍କାର ମୂଲ୍ୟ ୪୫ ପ୍ରତିଶତ ହ୍ରାସ । ୧ ଡଲାର ତୁଳନାରେ ୨୯୨.୫୦ରେ ପହଂଚିଛି ଶ୍ରୀଲଙ୍କା ଟଙ୍କା । ଦେଶର ଆର୍ଥିକ ସ୍ଥିତି ଦେଖି ବନ୍ଦ କରିଦିଆଯାଇଛି ଷ୍ଟ୍ରିଟ୍ ଲାଇଟ୍‌, ଦିନକୁ ୧୩ ଘଂଟା କଟୁଛି ବିଜୁଳି । ଜେନେରେଟର ଚଳାଇବାକୁ ନାହିଁ ଡିଜେଲ ।

ପେଟ୍ରୋଲ ଡିଜେଲ ଓ ଗ୍ୟାସ ପାଇଁ ଲୋକଙ୍କୁ ଘଂଟା ଘଂଟା ଅପେକ୍ଷା କରିବାକୁ ପଡୁଛି । ପରିସ୍ଥିତି ଏଭଳି ହୋଇଛି ଯେ, ପିଲାଙ୍କ ପାଠ ପଢା ପାଇଁ କାଗଜ, କଲମ ନାହିଁ । ଏପରି ସ୍ଥିତିରେ ଅନିର୍ଦିଷ୍ଟ ସମୟ ପାଇଁ ପରୀକ୍ଷା ବାତିଲ କରିଦିଆଯାଇଛି । ସୁନାଠାରୁ ଅଧିକ ମହଙ୍ଗା ହେଲାଣି କ୍ଷୀର । ଦୁଇ ବେଳା ଦୁଇ ପଟ ରୋଟି ଯୋଗାଡ କରିବା ଲୋକଙ୍କ ପାଇଁ କାଠିକର ପାଠ ହେଲାଣି ।

ତେବେ ଦେଶର ଅବସ୍ଥା ଏପରି ହେଲା କାହିଁକି । କାହିଁକି ଭୁଶୁଡି ପଡିଲା ଅର୍ଥ ବ୍ୟବସ୍ଥା । ଶ୍ରୀଲଙ୍କା ଅର୍ଥ ବ୍ୟବସ୍ଥାରେ ପର୍ଯ୍ୟଟନର ପ୍ରମୁଖ ଭୂମିକା ରହିଛି । ତେବେ କରୋନା ମହାମାରୀ ଯୋଗୁଁ ପର୍ଯ୍ୟଟନ ପୂରା ଠପ୍ ହୋଇଗଲା । ଏଥିଯୋଗୁଁ ଦେଶରେ ବିଦେଶୀ ଅର୍ଥ ଭଣ୍ଡାର ପୂରା ଖାଲି ହୋଇଗଲା । ଶ୍ରୀଲଙ୍କାରେ ପର୍ଯ୍ୟଟନ ଉପରେ ପ୍ରତ୍ୟକ୍ଷ ଭାବେ ୫ ଲକ୍ଷ ଏବଂ ପରୋକ୍ଷ ଭାବେ ୨୦ ଲକ୍ଷ ନିର୍ଭର କରୁଥିଲେ ।

ଶ୍ରୀଲଙ୍କା ଜିଡିପିରେ ପର୍ଯ୍ୟଟନର ଭାଗ ରହିଛି ୧୦ ପ୍ରତିଶତରୁ ଅଧିକ । ପ୍ରତିବର୍ଷ କେବଳ ଟୁରିଜିମରୁ ୩୭ ହଜାର କୋଟି ଆୟ ହୋଇଥାଏ । ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବା ପରେ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡି ପଡିଥିବା କହାଯାଉଛି । ତେବେ ଦେଶରେ ଜରୁରୀକାଳିନ ସ୍ଥିତି ଲାଗୁ ହୋଇଛି । ଏହି ମଧ୍ୟରେ ରବିବାର ବିଳମ୍ଵିତ ରାତିରେ ଶ୍ରୀଲଙ୍କା ସରକାରଙ୍କ ସମ୍ପୂର୍ଣ୍ଣ କ୍ୟାବିନେଟ୍ ଇସ୍ତଫା ଦେଇଛନ୍ତି । ଦେଶର ଶିକ୍ଷା ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଏବଂ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କୁ ଛାଡ଼ି ସମସ୍ତ ୨୬ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫାପତ୍ର ଦେଇଛନ୍ତି । ତେବେ କ୍ୟାବିନେଟ୍‌ର ଏହି ସାମୂହିକ ଇସ୍ତଫାପତ୍ରର କୌଣସି କାରଣ ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ । ଅପର ପକ୍ଷରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଏହି ସମସ୍ୟାରୁ ବାହାରିବା ପାଇଁ ସର୍ବଦଳୀୟ କାର୍ଯ୍ୟବାହକ ସରକାର ଗଠନ ପାଇଁ ଦାବି ଜୋର ଧରିଛି ।

ତେବେ ଶ୍ରୀଲଙ୍କାକୁ ଭାରତ ୧ ବିଲିୟନ ଡଲାରର କ୍ରେଡିଟ୍ ଦେବାକୁ ରାଜି ହୋଇଛି । ଏହା ଶ୍ରୀଲଙ୍କାକୁ ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବ ପୂରଣ କରିବାରେ ସାହାଯ୍ୟ କରିବ । ଭାରତ ହେଉଛି ଚାଉଳ ରପ୍ତାନି କରୁଥିବା ଦେଶ । ଏଭଳି ପରିସ୍ଥିତିରେ ଭାରତରୁ ଚାଉଳ ଯୋଗାଣ ଶ୍ରୀଲଙ୍କାରେ ପହଞ୍ଚିବା ପରେ ସେଠାରେ ଚାଉଳର ମୂଲ୍ୟ ହ୍ରାସ ହେବାର ଆଶଙ୍କା ରହିଛି ଯାହା ଗତ ଏକ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି । ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ଶ୍ରୀଲଙ୍କା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହିତ ମଧ୍ୟ ଆଲୋଚନା କରୁଛି ।

ତେବେ ଏହାକୁ ନେଇ ବର୍ତ୍ତମାନ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି କି ସେ ମିଡ଼ିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଙ୍କୁ ଅନୁରୋଧ କରୁଛନ୍ତି କି ଶ୍ରୀଲଙ୍କା କୁ ଆହୁରି ଚାଉଳ ପଠା ଯାଉ । ଏହା ସହ ୟୁକ୍ରେନ ଓ ରୁଷ ର ଯୁଦ୍ଧ କୁ ମଧ୍ୟ ବନ୍ଦ କରିବା ପାଇଁ ଦୁଇ ରାଷ୍ଟ୍ରପତି ଙ୍କ ସହ ଆଲୋଚନା କରାଯାଉ ନହେଲେ ବିଶ୍ୱ ଭୁଶୁଡି ପଡିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *