ଜାତକରେ ଶନି କମ୍ଜୋର ଥିଲେ କରନ୍ତୁ ଏହି ଉପାୟ, ଶନି ଦୋଷରୁ ମିଳିବ ମୁକ୍ତି, ଶନିଙ୍କ କୃପାରୁ ସବୁ ସଙ୍କଟ ହେବ ଦୂର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ବୋଲି ମାନିଥାନ୍ତି । କୁହାଯାଏ କି ଯଦି ଶନି କୌଣସି ବ୍ୟକ୍ତିଙ୍କ ରାଶିରେ ଅବସ୍ଥାନ କରନ୍ତି ତାହେଲେ ତାହାର ସାଢ଼େସାତୀ ପ୍ରଭାବ ଆରମ୍ଭ ହୁଏ । ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଶନିଙ୍କ ଦଶା ଆସିଥାଏ । ଏହି ସମୟରେ ଶନି ୩୦ ବର୍ଷ ପୂର୍ବେ କରିଥିବା କର୍ମ ଓ ପୂର୍ବ ଜନ୍ମରେ କରିଥିବା କର୍ମର ଫଳ ଦେଇଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ନିଷ୍ଠୁର ଗ୍ରହ ବୋଲି କୁହାଯାଏ । କିନ୍ତୁ ଯଦି ଶନି ନିଜ ଭାଗ୍ୟରେ ଭାରି ବା ମଜବୁତ୍ ହୋଇଥାଏ ତାହେଲେ ଜାତକରେ ଏହାର ଭଲ ପରିମାଣ ମିଳିଥାଏ ଓ କମଜୋର ଥିଲେ ଏହାର ଫଳ ଅଶୁଭ ହୋଇଥାଏ ।

ଯେଉଁ ମାନଙ୍କ ଉପରେ ଶନିଙ୍କ କୋପ ଦୃଷ୍ଟି ଖରାପ ଥାଏ ସେମାନେ ଏଥିପାଇଁ ଶାରିରୀକ, ମାନସିକ ଆର୍ଥିକ ସମସ୍ୟା ଦେଇ ଗତି କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଅନୁଯାୟୀ ଶନିଙ୍କ ପ୍ରତିକୂଳ ପ୍ରଭାବକୁ ଦୂରେଇ ଦେଲେ ଶନିଙ୍କ ପ୍ରକୋପରୁ କିଛି ମାତ୍ରା ରେ ଆଶ୍ୱସ୍ତି ମିଳିଥାଏ ।

ଶନିଙ୍କ ଅଶୁଭ ପ୍ରଭାବ: ଏହାକୁ ରୋକିବାରେ ସହଜ ଉପାୟ

ଏମିତି କି ଜ୍ୟୋତିଷ ଶାସ୍ତ୍ରରେ ଏହାର ଉପାୟ କୁହାଯାଇଛି ଓ ଏଥିରେ ବହୁତ ଖର୍ଚ୍ଚ କରିବାକୁ ପଡିଥାଏ , ଯେମିତି କି କଳା ଗାଈ, କଳା ରାଶି, କଳା ବିରି, ଲୁହାର ବାସନ ଓ କଳା କମ୍ବଳ ର ଦାନ। ଯେତେବେଳେ କି ଜ୍ଯୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ପ୍ରସନ୍ନ କରିବାକୁ ଅନେକ ବାଟ ଅଛି ଯେଉଁଠି କିଛି ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

ଶନି ଦେବଙ୍କୁ ଶାନ୍ତ କରିବାର ସହଜ ଉପାୟ

ଏଥିରେ ସବୁଠୁ ସହଜ ଉପାୟ ହେଲା ୧୧ ଥର ରାଜା ଦଶରଥ ଙ୍କ ଦ୍ଵାରା ଲେଖା ଯାଇଥିବା ଦଶରଥ ସ୍ତ୍ରୋତ ପାଠ କରିବା । କୁହାଯାଏ ଯେ ରାଜା ଦଶରଥ ଙ୍କୁ ଶନିଦେବ ନିଜେ ଦର୍ଶନ ଦେଇ କହିଥିଲେ ଯେ ଆପଣଙ୍କ ଦ୍ଵାରା ଲେଖା ଯାଇଥିବା ସ୍ତ୍ରୋତ କୁ ଯିଏ ପାଠ କରିବ ସେ ମୋର କୋପ ଦୃଷ୍ଟି ରୁ ମୁକ୍ତି ଲାଭ କରିବ । କୁହାଯାଏ ଯେ ଶନିଦେବ ପ୍ରତ୍ୟେକ ଶନିବାର ଦିନ ଓସ୍ଥ ବୃକ୍ଷ ମୂଳରେ ବିରାଜନ୍ତି । ଏହି ଦିନ ପାଣିରେ ଚିନି ଓ ରାଶି ମିଶାଇ ଗଛ ମୂଳରେ ଦେଇ ଏହାର ତିନି ଥର ପରିକ୍ରମା କଲେ ଶନି ଦେବ ପ୍ରସନ୍ନ ହୋଇଥାନ୍ତି । ମଙ୍ଗଳ ବାର ଦିନ ରାଶି ତେଲରେ ହନୁମାନ ମନ୍ଦିରରେ ଦୀପ ଜାଳିଲେ ଶନି ଦେବଙ୍କ କୋପରୁ ମଧ୍ୟ ମୁକ୍ତି ମିଳେ ।

କିିପରି ଚିହ୍ନିବେ ଶନି ଦେବଙ୍କୁ

ପୁରାଣ ଶାସ୍ତ୍ରରେ ଶନି ଦେବ ମୁଣ୍ଡରେ ସୁନାର ମୁକୁଟ, ବେକରେ ମାଳା, ନୀଳ ରଙ୍ଗର ବସ୍ତ୍ର ଓ ଶରୀର ବି ଇନ୍ଦ୍ରନୀଳମଣି ସମାନ । ସେ କାଉ ଉପରେ ବସି ହାତରେ ଧନୁ ତୀର ଓ ତ୍ରିଶୂଳ ଧରିଥାନ୍ତି ।

ନ୍ୟାୟଧିଶ ଅଟନ୍ତି ଶନି

କୁହାଯାଏ କି ସୂର୍ଯ୍ୟ ରାଜା, ବୁଧ ମନ୍ତ୍ରୀ, ମଙ୍ଗଳ ସେନାପତି ଓ ଶନି ନ୍ୟାୟାଧିଶ, ରାହୁ- କେତୁ ପ୍ରଶାସକ, ଗୁରୁ ଭଲ ପଥ ପ୍ରଦର୍ଶକ ଓ ଶୁକ୍ର ପତି ପାଇଁଁ ପତ୍ନୀ ଓ ପତ୍ନୀ ପାଇଁ ପତିର ବଳ ତଥା ବୀର୍ଯ୍ୟ ବଳ ଅଟନ୍ତି । ଯଦି ସମାଜରେ କିଏ ଅପରାଧ କଲା ତାହେଲେ ଶନି ଦେବଙ୍କ ଆଦେଶ କ୍ରମେ ରାହୁ ଓ କେତୁ ସେମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ହୋଇ ଯାଆନ୍ତି ।

ଶନି ଦେବଙ୍କ ଶୁଭ ଓ ଅଶୁଭ ସଂକେତ

ଯଦି ଶନି ଦେବଙ୍କ ସ୍ଥିତି ଶୁଭ ଥାଏ ତାହେଲେ ସେହି ବ୍ୟକ୍ତି ସବୁ କ୍ଷେତ୍ରରେ ପ୍ରଗତି କରିଥାଏ ଓ ଯଦି ଶନିଙ୍କ ସ୍ଥିତି ଅଶୁଭ ଥାଏ ତାହେଲେ ସବୁଠାରେ ଅସୁବିଧା ହିଁ ହୋଇଥାଏ.।

ଶନିଙ୍କ ପାଇଁ ଉପାୟ

ଶନିଙ୍କୁ ଶାନ୍ତି କରିବାକୁ ହେଲେ ଆପଣଙ୍କୁ ମହା ମୃତ୍ୟଞ୍ଜୟ ମନ୍ତ୍ର ଜପ କରିବା ଉଚିତ୍ ଓ ରାଶି, କଳା ବିରି, କଳା ବସ୍ତ୍ର, କାଳୀ ଗାଈ, କଳା ଜୋତା, ଲୁହା, ତେଲ ଏ ସବୁ କୁ ଦାନ କରିବା ଉଚିତ।

ଏମିତି ଦୂର କରନ୍ତୁ ଶନି ଙ୍କ ଅଶୁଭ ପ୍ରଭାବ

ସୂର୍ଯ୍ୟୋଦୟ ପୂର୍ବରୁ ଓ ସୂର୍ଯ୍ୟାସ୍ତ ପରେ ଶନି ଦେବଙ୍କ ମନ୍ତ୍ର ଜପ କରିବା ଦରକାର ।

ସୂର୍ଯ୍ୟୋଦୟ ପୂର୍ବରୁ ପ୍ରତି ଶନିବାର ଦିନ ଓସ୍ଥ ଗଛ ମୁଳରେ ଜଳ ଅର୍ପଣ କରନ୍ତୁ ।

ସୋରିସ ତେଲରେ ଦୀପ ଲଗାନ୍ତୁ ଓ କଳା କାଉ କୁ ରୁଟି ରେ ଚିନି ମିଶାଈ ତେଲ ରେ ଭାଜି କି ଖାଇବାକୁ ଦିଅନ୍ତୁ।

କଳା ଘୋଡାର ନାଲ ରେ ତିଆରି ମୁଦି କୁ ମଝି ଆଙ୍ଗୁଠି ରେ ଶନିବାର ଦିନ ପିନ୍ଧନ୍ତୁ।

Leave a Reply

Your email address will not be published. Required fields are marked *