ବାଛନ୍ତୁ ନିଜର ଜନ୍ମବାର, ଜାଣନ୍ତୁ ନିଜର ଭବିଷ୍ୟତ ଓ ନିଜ ମଧ୍ୟରେ ଥିବା କିଛି ଖାସ ଗୁଣ ଓ ଭବିଷ୍ୟତ ବିଷୟରେ

ଆଜି ଆମେ ଆପଣଙ୍କୁ ସପ୍ତାହର ସାତ ଦିନର କେଉଁ ଦିନରେ ଜନ୍ମ ହେବା ଦ୍ଵାରା ମନୁଷ୍ୟ ମଧ୍ୟରେ କେଉଁ ସବୁ ଲକ୍ଷଣ ଓ ସ୍ଵଭାବ ନଜର ଆସିଥାଏ ସେହି ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ ଏହି ପୃଥିବୀରେ ସମସ୍ତଙ୍କ ଜନ୍ମ ତାରିଖ, ଜନ୍ମ ମାସ ଓ ଜନ୍ମ ବର୍ଷ ଇତ୍ୟାଦି ଅଲଗା ଅଲଗା ହୋଇଥାଏ । ଏହି ସମସ୍ତ ଦ୍ଵାରା ଆପଣ ଜ୍ୟୋତିଷୀଙ୍କ ପାଖରେ ନିଜର ଭବିଷ୍ୟତ ଜାଣି ପାରିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ସପ୍ତାହର ସାତ ଦିନରେ ଆପଣ କେଉଁ ଦିନ ଜନ୍ମ ହୋଇଛନ୍ତି ସେହି ଆଧାରରେ ଆପଣଙ୍କର କିଛି ଲକ୍ଷଣ ଓ ସ୍ଵଭାବ ବିଷୟରେ କହିବୁ ।

ରବିବାର ଦିନ

ରବିବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ହୋଇଥାନ୍ତି ସେହି ପୁରୁଷମାନେ ତେଜବନ୍ତ, ବୁଦ୍ଧିବାନ, ବିଚକ୍ଷଣ, ଚତୁର, ଧାର୍ମିକ, ଜିଦି, ଅସ୍ଥିର, ଚଞ୍ଚଲ ଓ ଯେ କୌଣସି କାର୍ଯ୍ୟରେ ଲାଗିଥାନ୍ତି ସେହି କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ କେବେ ବି ସେ କାର୍ଯ୍ୟକୁ ଅଧାରେ ଛାଡନ୍ତି ନାହିଁ । ଏହି ପୁରୁଷମାନେ ସତ୍ୟ କହିବାକୁ କେବେ ବି ପଛାନ୍ତି ନାହିଁ । ଏହି ଦିନରେ ଜନ୍ମ ହୋଇଥିବା ସ୍ତ୍ରୀମାନେ ଅସ୍ଥିରତା, ବିଚକ୍ଷଣ ଅଟନ୍ତି ।

ସୋମବାର

ସୋମବାର ଦିନ ଯେଉଁ ବ୍ୟକ୍ତିମାନେ ଜନ୍ମ ଗ୍ରହଣ କରିଥାନ୍ତି ସେହି ପୁରୁଷମାନେ ଧର୍ଯ୍ୟବାନ, ସ୍ଥିରତା, ବହୁ ଗୁଣ ବିଶିଷ୍ଟ, ବିଚାରଶୀଳ, ନ୍ୟାୟବାନ, ବୁଦ୍ଧି ବିଦ୍ୟାରେ ବିଚକ୍ଷଣ, ଶାସ୍ତ୍ର ପ୍ରିୟ, କଳା ବିଦ୍ୟା ପ୍ରେମିକ ଓ ବହୁତ ମୁଖ୍ୟ ପ୍ରତିଭାର ଅଧିକାରୀ, ଚନ୍ଦ୍ର ତୁଲ୍ୟ ସୌନ୍ଦର୍ଜ୍ୟ, ସୁନ୍ଦର, ରୁପବନ୍ତ, ନିୟମର ବଶବର୍ତ୍ତୀ, ବହୁ ସୁଖ ଭୋଗକାରୀ, କାହାରି ପ୍ରତି ଅନିଷ୍ଟ ଚିନ୍ତା କରନ୍ତି ନାହିଁ । ଏବଂ ତାଙ୍କର ଜୀବନ କାଳରେ ଅନେକ ବୟଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସିଥାଏ ଓ ଏମାନଙ୍କ ମୁଣ୍ଡ ବି ବୁଲାଇବାକୁ ଲାଗିଥାଏ । କିନ୍ତୁ ଅଥଚ ସେହି କାର୍ଯ୍ୟକୁ ଏମାନେ ପୁରା କରିଥାନ୍ତି ।

ମଙ୍ଗଳବାର

ମଙ୍ଗଳବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାନ୍ତି ସେହି ପୁରୁଷ ଅସ୍ଥିରତା ହେତୁ ସମସ୍ତ କାର୍ଯ୍ୟରେ ଅଧାରେ ରହିଥାନ୍ତି । କିନ୍ତୁ ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟ ପୂରଣ ହୁଏ । ଶତ୍ରୁବାଦୀ, ଅତ୍ୟନ୍ତ ଜିଦ ଖୋର, ଧର୍ମକୁ ବିଶ୍ଵାସ କରନ୍ତି କିନ୍ତୁ ଧାର୍ମିକ ହୋଇ ପାରନ୍ତି ନାହିଁ । କିନ୍ତୁ ବୟଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ନେଇ ଆସନ୍ତି। ସେଥିପାଇଁ ବ୍ୟୟ କରିବାକୁ ରାସ୍ତା ମଧ୍ୟ ଖୋଜନ୍ତି । ତଥାପି ଗୁଣବାନ, ଲୋକପ୍ରିୟ, କଳା ବିଦ୍ୟା ପ୍ରେମିକ, ଶେଷକୁ ସୁନାମୀ ଓ ଧନ୍ୟ ହୁଅନ୍ତି । ଏହିଭଳି ମହିଳାମାନେ ଅସ୍ଥିରା ଓ ଅଧିକ ଈର୍ଷା କରିଥାନ୍ତି ।

ବୁଧବାର

ବୁଧବାରକୁ ବିଷ୍ଣୁଙ୍କ ବାର କୁହାଯାଏ । ଯେଉଁ ବ୍ୟକ୍ତିର ଜନ୍ମ ବୁଧବାର ଦିନ ହୋଇଥାଏ ସେହି ପୁରୁଷ ଅତ୍ୟନ୍ତ ବୁଦ୍ଧିବାନ, କୌଶଳ ଏବଂ କମ୍ୟୁଟର ଭଳି ଏମାନଙ୍କ ମସ୍ତିଷ୍କ କାମ କରିଥାଏ, ଅନ୍ୟ ବ୍ୟକ୍ତିଙ୍କ ହିତକାରୀ, ଶତ୍ରୁ ବଶକାରୀ, ବହୁମୂଖୀ, ସୁନାମୀ ଏବଂ ଧନ୍ୟ ହୋଇଥାନ୍ତି । ଦାନ ଧର୍ମରେ, ଉତ୍ସାହ ଓ କୌଣସି ବି ପରିସ୍ଥିତିରେ ଏମାନେ ବିଚଳିତ ହୁଅନ୍ତି ନାହିଁ । ଧର୍ମ କାର୍ଯ୍ୟରେ ଉପଯୋଗୀ, କୌଣସି ବୟଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ମଧ୍ୟ ଧର୍ଯ୍ୟହରା ହୁଅନ୍ତି ନାହିଁ । ଏହି ଦିନରେ ଜନ୍ମିତ ମହିଳାମାନେ ବୁଦ୍ଧିମତୀ ଏବଂ ଧନୀ ହୋଇଥାନ୍ତି ।

ଗୁରୁବାର

ଗୁରୁବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାଏ ସେହି ପୁରୁଷ ସବୁ ସ୍ଥାନରେ ଗୁରୁମାନ ସମ୍ମାନ ପାଇଥାଏ । ତଥା ରାଜ ସମ୍ମାନ ଓ ପ୍ରଶଂସା ପାଆନ୍ତି । ସତ କାର୍ଯ୍ୟରେ ପ୍ରବୀଣ ଅଟନ୍ତି । ବୁଦ୍ଧି ଓ ଜ୍ଞାନରେ ଶ୍ରେଷ୍ଠ ହୋଇଥାନ୍ତି । ଗଭୀର ଶାନ୍ତଶିଳ ଏବଂ ଧାର୍ମିକ ହୋଇଥାନ୍ତି । ଏହି ବ୍ୟକ୍ତି ସର୍ବଦା ବିବାଦର ସମ୍ମୁଖୀନ ହେଲେ ମଧ୍ୟ ନିଜକୁ ଶାନ୍ତ ରଖିଥାନ୍ତି । ଯଥାର୍ଥ ବ୍ୟୟଯୁକ୍ତ କାର୍ଯ୍ୟ କରିଥାନ୍ତି । ନିଜର ବୁଦ୍ଧିରେ ପରିଚାଳିତ ହୋଇଥାନ୍ତି । ଏବଂ କାହର ବି କଥାରେ ଆସନ୍ତି ନାହିଁ । ଏହିଭଳି ମହିଳାମାନେ ଅତ୍ୟନ୍ତ ସୁଖୀ ହୋଇଥାନ୍ତି ।

ଶୁକ୍ରବାର

ଶୁକ୍ରବାର ଦିନ ଜନ୍ମିତ ପୁରୁଷ ଶୁକ୍ରାଚର୍ଯ୍ୟଙ୍କ ଭଳି କାର୍ଯ୍ୟ କରିଥାନ୍ତି । ବହୁଗୁଣରେ ସମ୍ପନ୍ନ ହୋଇଥାନ୍ତି । ଯେତେ ବି ବ୍ୟୟଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସିଥିଲେ ମଧ୍ୟ ସେ ସେହି କାର୍ଯ୍ୟକୁ ଧର୍ଯ୍ୟର ସହିତ କରିଥାନ୍ତି । କଳା ବିଦ୍ୟାରେ ଅତ୍ୟନ୍ତ ଭଲ ଅଟନ୍ତି । ଅତ୍ୟନ୍ତ ଚତୁରବାନ, ଲୋକପ୍ରିୟ ହୋଇଥାନ୍ତି । ଏହି ବ୍ୟକ୍ତିମାନେ  କାହାକୁ ବି ଦୁଖିତ କରନ୍ତି ନାହିଁ । ମହିଳାମାନେ ବୁଦ୍ଧି ବିଦ୍ୟାର ବିଚକ୍ଷଣ ଅଟନ୍ତି ।

ଶନିବାର

ଶନିବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ଅସ୍ଥିର, କାମ ଅଭିଳାଷୀ, ଅତ୍ୟନ୍ତ ଜିଦଖୋର, ଶତ୍ରୁବାଦୀ ଏବଂ ନିଜ ବୁଦ୍ଧିରେ ପରିଚାଳିତ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ସର୍ବଦା ବିଚଳିତ ଅବସ୍ଥାରେ ଥାନ୍ତି । ସେହିଭଳି ମହିଳାମାନେ ଅତ୍ୟନ୍ତ ଜିଦଖୋର ସ୍ଵଭାବର ହୋଇଥାନ୍ତି । ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *