ପ୍ରାୟ ଦଶ ବର୍ଷ ଧରି ପାକିସ୍ତାନରେ କାର୍ଯ୍ୟ କରିଥିବା ଆମେରିକୀୟ ବ୍ଲଗର୍ ପୂର୍ବତନ ପାକିସ୍ତାନ ଗୃହମନ୍ତ୍ରୀ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ଆମେରିକାର ବ୍ଲଗର୍ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ମଧ୍ୟ କରିଛନ୍ତି। ଶୁକ୍ରବାର ଦିନ ଆମେରିକାର ମୂଳ ବ୍ଲଗର୍ ସିନ୍ଥିଆ ରିଚି ଫେସବୁକରେ ଲାଇଭ୍ କରି ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ରେହମାନ ମଲିକ, ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରଜା ଗିଲାନି ଏବଂ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମଖଦୁମ ଶାହାବୁଦ୍ଦିନଙ୍କୁ ଜୌନ ଶୋଷଣ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ ପ୍ରେସ କନ୍ଫରେସ ପରେ ଏମାନେ ମତେ ଇଶାରା ଦେଇଥିଲେ। କୌଣସି ମିଟିଂ ବା ଇଣ୍ଟରଭିଉ ପାଇଁ କିନ୍ତୁ ଏମାନଙ୍କ ମାନସିକତା ଠିକ ନଥିଲା। ସେ ନିଜ ଫେସବୁକ ଲାଇଭ ରେ ଏହା ମଧ୍ୟ କହିଛନ୍ତି ଯେ ଜଣେ ନୁହେଁ ମତେ ତିନିଜଣ ମିଶି ବଳାତ୍କାର କରିଛନ୍ତି। ଏମାନେ ସେହି ସମୟରେ ରିଚି ଙ୍କ ଏକୁଟିଆ ଥିବାର ଫାଇଦା ଉଠେଇବା କଥା ମଧ୍ୟ କହିଛନ୍ତି।ଏହି ଘଟଣା ର ସମ୍ପୂର୍ଣ୍ଣ କାହାଣୀ ରିଚି ନିଜ ଫେସବୁକ ଆକାଉଣ୍ଟ ରେ ଲାଇଭ ଆସି କହିଛନ୍ତି।
ତେବେ ରିଚିଙ୍କ ଅଭିଯୋଗକୁ ତିନି ନେତା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। କେବଳ ଏତିକି ନୁହେଁ, ଦୁଇ ନେତା ଆମେରିକାରେ ରିଚିଙ୍କ ଫେସବୁକ୍ ଲାଇଭ ବିଷୟରେ ସ୍ଥାନୀୟ ଅନୁସନ୍ଧାନକାରୀ ସଂସ୍ଥା ନିକଟରେ ଅଭିଯୋଗ କରିଛନ୍ତି ଏବଂ ଏହି ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ଏହି ତିନି ନେତା ପାକିସ୍ତାନ ପିପୁଲ୍ସ ପାର୍ଟିର ଅଟନ୍ତି।
ରିଚି ତାଙ୍କ ଫେସବୁକ୍ ଲାଇଭରେ ମଧ୍ୟ ଦାବି କରିଛନ୍ତି ଯେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ ତାଙ୍କ ସ୍ତ୍ରୀ ଅସୀଫ ଅଲି ଜରଦାରୀ ଙ୍କୁ ବଳାତ୍କାର କରିଥିଲେ। ଏବଂ ଏହା ସେ ନିଜ ଆଖିରେ ଦେଖିଛନ୍ତି ବୋଲି ଦାବି କରିଛନ୍ତି। ଆସିଫ ଅଲି ଜରଦାରୀ ରିଚିଙ୍କ ବିବୃତ୍ତିରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି, କିନ୍ତୁ ତାଙ୍କ ଦଳ ରିଚିଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଛି, ଯେପରିକି ରିଚି କିଏ?ସେମାନଙ୍କୁ ପାକିସ୍ତାନରେ ରହିବାକୁ କିଏ ଅନୁମତି ଦେଲା? ସେମାନଙ୍କର ଆୟର ଉତ୍ସ କ’ଣ ଥିଲା? ପିପିପି ନେତାଙ୍କୁ ବଦନାମ କରିବା ପାଇଁ ପିପିପି ରିଚିଙ୍କୁ ଟଙ୍କା ଦେଇଥିବା ଅଭିଯୋଗ କରିଛି।
ତେବେ ଏହି ଘଟଣା ରେ କିଛି ସତ୍ୟତା ଥିବା ଅନେକ କହିଛନ୍ତି। ରିଚି ନହଲେ କେଉଁଥି ପାଇଁ ନିଜ ଇଜ୍ଜତ କୁ ସାରିବାକୁ ଯାଇଥାନ୍ତେ।ତେବେ ବର୍ତ୍ତମାନର ସମୟରେ ରିଚି ଙ୍କ ଅଭିଯୋଗ କୁ କେହି ଗୁରୁତ୍ୱ ସହ ଗ୍ରହଣ କରୁନାହାନ୍ତି। କାରଣ ଘଟଣା ଘଟିବାର ଏତେ ଦିନ ପରେ କହିଲେ କୌଣସି ଲାଭ ନାହିଁ। ଏହି ମାମଲା ରେ ପୋଲିସ ମଧ୍ୟ କିଛି କରି ପାରିବ ନାହିଁ।ଯଦି ଏଭଳି ଘଟଣା ରେ କିଛି ସତ୍ୟତା ଥିବ ତ ଏଥିପାଇଁ ପୁରା ପାକିସ୍ଥାନ ବଦନାମ ହୋଇପାରେ।
ଦେଶ ବିଦେଶର ସବୁ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।