କେତେ ହୋଇଥାଏ ରାଷ୍ଟ୍ରପତିଙ୍କର ଗୋଟିଏ ମାସର ସାଲାରୀ, ୩୦ ପ୍ରତିଶତ କଟିବା ପରେ କେତେ ମିଳିବ ଦରମା

କରୋନା ଭାଇରସ ବିରୁଦ୍ଧରେ ସାରା ଦେଶ ଗୋଟିଏ ଯୁଦ୍ଧ ଲଢୁଛି । ଏହି ଖରାପ ସମୟରେ ଦେଶର ସବୁ ଲୋକ ନିଜ ନିଜର ଯୋଗଦାନ ଦେଉଛନ୍ତି । କେନ୍ଦ୍ର କ୍ୟାବିନେଟ ୧୯୫୪ ଜଣଙ୍କର ଦରମା କାଟ ଏବଂ ପେନସନ ରେ ସଂଶୋଧନକୁ ମଞ୍ଜୁରୀ ଦେଇଦେଇଛି । ଗୋଟିଏ ବର୍ଷ ପର୍ଯ୍ୟନ୍ତ ସବୁ ଲୋକସଭା ଏବଂ ରାଜ୍ୟସଭାର ସବୁ ସଦସ୍ୟଙ୍କର ଦରମାରୁ ୩୦ ପ୍ରତିଶତ କଟାହେବ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କର ଦରମା ରୁ ବି ୩୦ ପ୍ରତିଶତ ଗୋଟିଏ ବର୍ଷ ପର୍ଯ୍ୟନ୍ତ କଟା ଯିବ ।

ଆସନ୍ତୁ ଜାଣିବା ରାଷ୍ଟ୍ରପତି ଙ୍କୁ କେତେ ଦରମା ମିଳିଥାଏ ଏବଂ ସେଥିରୁ ୩୦ପ୍ରତିଶତ କାଟିବା ପରେ ତାଙ୍କର ଦରମା ଗୋଟିଏ ବର୍ଷରେ କେତେ ଆସିଥାଏ ।

ରାଷ୍ଟ୍ରପତି ଙ୍କର ଦରମା କେତେ

ସଂସଦ ଅଧିନିୟମ ୧୯୫୪ବେତନ, ଭତ୍ତା ଏବଂ ପେନସନରେ ୨୦୧୮ରେ ସଂଶୋଧନ ହୋଇଛି । ପ୍ରଥମେ ରାଷ୍ଟ୍ରପତି ଙ୍କ ଦରମା ୧.୫ଲକ୍ଷ ଥିଲା କିନ୍ତୁ ଏହି ସଂଶୋଧନ ପରେ ତାଙ୍କର ମାସକୁ ଦରମା ୫ଲକ୍ଷ କରିଦିଆଯାଇଛି ।

କାଟିବା ପରେ କେତେ ମିଳିବ ଦରମା

ରାଷ୍ଟ୍ରପତିଙ୍କ ଦରମାରୁ ଯଦି ୩୦ ପ୍ରତିଶତ କଟାଯାଏ ତାହେଲେ ତାଙ୍କ ପାଖରେ ୩.୫ ରହିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ସବୁ ମାସରେ ୩ଲକ୍ଷ ୫୦ହଜାର ଦରମା ମିଳିବ । ସରକାର କହିଛନ୍ତି ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିଜ ଇଚ୍ଛାରେ ତାଙ୍କ ଦରମାରୁ ୩୦ ପ୍ରତିଶତ କଟିବା ପାଇଁ କହିଛନ୍ତି । ମୋଦୀ କହିଛନ୍ତି କି ଦୁଇ ବର୍ଷ ପାଇଁ ସାଂସଦ ମାନଙ୍କର ପଇସା ଜାରି ହେବ ନାହିଁ । ଆଶା କରୁଛୁ ଆପଣଙ୍କୁ ଆମର ଏହି ସୁଚାନା ନିଶ୍ଚୟ ଭଲ ଲାଗିଥିବ, ଏହାକୁ ଅନ୍ୟମାନଙ୍କ ସହିତ ସେଆର କରି ପେଜକୁ ଲାଇକ କରନ୍ତୁ ଓ ଆମ ସହିତ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *