ଜନ୍ମ ହୋଇଥିବା ମାସ ଅନୁସାରେ ଜାଣନ୍ତୁ ଆପଣଙ୍କ ସ୍ଵଭାବ ଓ ବ୍ୟକ୍ତିତ୍ଵ ବିଷୟରେ

ଜ୍ୟୋତିଷ ଶାସ୍ତ୍ରରେ ଆମେ ଜନ୍ମ ହୋଇଥିବା ମାସ, କାଳ ଓ ଦିନ ଆଦିର ବହୁତ ଗୁରୁତ୍ଵ ରହିଛି । ଶାସ୍ତ୍ର ଅନୁସାରେ ବ୍ୟକ୍ତି ଜନ୍ମ ହୋଇଥିବା ମାସ ଅନୁସାରେ ବ୍ୟକ୍ତିର ବ୍ୟବହାର, ଆଚାର ଓ ବ୍ୟକ୍ତିତ୍ଵ ବିଷୟରେ ଜାଣିହେବ । ଆପଣ କେଉଁ ମାସରେ ଜନ୍ମ ହୋଇଛନ୍ତି, ଏହା ଦ୍ଵାରା ଆପଣଙ୍କ ପର୍ଶନାଲିଟି ଜଣା ପଡିଥାଏ । ଯଦି ଆପଣ କୌଣସି ବ୍ୟକ୍ତିର ସ୍ଵଭାବ ବିଷୟରେ ଜାଣିବାକୁ ଚାହୁଞ୍ଚନ୍ତି ତେବେ ଆମର ଏହି ଆର୍ଟିକିଲ ମାଧ୍ୟମରେ ଆପଣ ସେହି ବ୍ୟକ୍ତି ବିଷୟରେ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିର ସ୍ଵଭାବ କେଉଁ ଭଳି ରହିଥାଏ ।

ଜାନୁୟାରୀ

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଲିଡର କ୍ଵାଲିଟି ରହିଥାଏ । ଏହି ଲୋକମାନେ ନିଜ ଲକ୍ଷ ହାସଲ କରିବା ପାଇଁ ସମସ୍ତ ପ୍ରକାରର ବାଧା ବିଘ୍ନ ସହିଥାନ୍ତି । ଏହି ଲୋକମାନେ ଅନ୍ୟ ମାନଙ୍କୁ ଖୁସି କରିବା ପାଇଁ ପ୍ରୟାସ କରିଥାନ୍ତି । ଟଙ୍କା ପଇସା ମାମଲାରେ ଏମାନେ ବହୁତ ଭାବି ଚିନ୍ତି ଖର୍ଚ କରିଥାନ୍ତି ।

ଫେବୃୟାରି

ଏହି ଲୋକମାନଙ୍କ ପର୍ଶନାଲିଟି ବହୁତ ଆକର୍ଷିତ ହୋଇଥାଏ । ଏହି ଲୋକମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ବହୁତ ଲୟାଲ ହୋଇଥାନ୍ତି । ଏମାନଙ୍କ ସ୍ଵପ୍ନ ବହୁତ ବଡ ହୋଇଥାଏ ଓ ଏମାନେ ନିଜ ପରିବାର ଲୋକଙ୍କୁ ଅଧିକ ଭଲ ପାଇଥାନ୍ତି ।

ମାର୍ଚ୍ଚ

ଏହି ଲୋକମାନେ ସମସ୍ତଙ୍କ ସହ ମିଶିଯାନ୍ତି । ଏହି ଲୋକମାନଙ୍କୁ ବହୁତ କଥା ବାର୍ତ୍ତା କରିବାକୁ ବହୁତ ଭଲ ଲାଗେ । ଏହି ଲୋକମାନେ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି । ଏମାନେ ଛୋଟ ଛୋଟ କଥା ପାଇଁ ମଧ୍ୟ ବହୁତ ଶୀଘ୍ର ରାଗି ଯାଇଥାନ୍ତି ।

ଏପ୍ରିଲ

ଏହି ଲୋକମାନେ ବହୁତ ଭାବୁକ ହୋଇଥାନ୍ତି । ଏହି ଲୋକମାନଙ୍କ ମଧ୍ୟରେ ଲିଡର ସିପ କ୍ଵାଲିଟି ରହିଥାଏ । ଏହି ଲୋକମାନେ ବହୁତ ସ୍ମାର୍ଟ ହୋଇଥାନ୍ତି । ଏମାନଙ୍କ ପର୍ଶନାଲିଟିକୁ ଦେଖି ଅନ୍ୟ ଲୋକମାନେ ଆକର୍ଷିତ ହୋଇଥାନ୍ତି ।

ମେ

ଏହି ଲୋକମାନେ ବହୁତ କଷ୍ଟ କରିଥାନ୍ତି । ଏମାନେ ଯାହା କୁହନ୍ତି ତାହା କରି ଦେଖାନ୍ତି । ଏମାନଙ୍କୁ ଲେଖିବା, ପେଣ୍ଟିଙ୍ଗ କରିବା, ଆକଟିଂ ଓ ଗୀତ ଗାଇବାକୁ ବହୁତ ଭଲ ଲାଗେ ।

ଜୁନ

ଏହି ଲୋକମାନେ ବହୁତ ମଜାକିଆ ସ୍ଵଭାବର ହୋଇଥାନ୍ତି । ଏମାନଙ୍କୁ ଅଧିକ କଥା ବାର୍ତ୍ତା କରିବାକୁ ଭଲ ଲାଗେ । ଏମାନଙ୍କ ବ୍ୟବହାର ବହୁତ ଭଲ ଥାଏ । ଏମାନଙ୍କର ଈର୍ଷା ମନୋଭାବ ମଧ୍ୟ ରହିଥାଏ ।

ଜୁଲାଇ

ଏହି ଲୋକମାନେ ସିନସିଅର ସ୍ଵଭାବର ହୋଇଥାନ୍ତି । ଏମାନେ ବହୁତ ବୁଦ୍ଧିମାନ ହେବା ସହ ବହୁତ ଭାବକ ମଧ୍ୟ ହୋଇଥାନ୍ତି ।

ଅଗଷ୍ଟ

ଏହି ଲୋକମାନେ ବହୁତ ରୋମାଣ୍ଟିକ, ବ୍ୟବହାରିକ, ମଜାକିଆ ଓ ବାହାଦୁର ସ୍ଵଭାବର ହୋଇଥାନ୍ତି । ଏମାନଙ୍କୁ କୌଣସି କଥା ପାଇଁ ଭୟ ଲାଗେ ନାହିଁ ।

ସେପ୍ଟେମ୍ବର

ଏହି ଲୋକମାନେ ଜିଦିଆ ଓ ସାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ବହୁତ ଲୟାଲ ହେବା ସହ ବହୁତ କ୍ରୋଧୀ ମଧ୍ୟ ହୋଇଥାନ୍ତି ।

ଅକ୍ଟୋବର

ଏହି ଲୋକମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ନିଜ ଜୀବନରେ ସମସ୍ତ ସୁଖ ବହୁତ ସହଜରେ ମିଳିଯାଏ । ଏମାନେ ତାଙ୍କ ଜୀବନରେ ବହୁତ ସଫଳତା ହାସଲ କରନ୍ତି । ଏମାନେ ନିଜ ସାଙ୍ଗ ମାନଙ୍କ ବିନା ରହିପାରନ୍ତି ନାହିଁ ।

ନଭେମ୍ବର

ଏହି ଲୋକମାନେ ନିଜ ଜୀବନରେ ସବୁବେଳେ ପଜିଟିଭ ରହିଥାନ୍ତି । କଷ୍ଟ କରିବାକୁ ଏମାନଙ୍କୁ ଭୟ ଲାଗେ ନାହିଁ । ଏମାନେ ବହୁତ ସ୍ମାର୍ଟ ହୋଇଥାନ୍ତି ।

ଡିସେମ୍ବର

ଏହି ମାସରେ ଜନ୍ମ ହୋଇଥିବା ଲୋକମାନେ ବହୁତ ଲୟାଲ ହୋଇଥାନ୍ତି । ଏମାନଙ୍କୁ ନିଜ ଲାଇଫରେ ଏଞ୍ଜୟ କରିବାକୁ ବହୁତ ଭଲ ଲାଗେ । ଏମାନଙ୍କୁ ନିଜ ଜୀବନରେ ସଚ୍ଚୋଟ ପ୍ରେମ ମିଳିଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *