ଯଦି ଆପଣଙ୍କ ଘର ପାଖରେ ଅଛି ଏହି ଗଛ ତେବେ ଆଜି ହିଁ ଆଣନ୍ତୁ ତା’ ଚେର ସବୁ ଦୁଃଖ ଦୂର ହେବ

 

ପୃଥିବୀ ପୃଷ୍ଟରେ ଏମିତି କିଛି ଚମତ୍କାରୀ ଗଛ ରହିଛି, ସେଥି ମଧ୍ୟରୁ କିଛିଟା ଔଷଧୀୟ ଓ ଅନ୍ୟ କିଛିଟା ଆମ ଘର ପାଇଁ ସକରାତ୍ମକ ପ୍ରଭାବ ପକାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏହି ପରି ଏକ ଗଛ ବିଷୟରେ କହିବୁ ଯାହାକୁ ଆପଣ ଘରେ ରଖିଲେ ଆପଣଙ୍କୁ ଶାନ୍ତି ଅନୁଭବ ହୋଇଥାଏ ଓ ଆପଣଙ୍କ ସବୁ ଦୁଃଖ କଷ୍ଟ ଦୂରେଇ ଯାଏ । ତେବେ ଆସନ୍ତୁ ଜାଣିବା ଏହି ଗଛ ବିଷୟରେ ।

ସାଧାରଣତଃ ଅଧିକାଂଶ ଘରେ କିଛି ନା କିଛି କାରଣ ପାଇଁ ଅଶାନ୍ତି ରହିଥାଏ । ଅର୍ଥ ଶାସ୍ତ୍ରରେ ବହୁତ ଚେର ମୂଳି ରହିଛି ଯାହାକୁ ଆପଣ ଘରେ ରଖିଲେ ଆପଣଙ୍କୁ ଶାନ୍ତି ମିଳିଥାଏ । ଏହାକୁ ଆପଣ ଘରେ ରଖିପାରିବେ । ଏହି ଗଛଟି ଆପଣଙ୍କ ଘର ଆଖ ପାଖରେ ରହିଥାଏ, ଏହା ଭଗବାନ ଶିବଙ୍କ ଗଛ ଅଟେ । ଏହି ଗଛଟି ହେଉଛି ଅରଖ ଗଛ ।

ଅରଖ ଗଛ ଲଗାଇଲେ ଘରର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ । ସେହି ପରି ତୁଳସୀ ଗଛ ବିଷୟରେ ଆପଣମାନେ ଜାଣିଥିବେ । ଘରର ବାସ୍ତୁଦୋଷ ପାଇଁ ତୁଳସୀ ଗଛ ଲଗାଯାଇଥାଏ । ଏହି ପରି ଅନ୍ୟ ଏକ ଚମତ୍କାରୀ ଗଛ ରହିଛି ଯାହାକୁ ସମି ଗଛ କୁହାଯାଏ । ଏହି ଗଛକୁ ପୂର୍ବରୁ ଯଜ୍ଞରେ ବ୍ୟବହାର କରା ଯାଉଥିଲା । ଏହି ଗଛକୁ ଭଗବାନ ଶିବ, ମା ଲକ୍ଷ୍ମୀ ଓ ଗଣେଶଙ୍କୁ ଅର୍ପଣ କରାଯାଏ । ଏହି ଗଛର ପତ୍ରକୁ ତିଜୋରିରେ ମଧ୍ୟ ରଖାଯାଇଥାଏ ।

ସମି ଗଛକୁ ପୂଜା କରିଲେ ଶନି ଦେବତା ଖୁସି ହୁଅନ୍ତି । ଯେଉଁ ମାନଙ୍କର ଜୀବନରେ ସମସ୍ୟା ଚାଲିଥାଏ, ଯଦି ସେମାନେ ଏହି ଗଛକୁ ପୂଜା କରିବେ ତାହାଲେ ଶନି ଦେବତାଙ୍କ କୃପାରୁ ସେମାନଙ୍କ ସମସ୍ତ କଷ୍ଟ ଦୂର ହୋଇଥାଏ । ଏହି ଗଛକୁ ଆପଣ ଘରର ଐଶାନ୍ୟ କୋଣରେ ଲଗାନ୍ତୁ । ଏହି ଗଛକୁ ଘରେ ଲଗାଇଲେ କେବେ ବି ଆପଣଙ୍କୁ ଧନର ଅଭାବ ହେବ ନାହିଁ ଏବଂ ବିଭିନ୍ନ ବାଧା ଓ ଦୁର୍ଘଟଣାରୁ ଆପଣଙ୍କୁ ରକ୍ଷା ମିଳିଥାଏ ।


ଆଜି ଆମେ ଆପଣଙ୍କୁ ଯେଉଁ ଗଛ ବିଷୟରେ କହୁଛୁ ସେହି ଗଛଟି ହେଉଛି ଅରଖ ଗଛ । ଅରଖ ଗଛକୁ ଆପଣ ଘର ଭିତରେ ନ ଲଗାଇ ଘର ବାହାରେ ଲଗାନ୍ତୁ । ଏହି ଗଛକୁ ଔଷଧ ରୂପରେ ବ୍ୟବହାର କରାଯାଇଥାଏ । ଏହି ଗଛରେ ଭଗବାନ ଗଣେଶ ବାସ କରନ୍ତି । ଏହି ଗଛର ଚେରକୁ ବହୁତ ଶୁଭ ମାନିଥାନ୍ତି । ଏହି ଚେରକୁ ଘରେ ରଖି ପୂଜା କରିଲେ ଆପଣଙ୍କ ଭାଗ୍ୟ ବଦଳିଯିବ ।

ଏହି ଗଛର ଚେର ସହ ଦୁବ ପତ୍ର ମିଶାଇ ପୂଜା କରିଲେ ସବୁ ବାଧା ବିଘ୍ନ ଦୂର ହୋଇଥାଏ । ଆପଣମାନେ ଏହି ଗଛକୁ ନିଜ ଘର ସାମ୍ନାରେ ଲଗାନ୍ତୁ, ଆପଣଙ୍କର ସବୁ ବାଧା ବିଘ୍ନ ଦୂର ହୋଇଯିବ । ଏହି ଗଛ ଦ୍ଵାରା ଆପଣଙ୍କ ଘରେ ଏକ ପବିତ୍ର ବାତାବରଣ ରହିବ । ଯଦି ଆପଣଙ୍କ ଘରେ ସବୁବେଳେ ବିଶୃଙ୍ଖଳା ରହୁଛି ତା ହେଲେ ଏହି ଗଛର ଚେରକୁ ନେଇ ଘରେ ପୂଜା କରନ୍ତୁ, ଆପଣଙ୍କ ଘରର ସମସ୍ତ ଦୁଃଖ ଦୂର ହେବା ସହିତ ଆପଣଙ୍କ ଘରେ ଶାନ୍ତି ଓ ସୁଖର ବାତାବରଣ ରହିବ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଦୟାକରି ଏହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *