Jyotish Shastra – ଜନ୍ମ ବାରରୁ ଜାଣନ୍ତୁ ମହିଳାଙ୍କ ଚରିତ୍ର

ଆସନ୍ତୁ ଆଜି ଏକ ନୂଆ ବିଷୟରେ ଆଲୋଚନା କରିବା । ଯେମିତି କି ଆପଣମାନେ ଜାଣିଛନ୍ତି ବାର ଅନୁସାରେ କେଉଁ କାମ କରିବା ଉଚିତ , କେଉଁ ବସ୍ତ୍ର ପିନ୍ଧିବା ଉଚିତ ଏହ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ ଉଲେଖ ରହିଛି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଜଣାଯାଏ ମହିଳା ମାନଙ୍କ ଚରିତ୍ର ବିଷୟରେ ଜାଣିବାକୁ ହେଲେ ହସ୍ତ ରେଖା ଉପରେ ଜାଣିବାକୁ ପଡିବ , କିନ୍ତୁ ବିଦ୍ଵାନ ମାନଙ୍କ ମତରେ ମହିଳାଙ୍କର ଜନ୍ମ ବାରରୁ ସେମାନଙ୍କ ଚରିତ୍ର ବିଷୟରେ ଜାଣି ହେବ । ତେବେ ଆସନ୍ତୁ ଜାଣିବା କେଉଁ ବାରରେ ଜନ୍ମ ନେଲେ ମହିଳା ମାନଙ୍କର ସ୍ଵଭାବ କିପରି ଭାବେ ହୋଇଥାଏ ।

ରବିବାର – ରବିବାର ଦିନ ଜନ୍ମ ହୋଇଥିବା ନାରୀମାନେ ଭଗବାନଙ୍କ ଉପରେ ବହୁତ ବିଶ୍ବାସ ରଖିଥାନ୍ତି । ସେମାନେ ଦାନ ସହ , ଧର୍ମ କାମ କରିବାକୁ ପସନ୍ଦ କରିଥାନ୍ତି । ଏହା ସହିତ ସେମାନେ ଶାନ୍ତି ପୂର୍ଣ୍ଣ ମନୋଭାବର ହେବା ସହ ଚାଲାଖ ବି ଅଟନ୍ତି ।

ସୋମବାର

ସୋମବାର ଦିନ ଜନ୍ମ ହୋଇଥିବା ଝିଅ ମାନେ ଅତି ସୁନ୍ଦର ହୋଇଥାନ୍ତି , ଏମାନଙ୍କ ମନ ଅତି ନିର୍ମଳ ହୋଇଥାଏ । ସେମାନେ ମିଠା କଥା କହି ସମସ୍ତଙ୍କ ମନ ଜିଣି ନେଇଥାନ୍ତି , ସେମାନଙ୍କ ଜୀବନ ଖୁସିପୂର୍ଣ୍ଣ ଓ ଶାନ୍ତିପୂର୍ଣ୍ଣ ହୋଇଥାଏ ।

ମଙ୍ଗଳବାର
ମଙ୍ଗଳବାର ଦିନ ଜନ୍ମ ହୋଇଥିବା ନାରୀମାନେ ସାଧାରଣତଃ ସ୍ଵଭାବରେ ଶକ୍ତ ହୋଇଥାନ୍ତି । ସେମାନେ ଶୀଘ୍ର କାହା ଉପରେ ବିଶ୍ଵାସ କରିପାରନ୍ତି ନାହିଁ । ମିଛ କହୁଥିବା ଲୋକକୁ କେବେ ପସନ୍ଦ କରିନଥାନ୍ତି , ଏମାନେ ସବୁବେଳେ ଠିକ କଥା କହିଥାନ୍ତି ।

ବୁଧବାର

ବୁଧବାରରେ ଜନ୍ମ ହୋଇଥିବା ନାରୀମାନେ ଶିକ୍ଷା କ୍ଷେତ୍ରରେ ବହୁତ ଆଗକୁ ଯାଇଥାନ୍ତି , କାରଣ ଏମାନଙ୍କ ଉପରେ ମାତା ସରସ୍ଵତୀଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ । ଏହି ନାରୀମାନେ ଦେଖିବାକୁ ସୁନ୍ଦର ହେବା ସହ ଏମାନଙ୍କ ମନ ବହୁତ ସୁନ୍ଦର ହୋଇଥାଏ । ଏହି ନାରୀମାନେ ଅନେକ କଳାର ଅଧିକାରିଣୀ ହୋଇଥାନ୍ତି । ସମସ୍ତ କ୍ଷେତ୍ରରେ ନିଜର ଦକ୍ଷତା ଦେଖେଇବାରେ ସମ୍ପୂର୍ଣ୍ଣ ସକ୍ଷମ ଅଟନ୍ତି ।

ଗୁରୁବାର

ଗୁରୁବାର ଦିନ ଜନ୍ମ ହୋଇଥିବା ନାରୀମାନଙ୍କୁ ସର୍ବ ଗୁଣ ସମ୍ପନ୍ନ ନାରୀ ବୋଲି କୁହାଯାଇଥାଏ । ଏହି ନାରୀମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବା ସହ ସବୁ କାର୍ଯରେ ସଫଳ ହୋଇଥାନ୍ତି । ଏହି ବାରରେ ଜନ୍ମ ହୋଇଥିବା ନାରୀଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ । ଏମାନେ ଧନ ସମ୍ପତିର ସୁଖ ଭୋଗ କରିଥାନ୍ତି ।

ଶୁକ୍ରବାର

ଶୁକ୍ରବାର ଜନ୍ମ ହୋଇଥିବା ନାରୀମାନେ ଚଞ୍ଚଳ ସ୍ଵଭାବର ହୋଇଥାନ୍ତି , ଏମାନେ ମଉଜ ମଜଲିସ କରିବା ସହ ବୁଲିବାକୁ ପସନ୍ଦ କରିଥାନ୍ତି , ଏହା ସହ ବିଳାସ ମୟ ଜୀବନ ଯାପନ କରିବାପାଇଁ ମଧ୍ୟ ଇଛା କରନ୍ତି । ଏହି ନାରୀମାନଙ୍କର ଚିନ୍ତାଧାରା ଓ ବିଚାର ଅତି ଉଚ୍ଚ କୋଟିର ହୋଇଥାଏ ।

ଶନିବାର

ଶନିବାର ଦିନ ଜନ୍ମ ହୋଇଥିବା ନାରିଙ୍କ ଉପରେ ଭଗବାନ ଶନି ଦେବଙ୍କ କୃପାଦୃଷ୍ଟି ରହିଥାଏ । ଏମାନେ ସ୍ଵଭାବରେ ରାଗି ହୋଇଥିଲେ ମଧ୍ୟ ନିଜସ୍ଵ ପରିଚୟ ସୃଷ୍ଟି କରିଥାନ୍ତି । ଏମାନେ ସ୍ଵାଭିମାନି ଓ ଆତ୍ମନିର୍ଭର ଶୀଳ ହୋଇଥାନ୍ତି । ନିଜ କାମକୁ ନିଜ ପସନ୍ଦରେ କରିବାକୁ ବହୁତ ଭଲ ପାଆନ୍ତି । ଅନ୍ୟ କାହା ଉପରେ ନିର୍ଭର କରି ରହିବାକୁ ଏମାନଙ୍କୁ ପସନ୍ଦ ନୁହେଁ ।

ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *