ଜନ୍ମଦିନ ପାଳନ କରିବାକୁ ଘରକୁ କେକ୍ ସହ ଫେରୁଥିଲେ ସଞ୍ଜୀବ, ହେଲେ ଅଧା ବାଟରେ ଘଟିଲା ….

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜନ୍ମଦିନ ପାଳିବାକୁ ଘରକୁ ଖୁସିରେ ଫେରୁଥିଲେ ସଞ୍ଜୀବ ,ହେଲେ ଅଧା ବାଟରୁ ଗଲେ କୁଆଡେ ? ହଁ ଦର୍ଶକବନ୍ଧୁ ସଞ୍ଜୀବ ଘରକୁ ଫେରୁଛନ୍ତି ବୋଲି ମା ‘କୁ ଫୋନ କରି ଜଣାଇଥିଲେ ଏବଂ କହିଥିଲେ ମା ‘ଆଜି ମୋର ଜନ୍ମଦିନ ମୁଁ କେକ୍ ନେଇକି ଆସୁଛି ସମସ୍ତଙ୍କ ସହ ମିଶି କାଟିବି । ଘରଲୋକଙ୍କୁ କହିଦେ କିଏ କୁଆଡେ ଯିବେନି ଆଜି ପା ମୋର ଜନ୍ମଦିନ ।

ଏଭଳି ମା ‘ ଙ୍କ ସହ କଥାବାର୍ତ୍ତା ହୋଇ ଗାଡି ଚଳାଇଆସୁଥିଲେ ସଞ୍ଜୀବ । ରାତି 8 ଟା ବେଳେ ମା ‘ପୁନର୍ବାର ପୁଅ ସଞ୍ଜୀବ ଫୋନ କରି ପଚାରିଥିଲେ ପୁଅ କୁଆଡେ ଅଛୁ କେତେ ବେଳେ ଆସି ପହଞ୍ଚିବୁ । ଏହା ଥିଲା  ମା ‘ଓ ସଞ୍ଜୀବଙ୍କର ଶେଷ ବାର୍ତ୍ତାଳାପ ତା ପରେ ସଞ୍ଜୀବଙ୍କ ଫୋନ ବନ୍ଦ ହେଇଯାଇଛି । ତେବେ ସଞ୍ଜୀବଙ୍କ ସହ କଣ ଘଟିଛି ? ସୂଚନା ଅନୁସାରେ ସଞ୍ଜୀବ ଭଦ୍ରକ ଜିଲ୍ଲାରେ କାମ କରନ୍ତି ଏବଂ ଛୁଟି ନେଇ ଗାଁ କୁ ଆସିଥାନ୍ତି । ସଞ୍ଜୀବ ଭଦ୍ରକର ଏକ finanace କମ୍ପାନୀ ରେ କାମ କରନ୍ତି ।

ଏଣୁ ଜନ୍ମଦିନରେ ନିଜ ଗାଁ ଯାଜପୁର ଜିଲ୍ଲା ଦଶରଥ ପୁର ବ୍ଲକ ଖଜିରୀମାଳ ଗାଁକୁ ଯାଉଥିଲେ । ଭଦ୍ରକର ଦୁଶୁରିରେ କେକ୍ ଟିଏ କିଣି ଦୁଶୁରି ହରିହଂସ ପଙ୍ଗଟପାଟ ରାସ୍ତାରେ ବନ୍ୟା ପାଣିର ସୁଅ ଚାଲୁଥିଲା । ତେଣୁ ସେବାଟେ ନ ଯିବାକୁ ଅନେକ ଲୋକ ବାରଣ କରିଥିଲେ । ମାତ୍ର ସଞ୍ଜୀବ ଲୋକଙ୍କ କଥାକୁ ନ ଶୁଣି ମୁଁ ସେହିବାଟେ ଗାଁ କୁ ଯାଏ ବୋଲି କହି ଆଗକୁ ବଢିଥିଲେ ।

ତେବେ ରାତି 9 ଟା ହେବ ସଞ୍ଜୀବ ନ ଆସିବାରୁ ଘରଲୋକେ ବ୍ୟସ୍ତ ହୋଇ ବାରମ୍ବାର ଫୋନ କରିଥିଲେ । ଶେଷରେ ଫୋନକୁ ଟ୍ରାକ୍ କରି ସଞ୍ଜୀବ ଥିବା ଘଟଣା ସ୍ଥଳକୁ ଯାଇ ଦେଖିଲା ବେଳେକୁ ସଞ୍ଜୀବଙ୍କ ଗାଡି ସେଠାରେ ଭାସୁଛି କିନ୍ତୁ ସଞ୍ଜୀବଙ୍କ ଏ ପର୍ଯ୍ୟନ୍ତ ଖୋଜ ମିଳିନି । ଯଦି ସଞ୍ଜୀବ ଉପଦେଶକୁ ଶୁଣି ଅନ୍ୟତ୍ର ବାଟରେ ଆସନ୍ତେ ବୋଧେ ହୁଏ ଆଜି ଠିକଠାକ ଥାନ୍ତେ ।

ମାତ୍ର ବିଧିରବିଧାନକୁ କିଏ ବା ପରିବର୍ତ୍ତନ କରିପାରିବ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *