ଅଭିନେତ୍ରୀ Rashmirekha ଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ଵିଷ୍ଟ, ମୃତ୍ୟୁ ପୂର୍ବରୁ ବାଜୁଥିଲା ବେବଫା ଗୀତ କିନ୍ତୁ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆତ୍ମହତ୍ୟା ହତ୍ୟା ପୂର୍ବରୁ ବେବଫା ଗୀତ । ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଙ୍କ ମୃତ୍ୟୁ ଖବର କୁ ନେଇ ସସପେନ୍ସ ଲାଗି ରହିଛି । ତ୍ରିକୋଣୀୟ ପ୍ରେମ କଥା ସାମ୍ନା କୁ ଆସୁଛି ଏବଂ ଚର୍ଚ୍ଚା ହେଉଛି ଯେ, ତ୍ରିକୋଣୀୟ ପ୍ରେମ କୁ ନେଇ ରଶ୍ମିରେଖା ଆତ୍ମହତ୍ୟା କରିଥାଇ ପାରନ୍ତି । ଏହା ହେଉଛି ନୟାପଲି ସ୍ଥିତ ଗଡ଼ ସାହି ର ଦୃଶ୍ୟ । ଯେଉଁଠିକି ରଶ୍ମିରେଖା ରହୁଥିଲେ । କିନ୍ତୁ ପ୍ରଥମେ ସନ୍ତୋଷ ପାତ୍ର ଯିଏ କି, ରଶ୍ମିରେଖା ଙ୍କ ସ୍ୱାମୀ ବୋଲି କହୁଥିଲେ ।

ସେ ପ୍ରଥମେ ଏହି ସ୍ଥାନରେ ରହୁଥିଲେ ଏବଂ ପରେ ରଶ୍ମିରେଖା ମଧ୍ୟ ସେଠାରେ ରହିଲେ । କଣ ଏଭଳି ଘଟିଲା ଯେ, ମୃତ୍ୟୁ ର ଚାରି ଦିନ ପୂର୍ବରୁ ସନ୍ତୋଷ ପାତ୍ର ଘର ଛାଡ଼ି ପଳାଇ ଥିଲେ । ସେ ବିଭିନ୍ନ ସମୟରେ ରଶ୍ମିରେଖା ଙ୍କୁ ଫୋନ କରନ୍ତି । କିନ୍ତୁ ସେଦିନ ଯେତେବେଳେ ରଶ୍ମିରେଖା ଫୋନ ଉଠାଇ ନଥିଲେ ସେତେବେଳେ ଘର ଦେଇଥିବା ଯେଉଁ ମିଡ଼ିଲ ମ୍ୟାନ କୁ ସେ କଲ କରିଥିଲେ ଏବଂ କଲ କରିବା ପରେ ସେ ସାଂଗେସାଙ୍ଗ ଆସି ଘର ମାଲିକ ଙ୍କୁ ଜଣାଇଥିଲେ ।

ଯେତେବେଳେ ଘରର କବାଟ ବାଡ଼ାଇ ଥିଲେ ସେତେବେଳେ କବାଟ ଖୋଲି ନଥିଲେ ରଶ୍ମିରେଖା । ଯାହାକୁ ନେଇ ଘର ମାଲିକ ଓ ମିଡିଲ ମ୍ୟାନ ଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା ଏବଂ ସେମାନେ ତୁରନ୍ତ ପୋଲିସ କୁ ଫୋନ କରିଥିଲେ । ପୋଲିସ ଯେତେବେଳେ ଆସିଲା ଝରକା ଖୋଲି ଦେଖିବା ବେଳକୁ ନିଜର ଶାଢ଼ୀ କୁ ଫ୍ୟାନ ରେ ଟଙ୍ଗାଇ ଝୁଲି ପଡିଛନ୍ତି ରଶ୍ମିରେଖା ।

ତୁରନ୍ତ କବାଟ ଭାଙ୍ଗି ତାଙ୍କ ମୃତ ଦେହକୁ ଜବତ କରାଗଲା । ସୂଚନାଯୋଗ୍ୟ ଘର ଭିତରେ ଶହେ ରୁ ଉର୍ଦ୍ଧ୍ବ ମଦ ବୋତଲ ରହିଛି ଏବଂ ସିଗାରେଟ ମଧ୍ୟ ରହିଛି । ସବୁଠାରୁ ବଡ଼ କଥା ହେଉଛି ଯେ, ଏହି ଘଟଣା ରେ ତ୍ରିକୋଣୀୟ ପ୍ରେମ କଥା କୁହାଯାଉଛି । ପ୍ରକୃତ ରେ ରଶ୍ମିରେଖା ଙ୍କ ସ୍ୱାମୀ ଓ ରାଜା ଙ୍କୁ ନେଇ କଥା ସାମ୍ନା ଆସିଛି । ରାଜା ହେଉଛନ୍ତି ରଶ୍ମିରେଖା ଙ୍କ ପୂର୍ବତନ ବନ୍ଧୁ ।

ଯାହାକୁ ନେଇ ଅନେକ ସମୟରେ ଉଭୟ ଙ୍କ ମଧ୍ୟ ରେ ଯୁକ୍ତିତର୍କ ହୋଇଥିଲା । ସେଦିନ ଯେତେବେଳେ ରଶ୍ମିରେଖା ଫୋନ ଉଠାଇ ନଥିଲେ ସେତେବେଳେ ଘଟଣା ଟି ସାମ୍ନା କୁ ଆସିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ରଶ୍ମିରେଖା ଙ୍କ ମୃତ ଦେହ କୁ ପୋଲିସ ଜବତ କରିଥିଲା ସେତେବେଳେ ରଶ୍ମିରେଖା ଙ୍କ ମୋବାଇଲ ରେ ବେବଫା ଗୀତ ବାଜୁଥିଲା ।

ପୋଲିସ ଫୋନ ମଧ୍ୟ ଜବତ କରିଛି ଏବଂ ଏହା ସହିତ ରଶ୍ମିରେଖା ଙ୍କ ମୃତ ଦେହକୁ ପୋଷ୍ଟ ମର୍ଟମ କରିବା ପରେ ପରିବାର ସଦସ୍ୟ ଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ବର୍ତ୍ତମାନ ସମସ୍ତ ଦିଗକୁ ନେଇ ପୋଲିସ ନିଜର ତଦନ୍ତ ଆରମ୍ଭ କରିଛି ଏବଂ ଛାନବିନ ଜାରି ରଖିଛି ।

Leave a Reply

Your email address will not be published. Required fields are marked *