ଭୟଙ୍କର ରୂପ ନେଉଛି କୋଭିଡ୍‌ ଦ୍ୱିତୀୟ ଲହରୀ – ଜାଣନ୍ତୁ ପଜିଟିଭ୍‌ ଥିଲେ କ’ଣ କରିବେ ? Dr Niroj Mishra

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର କୋପ ବଢିବାରେ ଲାଗିଛି । ଏହି ଭାଇରସରେ ସଂକ୍ରମିତ ହୋଇ ଲକ୍ଷାଧିକ ଲୋକ ହସ୍ପିଟାଲରେ ଅଛନ୍ତି ଓ ଅନ୍ୟ ପକ୍ଷରେ କେତେକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଛନ୍ତି । ବନ୍ଧୁଗଣ କରୋନା ମ-ହା-ମା-ରୀ-ର ଦ୍ଵିତୀୟ ଲହରୀର ଲକ୍ଷଣ ମଧ୍ୟ କିଛି ମାତ୍ରାରେ ବଦଳି ଯାଇଛି । ବର୍ତ୍ତମାନ କରୋନା ଆକ୍ରାନ୍ତ ହେଲେ କାନକୁ କମ ଶୁଭିବା, ଆଖି ନାଲି ପଡିଯିବା, କମ କଷ୍ଟରେ ଶୀଘ୍ର କ୍ଳାନ୍ତ ହୋଇପଡିବା, ଶରୀରରେ ଚର୍ମ ଜନିତ ସମସ୍ୟା ହେବା, କାସ ହେବା ଓ ପତଳା ଝାଡା ହେବା ଆଦି ଲକ୍ଷଣ ଗୁଡିକ ଦେଖିବାକୁ ମିଳୁଛି ।

ଯଦି ବନ୍ଧୁଗଣ ଆପଣ ମାନଙ୍କର ଏହି ସବୁ ଲକ୍ଷଣ ଦେଖାଯାଉଛି ବା ଆପଣଙ୍କୁ କରୋନା ଆକ୍ରାନ୍ତ କରିସାରିଛି ତା ହେଲେ ଆପଣ ମାନେ କଣ କରିବେ । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଗତବର୍ଷ ଏହି ଭାଇରସ ଅଧିକାଂଶ ବୟସ୍କ ଲୋକ ମାନଙ୍କୁ ଆକ୍ରାନ୍ତ କରୁଥିଲା ହେଲେ ଏହି ବର୍ଷ ସମସ୍ତ ବୟସର ଲୋକ ମାନଙ୍କୁ ଏହି ଭାଇରସଟି ଆକ୍ରାନ୍ତ କରୁଛି । ସାଧାରଣତଃ କମ ବୟସ୍କ ଯୁବକ ଓ ଛୁଆ ମାନଙ୍କ ମଧ୍ୟରେ ମଧ୍ୟ ଏହି ଭାଇରସ ଦେଖା ଯାଉଛି ।

ସେଥିପାଇଁ ବନ୍ଧୁଗଣ ଏହା ଏକ ବଡ ଚିନ୍ତାର ବିଷୟ ପାଲଟିଛି । ଯଦି ବନ୍ଧୁଗଣ ଆପଣ ମାନଙ୍କୁ କରୋନା ଆକ୍ରାନ୍ତ କରିଛି ବା କରୋନା ହେବାର ସମସ୍ତ ଲକ୍ଷଣ ଆପଣଙ୍କ ଦେହରେ ଦେଖା ଯାଉଛି ତା ହେଲେ ଆପଣ ପ୍ରଥମେ ନିଜ ଘରେ ନିଜକୁ ଆୟୁସୁଲେଟ କରି ରଖନ୍ତୁ ।

ଆପଣ ନିଜ ଘରର ଏକ ନିର୍ଦ୍ଧିଷ୍ଟ ରୁମରେ ନିଜକୁ ବନ୍ଦ କରି ରଖିଦିଅନ୍ତୁ । ଯଦି ଆପଣ ଏହା ନକରିବେ ତା ହେଲେ ଆପଣଙ୍କ ସଂସ୍ପର୍ଶରେ ଆସି ଆପଣଙ୍କ ଘର ଲୋକଙ୍କୁ ମଧ୍ୟ କରୋନା ଆକ୍ରାନ୍ତ କରିଦେବ । ବର୍ତ୍ତମାନର ସମୟରେ ଏହି ଭାଇରସ ସଂପୂର୍ଣ୍ଣ ପରିବାରକୁ ଆକ୍ରାନ୍ତ କରିଦେଉଛି ତେଣୁ ଆପଣ ଏଥିପାଇଁ ସଚେତନ ରହିବା ନିହାତି ଆବଶ୍ୟକ । ତେଣୁ ଆପଣ ନିଜକୁ ଏକ ନିର୍ଦ୍ଧିଷ୍ଟ ରୁମରେ ରଖିଦିଅନ୍ତୁ ଓ ଆପଣ ନିଜ ଆକ୍ସିଜେନ ସ୍ତରକୁ ଚେକ କରନ୍ତୁ । ଯଦି ଆପଣଙ୍କ ଅକ୍ସିଜେନ ସ୍ଥିତି କମି କମି ଯାଉଛି ତା ହେଲେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ବନ୍ଧୁଗଣ ଲକ୍ଷଣ ଦେଖା ଯାଉଥିଲେ ଆପଣ କିଛି ଗୁରୁତ୍ଵପୂର୍ଣ୍ଣ ମେଡ଼ିସିନର ସେବନ କରିପାରିବେ । ଆପଣ ଘରେ ରହି ଫାବିପିରାବିର, ପାରାସିଟାମଲ, ଭିଟାମିନ C,ଜିଙ୍କ ଓ ଭିଟାମିନ D ଆଦିର ସେବନ କରନ୍ତୁ । ବନ୍ଧୁଗଣ ଏହି ସବୁ ମେଡ଼ିସିନ ଖାଇ ଆପଣ ଘର ମଧ୍ୟରେ ରହି ସୁସ୍ଥ ହୋଇପାରିବେ । ଯଦି ଏହି ସବୁ ମେଡ଼ିସିନ ଖାଇ ମଧ୍ୟ ଆପଣଙ୍କ ଶରୀର ସୁସ୍ଥ ହେଉ ନାହିଁ ତା ହେଲେ ଆପଣ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *