Vastu Shastra – ଏହି ସମୟରେ ଯିଏ ବି ଘରେ ଲଗାଏ ଝାଡୁ, ମା’ ଲକ୍ଷ୍ମୀ ତା ଜୀବନରେ କରନ୍ତି ଧନର ବର୍ଷା

ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ସମସ୍ତେ ଚାହାନ୍ତି । ସବୁ ବ୍ୟକ୍ତି ଚାହାଁନ୍ତି ଲକ୍ଷ୍ମୀଙ୍କ କୃପା ସମସ୍ତଙ୍କୁ ମିଳୁ । ହିନ୍ଦୁ ଧର୍ମରେ ଏମିତି ସମୟ ବିଷୟରେ କୁହାଯାଇଛି, ଯେଉଁ ସମୟରେ ଝାଡୁ ଲଗେଇଲେ ମା ଲକ୍ଷ୍ମୀ ଖୁସି ରୁହନ୍ତି ଓ ଧନ ଦୌଲତ ମିଳେ । ଶାସ୍ତ୍ରରେ ସେହି ସମୟ ବିଷୟରେ କୁହାଯାଇଛି । ମା ଲକ୍ଷ୍ମୀ ସେତେବେଳେ ଭୂମି ଉପରକୁ ଆସିଥାନ୍ତି । ଝାଡୁ ହେଉଛି ମା ଲକ୍ଷ୍ମୀଙ୍କ ଦ୍ଵିତୀୟ ରୂପ । ଘରେ ଏହି ସମୟରେ ଝାଡୁ ଲଗେଇଲେ ମା ଲକ୍ଷ୍ମୀ ସେହି ଘରକୁ ଆସିଥାନ୍ତି । ଆଜି ଆମେ ଆପାନଙ୍କୁ ଏହି ବିଷୟରେ କହିବୁ ।

ପ୍ରଥମେ ଆମେ କେଉଁ ସମୟରେ ଝାଡୁ ଲଗାଇବା ଉଚିତ୍ ଓ ଝାଡୁରେ ଆମେ କେଉଁ ଉପାୟ କରିବା ଆବଶ୍ୟକ ଏବଂ ଦ୍ଵିତୀୟରେ ଝାଡୁକୁ ଆମେ କେଉଁ ସମୟରେ ଲଗାଇବା ଉଚିତ୍ ନୁହେଁ ତାହା ଜାଣିବା । ବନ୍ଧୁଗଣ ସକାଳ ସମୟକୁ ବ୍ରହ୍ମମୁହୂର୍ତ୍ତ କୁହାଯାଏ । ଏହି ସମୟରେ ଦେବତାମାନେ ବସୁଧା ଉପରେ ବାସ କରନ୍ତି, ଏବଂ ଦେବତାମାନେ ଏହି ସମୟରେ ଭ୍ରମଣ ପାଇଁ ବାହାରିଥାନ୍ତି ।

ସକାଳ ୪ଟାରୁ ନେଇ ସକାଳ ୭ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଉଦୟ ସମୟ ହୋଇଥାଏ । ଏହି ସମୟରେ ଗ୍ରାମର ଲୋକମାନେ ଶୀଘ୍ର ଝାଡୁ ଲଗାନ୍ତି । ସେଥିପାଇଁ ଗାଁର ଲୋକମାନେ ସବୁବେଳେ ଖୁସିରେ ରୁହନ୍ତି । ସହରରେ ସବୁ ସମସ୍ୟା ଆସିଥାଏ, କାହିଁକି ନା ସହରର ଲୋକମାନେ ଡେରିରେ ଉଠିଥାନ୍ତି, ସେଥିପାଇଁ ଠିକ୍ ସମୟରେ ଝାଡୁ କରନ୍ତି ନାହିଁ, ସେଥିପାଇଁ ଦୁଃଖ ଓ ସମସ୍ୟାରେ ରହନ୍ତି, ସେଥିପାଇଁ କୌଣସି ବ୍ୟକ୍ତି ସବୁବେଳେ ଖୁସିରେ ରୁହନ୍ତି ନାହିଁ ।

ଯେଉଁ ସମୟରେ ସୂର୍ଯ୍ୟ ଉଦୟ ହୁଏ ସେହି ସମୟରେ ଘରେ ଝାଡୁ ଲଗାଇବା ଦ୍ଵାରା ଆପଣଙ୍କୁ ମା ଲକ୍ଷ୍ମୀଙ୍କ କୃପା ମିଳେ, ଘର ଭିତରକୁ ଧନ ପ୍ରାପ୍ତି ଓ ସୁଖ ଶାନ୍ତି ମିଳେ, ଏହା ସହିତ ମା ଲକ୍ଷ୍ମୀଙ୍କ କୃପା ଲାଭ ପାଇଁ ସକାଳର ସମୟ ସବୁଠୁ ଭଲ ସମୟ ହୋଇଥାଏ । ଏହି ସମୟରେ ଯେଉଁ ଗୃହିଣୀ ଝାଡୁ ଲଗେଇଥାଏ, ତା ଜୀବନରେ କିଛି ଦୁଃଖ କଷ୍ଟ ଆସି ନଥାଏ । ଆମ ଶାସ୍ତ୍ରରେ କେତେକ ଶୁଭ ଓ ଅଶୁଭ କଥା କୁହାଯାଇଛି, ଏବଂ ସେହି ସମୟରେ ସୁଖ ସମୃଦ୍ଧି ଓ ଧନ ଦୌଲତ ପାଇବାର ରାସ୍ତା ଅଛି ।

 

ଘର ଅନ୍ଧାର ହୋଇଯିବା ପରେ ଘରେ ଝାଡୁ ଲଗେଇଲେ ଆପଣ ନିଜର ଦୁଃଖ ସମ୍ବାଦ ସହିତ ଖରାପ୍ ସଂକେତ ମଧ୍ୟ ଆଣିଥାନ୍ତି । ଯେତେବେଳେ ସୂର୍ଯ୍ୟ ଅସ୍ତ ହୋଇ ଯାଆନ୍ତି ସେତେବେଳେ ଘର ଝାଡୁ କରିବା ଉଚିତ୍ ନୁହେଁ । ଯଦି ଆପଣ ଝାଡୁ ଲଗାନ୍ତି ତେବେ ଆପଣ ମା ଲକ୍ଷ୍ମୀଙ୍କର ଅପମାନ କରନ୍ତି।

 

ଯଦି ଆପଣ ସ୍ବପ୍ନ ରେ ଝାଡୁ ଧରିବା ଦେଖନ୍ତି ତେବେ ଅପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଆପଣଙ୍କ ଜୀବନରେ କିଛି ଭଲ ସଙ୍କେତ ମିଳିଥାଏ ଓ ଆପଣଙ୍କ ଜୀବନ ବଦଳିବାକୁ ଲାଗିଥାଏ । ଘର ଭିତରେ ଝାଡୁକୁ ଓଲଟାଇ ରଖିଲେ ଅଶୁଭ ମନା ଯାଇଥାଏ । ଯଦି ଆପଣ ଝାଡୁଟିକୁ ଓଲଟାଇ କିମ୍ବା ଛିଡ଼ା କରି ରଖିଛନ୍ତି ଏହାର ଜଲଦି ସମାଧାନ କରିନିଅନ୍ତୁ କାରଣ ଆପଣଙ୍କ ଘରେ ବଡ଼ ଅଶୁଭ ଘଟଣା ଘଟିଥାଏ ।

ଆପଣଙ୍କ ଘରର କୌଣସି ବ୍ୟକ୍ତି ଯଦି ବାହାରକୁ ଯାଇଥାଏ ତାଙ୍କର ଯିବା ପରେ ପରେ ଝାଡୁ କି ପୋଛା ଲଗାଇବା ଅଶୁଭ କଥା ହୋଇଥାଏ । ଯଦି ସେହି ବ୍ୟକ୍ତି ସେହି ଜାଗାରେ ପହଞ୍ଚି ଯାଇଥାଏ ତେବେ ଆପଣ ମାନେ ଝାଡୁ ଲଗାଇ ପାରିବେ। ଯଦି ସେହି ବ୍ୟକ୍ତି କୌଣସି ଦୂର ସ୍ଥାନ କୁ ଯାଇଥାଏ ତେବେ ଆପଣ ଦୁଇ ବା ତିନି ଘଣ୍ଟା ପରେ ଝାଡୁ ଲଗାଇବେ ତାହା ପୁଣି ଭଗବାନଙ୍କୁ ପ୍ରାର୍ଥନା କରି କାହିଁକି ନା ଏହା ଦ୍ଵାରା ଅଶୁଭ ସୂଚନା ମିଳିଥାଏ ।

ଝାଡୁରେ ଚଢ଼ିଯିବା ବା ଝାଡୁ ରେ ଗୋଡ଼ ବାଜିବା ଦ୍ଵାରା ବହୁ ଅଶୁଭ ସଂକେତ ମିଳିଥାଏ । ଯଦି ଆମେ ଝାଡୁର ଆଦର କରିବା ତାକୁ ଠିକ୍ ସମୟରେ ଠିକ୍ ଜାଗାରେ ରଖିବା ତା ହେଲେ ମା ଲକ୍ଷ୍ମୀ ଆମ ଉପରେ ପ୍ରସନ୍ନ ହୋଇଥାନ୍ତି । ଯଦି ଆପଣ ନୂଆ ଘର କିମ୍ବା ନୂଆ ଜାଗାକୁ ରହିବାକୁ ଯାଉଛନ୍ତି। ତେବେ ପୁରୁଣା ଘରର ଝାଡୁକୁ କେବେ ବି ନେବେ ନାହିଁ ଏହା ଅଶୁଭ ହୋଇଥାଏ । ଆପଣ ଆପଣଙ୍କ ନୂଆ ଘରେ ନୂଆ ଝାଡୁ ସହିତ ଆପଣ ଆପଣଙ୍କ ନୂଆ ଜୀବନ ଆରମ୍ଭ କରନ୍ତୁ ।

ଝାଡୁ କୁ ସର୍ବଦା ଲୁଚାଇ ରଖିବା ଦରକାର ଯେମିତି କି କୌଣସି ବାହାର ଲୋକ ର ଦୃଷ୍ଟି ପଡ଼ିବ ନାହିଁ । ଘରର ଲକ୍ଷ୍ମୀଙ୍କୁ ଯେମିତି ଲୁଚାଇ ରଖନ୍ତି ସେମିତି ଝାଡୁ କୁ ମଧ୍ୟ ଲୁଚାଇ ରଖିବା ଦରକାର । ଝାଡୁରେ କାହାକୁ ବାଡେଇବା କଥା ନୁହେଁ ନହେଲେ ମା ଲକ୍ଷ୍ମୀଙ୍କର କୋପ ଦୃଷ୍ଟି ପଡ଼ିଥାଏ । ଝାଡୁ କୁ ବାହାରେ କିମ୍ବା ଛାତ ଉପରେ ରଖିବେ ନାହିଁ ଘରେ ଅଶାନ୍ତି ବଢ଼ିଥାଏ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *