ସିରିଏଲ କୁମକୁମ ଭାଗ୍ୟ ରୁ ଫେମସ ହୋଇଥିବା ଅଭିନେତ୍ରୀ Sriti Jha ଙ୍କ ଦିବାନା ଅଟନ୍ତି TV ର ଏହି 4 ଜଣ ଅଭିନେତା, ନମ୍ବର 1 ଙ୍କ ସହ ତ ହେବାକୁ ଯାଉଛି ବିବାହ

ଟିଭିର ଲୋକପ୍ରିୟ ଅଭିନେତ୍ରୀ ଶୃତି ଝା ବର୍ତ୍ତମାନ ଜିଟିଭିର ଲୋକପ୍ରିୟ ସିରିଏଲ କୁମକୁମ୍ ଭାଗ୍ୟରେ ପ୍ରଜ୍ଞାର ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ଚରିତ୍ରରେ ଅଭିନୟ କରିବାର ତାଙ୍କୁ ୬ବର୍ଷ ହୋଇଗଲାଣି । ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସେ । ସେଥିପାଇଁ ସେ ବର୍ତ୍ତମାନ ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ହୋଇଛନ୍ତି । ଦର୍ଶକଙ୍କୁ ଛାଡି ଟିଭିର କିଛି ଅଭିନେତା ମଧ୍ୟ ତାଙ୍କୁ ବହୁତ ପସନ୍ଦ କରନ୍ତି । ଆସନ୍ତୁ ସେହି ଅଭିନେତା ମାନଙ୍କ ବିଷୟରେ ଜାଣିବା, ଯେଉଁମାନେ ଶୃତି ଝା ଙ୍କୁ ବହୁତ ପସନ୍ଦ କରନ୍ତି ।

୪. ଧିରଜ ଧୋପର – ନିଜ ଦମଦାର ଅଭିନୟରେ ଦର୍ଶକଙ୍କ ମନ କିଣି ନିଅନ୍ତି ଧିରଜ । ବର୍ତ୍ତମାନ ଜି ଟିଭିର ଲୋକପ୍ରିୟ ସିରିଏଲ କୁଣ୍ଡଳି ଭାଗ୍ୟରେ କରନ ଲୁଥରା ଚରିତ୍ରରେ ସେ ଅଭିନୟ କରୁଛନ୍ତି ଓ ଦର୍ଶକଙ୍କଠୁ ପ୍ରଶଂସା ମଧ୍ୟ ଶୁଣୁଛନ୍ତି ।

ଏହି ସିରିଏଲରେ ଶ୍ରୁତି ଝା ବି କିଛିଦିନ କାମ କରିଥିଲେ । ଧୀରଜ୍ ଗୋଟେ ଇଣ୍ଟରଭ୍ୟୁରେ କହିଥିଲେ କି ଶ୍ରୁତି ଝା ବହୁତ ଭଲ ଅଭିନୟ କରନ୍ତି ଓ ତାଙ୍କ ଅଭିନୟ କରିବାର କୌଶଳ ବି ବହୁତ୍ ଭଲ, ସେଥିପାଇଁ ମୁଁ ଆଉ ଥରେ ତାଙ୍କ ସହିତ କାମ କରିବାକୁ ଚାହୁଁଛି ।

୩.ସବିର ଆହ୍ଲୁୱାଲିଆ

ସେ କୁମକୁମ୍ ଭାଗ୍ୟ ସିରିଏଲ ରେ ରକଷ୍ଟାର ଅଭି ରୂପରେ ଅଭିନୟ କରିଛନ୍ତି, ଲୋକଙ୍କ ଠାରୁ ବହୁତ୍ ଭଲ ପାଇବା ପାଇଛନ୍ତି । ଦର୍ଶକଙ୍କ ମନ କିଣି ସାରିଛନ୍ତି । ସିରିଏଲରେ ଶ୍ରୁତି ଝାଙ୍କ ସହିତ କାମ କରୁଛନ୍ତି,ତାଙ୍କୁ ଏଥିରେ ଅଭିନୟ କରିବାର ୬ବର୍ଷ ହେଇ ଗଲାଣି । ଏତେ ବର୍ଷ କାମ କରି କରି ସେ ଶ୍ରୁତିଙ୍କୁ ବହୁତ ପାଖାପାଖି ଜାଣିଛନ୍ତି । ସେ ଗୋଟେ ଇଣ୍ଟରଭ୍ୟୁରେ କହିଥିଲେ କି ଶୃତି ସିରିଏଲରେ ବହୁତ ଭଲ କାମ କରନ୍ତି ଓ ବାସ୍ତବ ଜୀବନରେ ମଧ୍ୟ ସେ ବହୁତ ଭଲ, କାହିଁକି ନା ସେ ସମସ୍ତଙ୍କ ସାଙ୍ଗରେ ଭଲ ବ୍ୟବହାର କରନ୍ତି, ସେଥିପାଇଁ ସେ ବହୁତ୍ ଭଲ ଲାଗନ୍ତି ।

୨. ହର୍ଷଦ୍ ଚୋପ୍ରା

ହର୍ଷଦ ବହୁତ୍ ଲୋକପ୍ରିୟ ସିରିଏଲରେ କାମ କରିଛନ୍ତି । ସେଥି ମଧ୍ୟରୁ ଗୋଟେ ଅଟେ ସୌଭାଗ୍ୟବତି ସିରିଏଲ, ଯେଉଁଥିରେ ସେ ଶ୍ରୁତି ଝା ଙ୍କ ଅପୋଜିଟ ରେ କାମ କରିଛନ୍ତି । ଏହି ସିରିଏଲରେ ଦୁହେଁ ଦୁହିଁଙ୍କୁ ଭଲ ପାଇଥିଲେ । ସେମାନଙ୍କ ଭଲ ପାଇବା ବହୁତ୍ ଦିନ ଚାଲିଲାନି ଓ ଦୁଇଜଣ ଅଲଗା ହୋଇଗଲେ ।

୧. କୁନାଲ କରନ କପୂର

ଲୋକପ୍ରିୟ ଅଭିନେତା କୁନାଲ କରନ କପୂର କୁଛ ନା ବୋଲେ ତୁମ ନା ମେନେ କୁଛ କାହା, ବୋ ଅପ୍ନା ସା, ଡୋଲି ସଜାକେ ଭଳି ସିରିଏଲରେ ଅଭିନୟ କରିଛନ୍ତି । ମାନବ ଓ ଶ୍ରୁତି ଝା ସାଙ୍ଗହୋଇ କିଛି ସିରିଏଲରେ ଅଭିନୟ କରିନାହାଁନ୍ତି । ଗୋଟେ ଫିଲ୍ଡରେ କାମ କରିବା ଯୋଗୁଁ ଦୁହେଁ ଦୁହିଁଙ୍କୁ ଭଲ ଭାବେ ଜାଣିଥିଲେ, ସାଙ୍ଗ ହୋଇଥିଲେ । ତାଙ୍କର ଏହି ବନ୍ଧୁତା ଭଲ ପାଇବାରେ ବଦଳିଗଲା । ଦୁହେଁ ଦୁହିଙ୍କୁ ଡେଟ୍ କରୁଛନ୍ତି । ଦୁଇଜଣ ବହୁତ୍ ଶୀଘ୍ର ବାହା ହେବାକୁ ଯାଉଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *