ଆଜି ପୁଣି କମିଲା ସୁନା ଦର, ଜାଣନ୍ତୁ ଆଜି କଣ ରହିଛି ସୁନା ଓ ରୂପାର ମୂଲ୍ୟ

ଆଜି ଆପଣଙ୍କ ପାଇଁ ଅଛି ଖୁସି ଖବର । ଆଜି ମଧ୍ୟ କମିଲା ସୁନାର ମୂଲ୍ୟ । ତେବେ କେତେ ଟଙ୍କା ହ୍ରାସ ପାଇଛି ଓ ନୂଆ ରେଟ କେତେ ରହିଛି, ଉଭୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ର ଦାମ କଣ ରହିଛି ଆଜି ଆମେ ସବୁ କିଛି ଡିଟେଲ୍ସ ରେ କହିବୁ ।

ସାମାନ୍ଯ କମିଲା ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ର ଦାମ ୧୦ ଗ୍ରାମ ପ୍ରତି ୫୦,୯୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୯୦୦ ଟଙ୍କାରେ ପହଞ୍ଚିଥିବା ଜଣା ଯାଇଛି । ଓଡିଶା ରାଜଧାନୀ ଭୁବନେଶ୍ଵର ରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୫୩୦ ଟଙ୍କା ଓ ୪୯,୦୭୦ ଟଙ୍କା ଛୁଇଁଥିବା ଜଣା ପଡିଛି । ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି ।

ମୁମ୍ବାଇ ରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ର ମୂଲ୍ୟ ୫୦,୯୦୦ ଟଙ୍କା ଯାହାକି ୨୪ କ୍ୟାରେଟ ଓ ୨୨ କ୍ୟାରେଟ ର ମୂଲ୍ୟ ୪୯,୯୦୦ ଟଙ୍କା ଥିବା ରେକର୍ଡ କରା ଯାଇଛି । ତେବେ ଏହି ସେପ୍ଟେମ୍ବର ରେ ସୁନା ମୂଲ୍ୟ ୧୪୬୯ ଟଙ୍କା କମିଥିବା ବେଳେ ରୂପା ମୂଲ୍ୟ ମଧ୍ୟ ୩୯୬୫ ଟଙ୍କା କମିଛି । ଅନ୍ୟ ପଟେ ଯଦି ଭାରତୀୟ ଘରୋଇ ବଜାରକୁ ଦେଖିବା ତେବେ ସୁନାର ମୂଲ୍ୟ କ୍ରମାଗତ ହ୍ରାସ ଘଟି ଚାଲିଛି ।

ଏହା ପଛର ମୁଖ୍ୟ କାରଣ ହେଲା ବିଦେଶୀ ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରା ମଝବୁତ ହେବା । ଅଗଷ୍ଟ ୧୦ ରେ ୧୦ ଗ୍ରାମ ସୁନାର ମୂଲ୍ୟ ୫୬,୨୦୦ ଟଙ୍କାରେ ପହଞ୍ଚିଥିଲା । କିନ୍ତୁ ଏବେ ଘରୋଇ ବଜାରରେ ୧୦ ଗ୍ରାମ ସୁନାର ମୂଲ୍ୟ ୫୨୦୦୦ ଟଙ୍କା ପାଖା ପାଖି ରହିଛି । ଅର୍ଥାତ ମାସକ ଭିତରେ ୪୦୦୦ ଟଙ୍କା ସୁନା ଶସ୍ତା ହୋଇଛି । ସେହିପରି ଦିଲ୍ଲୀ ସରଫା ବଜାରରେ ୧ କିଲୋଗ୍ରାମ ରୂପାର ଦାମ ୭୦,୪୩୧ ଟଙ୍କାରୁ ହ୍ରାସ ପାଇଁ ୬୯,୯୫୦ ଟଙ୍କା ରହିଛି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *