ଆସିଲା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଜଣା ପଡିଲା Rai Mohan ଙ୍କ ମୃତ୍ୟୁର କାରଣ…

ବନ୍ଧୁଗଣ ରାଇମୋହନ ପରିଡା ଯିବା ପରେ ତାଙ୍କ ପ୍ରଶଂସକ ମାନଙ୍କ ମନରେ ଦୁଃଖ ଭରିଯାଇଛି । ଆଉ ଅନ୍ୟ ପଟେ ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ସେ ଓଡିଆ ଫିଲ୍ମ ଜଗତ ଓ ଓଡିଆ ଯାତ୍ରା ଜଗତରେ ଜଣେ ବରିଷ୍ଠ ଅଭିନେତା ଥିଲେ । ସେ ନିଜର ଦମଦାର ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ଆଜି ରାଇମୋହନ ପରିଡା ଆମ ମାନଙ୍କ ଗହଳରେ ନାହାନ୍ତି ଓ ଏଥିପାଇଁ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ହେଲେ ବନ୍ଧୁଗଣ ରାଇମୋହନଙ୍କ ଆତ୍ମହତୟଆ ପରେ ହଠାତ ସବୁ କିଛି ଯେମିତି ବଦଳି ଯାଇଛି । ରାଇମୋହନଙ୍କ ଆତ୍ମହତୟଆକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ତାଙ୍କ ପ୍ରଶଂସକ ମାନେ ଏଥିପାଇଁ ବହୁତ ଦୁଃଖ ପ୍ରକାଶ କରିଛନ୍ତି ।

ଆଉ ଅନ୍ୟ ପଟେ ତାଙ୍କ ଆତ୍ମହତୟଆ କରିବା ପଛର କାରଣ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ଏବେ ମଞ୍ଚେଶ୍ଵର ଥାନା ପୋଲିସ ତିନିଟି ଟିମ କରି ତଦନ୍ତ ଆରମ୍ଭ କରିଛି ଆଉ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ବନ୍ଧୁଗଣ ବର୍ତ୍ତମାନ ଆସିଯାଇଛି ରାଇମୋହନ ପରିଡାଙ୍କ ପୋଷ୍ଟ ମୋଟର୍ମ ରିପୋର୍ଟ । ଏହି ରିପୋର୍ଟ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ରିପୋର୍ଟ ବିଷୟରେ କହିବାକୁ ଯାଉଛୁ ।


ରାଇମୋହନ ପରିଡାଙ୍କ ଶବ ବେବଛେଦ ପୋଷ୍ଟ ମୋଟର୍ମ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ତେବେ ପୋଷ୍ଟ ମୋଟର୍ମ ରିପୋର୍ଟ ଅନୁସାରେ ରାଇମୋହନଙ୍କ ମୃତ୍ୟୁ ରସିରେ ଝୁଲିବା କାରଣରୁ ହୋଇଛି । ତାଙ୍କର ଶ୍ଵାସରୁଦ୍ଧ ହେତୁ ମୃତ୍ୟୁ ହୋଇଥିବା ନେଇ ପୋଷ୍ଟ ମୋଟର୍ମ ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଏସ ଏଫ ଏସ ଏଲକୁ ମଧ୍ୟ ପୋଷ୍ଟ ମୋଟର୍ମର ନମୁନା ପଠା ଯାଇଛି ।

ଗତ 26 ତାରିଖରେ ଓଡିଆ ଅଭିନେତା ରାଇମୋହନ ପରିଡା ବେକରେ ରସି ଲଗାଇ ଆତ୍ମହତୟଆ କରିଥିଲେ  । ଭୁବନେଶ୍ବରରେ ଥିବା ପ୍ରାଚୀ ବିହାରରେ ତାଙ୍କ ବାସ ଭବନରେ ମିଳିଥିଲା ତାଙ୍କର ଝୁଲନ୍ତା ମୃତ ଦେହ । ତେବେ ରାଇମୋହନ କେଉଁ କାରଣ ପାଇଁ ଆତ୍ମହତୟଆ କରିଲେ ତାହା ଜଣା ପଡି ନାହିଁ ହେଲେ ପୋଲିସ ନିଜ ତଦନ୍ତ ଜାରି ରଖିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *