ଦିବ୍ୟାଙ୍ଗ ପିଲାର ପ୍ରଶ୍ନରେ ସରକାର ଘାଇଲା…ସରକାରୀ ବାବୁଙ୍କୁ ପଚାରିଲା କିଛି ଏମିତି ପ୍ରଶ୍ନ କି ସମସ୍ତଙ୍କୁ କରିଦେଲା ଚୁପ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ଦିବ୍ୟାଙ୍ଗ ଶିଶୁ ସରକାରଙ୍କୁ କିଛି ପ୍ରଶ୍ନ ପଚାରିଛନ୍ତି । ଯାହାକୁ ଦେଖିଲେ ପିଲାଟିର ପାଠ ପଢିବାକୁ ନେଇ ସଙ୍ଘର୍ଷ ତଥା ଆଗ୍ରହ ସମ୍ବନ୍ଧରେ ଆପଣ ଜାଣିପାରିବେ । ତେବେ ଆସନ୍ତୁ ଏ ନେଇ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଦିବ୍ୟାଙ୍ଗ ଶିଶୁ ଟି ସରକାର ଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ “ଆଜ୍ଞା ୩୦ ଟା ପିଲାକୁ କ’ଣ ଗୋଟିଏ ମାଷ୍ଟର ଦରକାର” ? ଏହାପରେ ସରକାରୀ ଅଫିସର କହିଲେ ଯେ ଦିଆହବ ମାଷ୍ଟର, ସବୁ ସ୍କୁଲ କୁ ଦିଆହବ ।

ବର୍ତ୍ତମାନ ଅସୁବିଧା ଅଛି । ତେବେ ପିଲାଟି ତୁରନ୍ତ କହୁଛି, ଆଜ୍ଞା ଦିଆହବ ଦିଆହବ କହି ୧୩ ରୁ ୧୪ ଦିନ ବିତି ଗଲାଣି । ମାତ୍ର ଆଉ କେବେ ଦେବେ ସ୍କୁଲ କୁ ଶିକ୍ଷକ ? ପିଲାଟି ପ୍ରଶ୍ନ କରିଛି ଯେ ମୁଁ ଗୋଟେ ଜନ୍ମଗତ ଅନ୍ଧ ବୋଲି ଏହି ବିଓ ଅଫିସ ମଧ୍ୟ ଅନ୍ଧ କି ସାର ! ଏହି ବିଷୟରେ ଆପଣ ମଧ୍ୟ ଟିକେ ଜଣାନ୍ତୁ ସାର ! ମାତ୍ର ସାର କହିଥିଲେ ଯେ ନିଜକୁ କାହିଁକି ଅନ୍ଧ ବୋଲି ଭାବୁଛୁ ?

ପିଲାଟି କହୁଛି ସତ ଆଜ୍ଞା ମୁଁ ଅନ୍ଧ ବୋଲି ଡିଓ ଅଫିସ ମଧ୍ୟ କ’ଣ ଅନ୍ଧ ? ମୋର ୬ ଷ୍ଠ କ୍ଳାସ ମାତ୍ର ମୁଁ ଅନ୍ଧ ହେଲି ବୋଲି କଣ ସମସ୍ତେ ଅନ୍ଧ, ଡିଓ ମଧ୍ୟ ଅନ୍ଧ, ସବକଲେକ୍ଟର ମଧ୍ୟ ଅନ୍ଧ, ସରକାର ମଧ୍ୟ ଅନ୍ଧ, ଆପଣ ଟିକିଏ ଏହି ବିଷୟରେ କୁହନ୍ତୁ । ତେବେ ସୂଚନା ସୂତ୍ରରୁ ଜଣା ପଡିଛି ଯେ ବିଦ୍ୟାଳୟରେ ୪୨୫ ଛାତ୍ରଛାତ୍ରୀ ଅଛନ୍ତି । କିନ୍ତୁ ଶିକ୍ଷକ ମାତ୍ର ୪ ଟି ଅଛନ୍ତି । ତେବେ କ’ଣ ୩୦ ଟି ପିଲା କୁ ଗୋଟିଏ ମାଷ୍ଟର ଦରକାର ? ତେବେ ଏହିଭଳି ପ୍ରଶ୍ନ ପଚାରିଛନ୍ତି ଦିବ୍ୟାଙ୍ଗ ଶିଶୁ ।

ଏହି ଦୃଶ୍ୟ ସୋସିଆଲ ମିଡିଆ ରେ ବର୍ତ୍ତମାନ ଚାରିଆଡେ ଘୁରି ବୁଲୁଛି । ଏହାକୁ ଦେଖି ଅନେକ ଲୋକେ ପିଲାଟିର ସାହାସ କୁ ମହାନ ବୋଲି କହିଥିବା ବେଳେ ଅଧିକାଂଶ ଲୋକେ ଦିବ୍ୟାଙ୍ଗ ଶିଶୁ ର ପାଠପଢା ତଥା ଭବିଷ୍ୟ କୁ ନେଇ ଚିନ୍ତା କୁ ପ୍ରଶଂସା କରିଛନ୍ତି । କାରଣ ଆଜିର ଆଧୁନିକ ଯୁଗରେ ପିଲା ଙ୍କ ପାଖରେ ସବୁ ସୁବିଧା ଥାଇ ମଧ୍ୟ ପାଠପଢା ପ୍ରତି ସେମାନଙ୍କ ଆଗ୍ରହ ତଥା ରୁଚି କମିବାରେ ଲାଗିଛି ।

ମାତ୍ର ଏହି ଶିଶୁ ଟିର ଦୃଷ୍ଟିଶକ୍ତି ନଥିଲେ ମଧ୍ୟ ସେ ଶିକ୍ଷା କୁ ନେଇ ବହୁତ ଆଗ୍ରହୀ ଅଛି ତଥା ପାଠପଢି ଉତ୍ତମ ମଣିଷ ଟିଏ ହେବ ବୋଲି ଆଶା । କିନ୍ତୁ ବାଧା ସୃଷ୍ଟି କରିଛି ସରକାର ଙ୍କର କିଛି ନିୟମ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *