କୋଟି କୋଟି ଟଙ୍କା କିପରି ଚାପନ୍ତି ସରକାର ? ଜାଣନ୍ତୁ ଟଙ୍କା ବନେଇବାର ପୁରା Process…

ବନ୍ଧୁଗଣ ଏ ଦୁନିଆର ସମସ୍ତ ମଣିଷ ଟଙ୍କା କମାଇବା ପାଇଁ ରାତି ଦିନ କଷ୍ଟ କରନ୍ତି । ଟଙ୍କାକୁ କେବଳ ଆମେ କଷ୍ଟ କରି କମାଇ ପାରୁଛୁ ଟଙ୍କା ଆମେ ଛାପି ପାରିବୁ ନାହିଁ ନଚେତ ଆମକୁ କାରାଦଣ୍ଡ ଭୋଗିବାକୁ ପଡିବ । ହେଲେ ଆପଣ ମାନେ କଣ ଜାଣିଛନ୍ତି ଏ କଥା କେମିତି ତିଆରି ହୁଏ । ଟଙ୍କା ବନେଇବା ପାଇଁ କେଉଁ ପେପର ଆଉ କେଉଁ ଇଙ୍କର ବ୍ୟବହାର କରାଯାଏ ଓ ପ୍ରିଟିଙ୍ଗ କେମିତି ହୁଏ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଭାରତରେ 20, 50, 100, 200, 500 ଓ 2000 ନୋଟ ବନେଇବା ପଛରେ ଏକ ଲମ୍ବା ପ୍ରୋସେସ ରହିଛି । ଆମ ଦେଶରେ ପ୍ରଥମ ୱାଟର ମାର୍କ ବାଲା ନୋଟ 1961 ମସିହାରେ ଛପା ହୋଇଥିଲା । ଭାରତରେ ଛପା ଯାଉଥିବା ନୋଟ ପାଇଁ ବିଦେଶରୁ କାଗଜ ମଗା ଯାଇଥାଏ କାରଣ ଏହି କାଗଜ ସବୁଠାରି ଭିନ୍ନ ହୋଇଥାଏ ।

ବର୍ତ୍ତମାନ ଭାରତରେ ନୋଟ ଛାପିବାର ଅଧିକାର କେବଳ ରିଜର୍ବ ବେଙ୍କ ଅଫ ଇଣ୍ଡିଆ ପାଖରେ ଅଛି । ଯଦି ଶରଳ ଭାଷାରେ କହିବା ତା ହେଲେ ଏହା ସମସ୍ତ ବେଙ୍କକୁ ସେଙ୍କସନ ଦେବାର କାମ କରିଥାଏ । ଭାରତରେ ଚାଲି ଥିବା ସମସ୍ତ ବେଙ୍କ ଉପରେ ଆରବିଆଇର ନଜର ରହିଥାଏ । ନୋଟର କାଗଜ ଘରେ ବ୍ୟବହାର ହେଉଥିବା ମେଗାଜିନ, ନ୍ଯୁଜ ପେପର, ବହି ଓ କପି ପେପର ଠାରୁ ସଂପୂର୍ଣ୍ଣ ଅଲଗା ହୋଇଥାଏ ।

ନୋଟ ପାଇଁ ବ୍ୟବହାର ହେଉଥିବା କାଗଜରେ 75 ପ୍ରତିଶତ କପାସ ଓ 25 ପ୍ରତିସତ ଲିଲନ ମିଶା ଯାଏ । ଫେକ୍ଟୋରୀରେ ଏକ ବଡ ମେସିନ ଦ୍ଵାରା ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିକ୍ସ କରା ଯାଇଥାଏ । କିଛି ସମୟ ପରେ ଏହି ମିଶ୍ରକୁ ଶୁଖା ଯାଇ ଏକ ଅଲଗା ମେସିନରେ ପକା ଯାଏ ଯାହା ଏହି ମିଶ୍ରଣକୁ ବଡ ବଡ ଥିନ ସିଟରେ ପରିଣତ କରେ ।

ଏହା ପରେ ନୋଟ ଛାପିବା ପାଇଁ ପେପର ରେଡି ହେଇଯାଏ । ଏହି ପେପରକୁ ଭାରତୀୟ ନୋଟର ରୂପ ଦେବା ପାଇଁ ଏଥିରେ ପ୍ରିଣ୍ଟିଙ୍ଗ କରାଯାଏ । ଆର୍ଟ ୱାର୍କ, ଗ୍ରାଫିକ ଡିଜାଇନ ଏବଂ ସବୁ ସିକ୍ୟୁରିଟି ଫିଚର୍ସକୁ ମିଶାଇ ଏକ ସଠିକ ନୋଟ ଛପା ଯାଇ ଥାଏ । ସବୁ ଭାରତୀୟ ନୋଟ ଉପରେ ଏକ ଚମକୁ ଥିବା ପଟି ଦେଖିବାକୁ ମିଳେ ଆଉ ଏହା ବିନା କୌଣସି ନୋଟ ଚାଲିବା ଅସମ୍ଭବ ଅଟେ ।

ଏହି ପଟି ଦ୍ଵାରା ଲୋକ ମାନେ ଜାଣି ପାରନ୍ତି ନୋଟ ଅସଲି ଅଟେ ନା ନକଲି । ପେପରକୁ ଏକ ମେସିନ ଦ୍ଵାରା ପଟି ଚଢା ଯାଏ ଆଉ ଏହା ପରେ ତା ଉପରେ ପ୍ରିଣ୍ଟିଙ୍ଗ କରାଯାଏ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *