ହାରିଗଲା ମୃତ୍ୟୁ କିନ୍ତୁ ଜିତିଗଲେ ଡାକ୍ତର, ଯମ ମୁହଁରୁ ନବଜାତ ଶିଶୁକୁ ଏମିତି ଟାଣି ଆଣିଲେ ଏହି ଡାକ୍ତର, ପୁରା ଦୁନିଆ କରୁଛି ପ୍ରଶଂସା !

ନମସ୍କାର ବନ୍ଧୁଗଣ ତେବେ ଆମେ କେହି ବି ଭଗବାନଙ୍କୁ ଦେଖିନାହୁଁ କିନ୍ତୁ ତାଙ୍କୁ ଅନୁଭବ କରିଛେ । ବେଳେ ବେଳେ ଏମିତି କିଛି ପରିସ୍ଥିତି ଆସେ ଆମେ ଈଶ୍ୱରଙ୍କୁ ମନେ ପକାଇଥାଉ । ହୁଏତ ଈଶ୍ୱର ସବୁ ସ୍ଥାନରେ ପହଞ୍ଚି ନ ପାରନ୍ତି କିନ୍ତୁ ତାଙ୍କ ରୂପରେ ସାହାଯ୍ୟ କରିବାକୁ ସେ ଅନେକ ଭଲ ଲୋକଙ୍କୁ ଏହି ପୃଥିବୀ ପୃଷ୍ଠକୁ ପଠାଇ ଥାଆନ୍ତି । ତେବେ ଆପଣ ଜାଣିଛନ୍ତି ଡାକ୍ତରଙ୍କୁ ପୃଥିବୀରେ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ, ଯିଏ ରୋଗୀଙ୍କୁ ନୂଆ ଜୀବନ ଦେଇଥାନ୍ତି ।


ସେମିତି ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି ଆଗ୍ରାରେ । ଜଣେ ମହିଳା ଡାକ୍ତର ଏକ ନବଜାତ ଶିଶୁର ଜୀବନ ରକ୍ଷା କରିଥିଲେ ଶିଶୁ ପାଟିକୁ ନିଶ୍ୱାସ ଦେଇ । ତାଙ୍କୁ ଲୋକମାନେ ‘ଏହି ପୃଥିବୀର ଭଗବାନଙ୍କ’ ବୋଲି କହିଛନ୍ତି । ଖବର ଅନୁଯାୟୀ ଏତ୍ମାଦପୁରର ବୁର୍ଜ ଗାଙ୍ଗୀ ନିବାସୀ ଖୁସବୁ ନାମରେ ଜଣେ ମହିଳା ପ୍ରସବ ପାଇଁ ମାର୍ଚ୍ଚ ୧ ତାରିଖରେ କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଭର୍ତ୍ତି ହୋଇଥିଲେ ।

ନର୍ମାଲ ପ୍ରସବ ଦ୍ୱାରା ଖୁସବୁ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଜନ୍ମର କିଛି ସମୟ ପରେ ହଠାତ୍ ନବଜାତ ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଖରାପ ହୋଇ ଯାଇଥିଲା । ଯେତେବେଳେ ହସ୍ପିଟାଲର ଡାକ୍ତର ସୁରେଖା ଶିଶୁଟିକୁ ପରୀକ୍ଷା କରିଥିଲେ, ନବଜାତ ଶିଶୁର ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏହା ପରେ ନବଜାତ ଶିଶୁକୁ ଅକ୍ସିଜେନ ମଧ୍ୟ ଲଗା ଯାଇଥିଲା କିନ୍ତୁ ଅନେକ ଚେଷ୍ଟା ପରେ ବି ଶିଶୁର ଅବସ୍ଥାରେ କୌଣସି ପରିବର୍ତ୍ତନ ଆସି ନଥିଲା ।


ତେବେ ଏହାକୁ ନେଇ ଶିଶୁର ପରିବାର ଲୋକ ଓ ଡାକ୍ତର ମଧ୍ୟ ଚିନ୍ତିତ ଥିଲେ । ଠିକ୍ ସେହି ସମୟରେ ଡାକ୍ତର ସୁରେଖା ନବଜାତ ଶିଶୁକୁ ନିଜ କୋଳକୁ ନେଇ ତା ପାଟିରେ ନିଶ୍ୱାସ ଦେବା ଆରମ୍ଭ କଲେ ଓ ହଠାତ୍ ହିଁ ଶିଶୁଟି କାନ୍ଦିବାକୁ ଲାଗିଲା ଓ ଠିକ୍ ସେ ନିଶ୍ବାସ ନେଲା । କିଛି ସମୟ ଭିତରେ ହିଁ ପିଲାଟିର ଜୀବନ ବଞ୍ଚିଗଲା । ଏମିତିକି ପ୍ରସବ ପରେ ହିଁ ନବଜାତ ଶିଶୁକୁ ସଫା ମଧ୍ୟ କରାଯାଇ ନଥିଲା ।

ରକ୍ତ ଲାଗିଥିଲା ଶିଶୁଟିର ଶରୀରରେ କିନ୍ତୁ ଏହା ପରେ ବି ଡ଼ାକ୍ତର ସୁରେଖା ଏସବୁକୁ ଖାତିର ନକରି ନବଜାତ ଶିଶୁର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ସେ ପ୍ରାୟ ସାତ ମିନିଟ୍ ପର୍ଯ୍ୟନ୍ତ ତାଙ୍କୁ ନିଶ୍ୱାସ ଦେବାରେ ଲାଗିଲେ । ଶେଷରେ ନବଜାତ ଶିଶୁଟି ଭଲ ଭାବେ ନିଶ୍ବାସ ନେବାକୁ ସକ୍ଷମ ହୋଇଥିଲା । ଶିଶୁର ଅବସ୍ଥା ସୁଧାରିବା ପରେ ସମସ୍ତେ ଭଗବାନଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ଡାକ୍ତର ସୁରେଖାଙ୍କର ଭୂରୀ ଭୁରୀ ପ୍ରଶଂସା କରିଥିଲେ ।


ତେବେ ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ତାଙ୍କ ଭିଡିଓ କରିଥିଲେ, ଯାହାକି ସୁରେଖାଙ୍କୁ ମଧ୍ୟ ଜଣା ନଥିଲା । ଏହି ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ସମସ୍ତେ ଲେଡି ଡାକ୍ତରଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ସୋମବାର ଦିନ ମହିଳା ଜଣକ ପୁନର୍ବାର ତାଙ୍କ ଶିଶୁ କନ୍ୟା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ, ଯେଉଁଠାରେ ଡାକ୍ତର ଶିଶୁ କନ୍ୟାର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।

ବର୍ତ୍ତମାନ ଉଭୟ ମା’ ଏବଂ ଶିଶୁ ସୁସ୍ଥ ଅଛନ୍ତି । ଶିଶୁକନ୍ୟାର ଜୀବନ ରକ୍ଷା କରିଥିବାରୁ ଖୁସବୁ ଏବଂ ତାଙ୍କ ପରିବାର ଡ଼ାକ୍ଟର ସୁରେଖାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ସତରେ ଡାକ୍ତର ହେଉଛନ୍ତି ଆମର ଦ୍ଵିତୀୟ ଭଗବାନ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *