ଋଷ ତରଫରୁ ଭାରତକୁ ମିଳିବ ପେଟ୍ରୋଲ ଉପରେ ଜବରଦସ୍ତ ଫାଇଦା, କଣ ପୁଣି ଶସ୍ତା ହେବ Petrol ?

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୨୨ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ବନ୍ଧୁଗଣ ଏହି ଯୁଦ୍ଧରେ ଭାରତର ବହୁତ ବଡ ଭୂମିକା ରହିଛି । ଭାରତ ଓ ଋଷର ଘନିଷ୍ଠ ବନ୍ଧୁତା ବିଷୟରେ ଏବେ ସାରା ଦୁନିଆ ଜାଣି ସାରିଛି । ତେବେ ଏହାରି ମଧ୍ୟ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ଯୁଦ୍ଧ ହେବା ପରେ ଅନେକ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଯାହାଫଳରେ ଋଷରେ ଥିବା ଅନେକ କମ୍ପାନୀ ଗୁଡିକର ଜିନିଷ ବିକ୍ରି ହୋଇ ପାରୁ ନାହିଁ । ତେବେ ଏହାରି ମଧ୍ୟରେ ଯୁଦ୍ଧ ମଝିରେ ଋଷ ଭାରତକୁ ଏକ ବଡ ଅଫର ଦେଇଛି । ଋଷ ଭାରତକୁ ଶସ୍ତା ଦରରେ ତେଲ ବିକ୍ରି କରିବାର ଅଫର ଦେଇଛି । ଏହି ସମୟରେ ସାରା ଦୁନିଆରେ କଞ୍ଚା ତେଲର ଦର ବହୁତ ଅଧିକ ବୃଦ୍ଧି ହୋଇଯାଇଛି ।

ତେବେ ଏହାରି ମଧ୍ୟରେ ଋଷର ସରକାରୀ କମ୍ପାନୀ ଭାରତକୁ କମ ଦରରେ ତେଲ ବିକ୍ରି କରିବାର ଅଫର ଦେଇଛି । ଋଷର ସବୁଠାରୁ ବଡ ତେଲ କମ୍ପାନୀ ରୋସନେଫ୍ଟ ଭାରତକୁ ତେଲ ପ୍ରତି 25 ରୁ 27 ପ୍ରତିଶତ ଡିଶକାଉଣ୍ଟ ଦେବାର କଥା କହିଛି ।ବନ୍ଧୁଗଣ ଏହି ବେପାର ରୁବଲ ଓ ରୂପେରେ ହେବ । ରୁବଲ କରେନ୍ସି ଏବେ ଦୁର୍ବଳ ଅଛି ଏହା ହେଉଛି ଋଷିଆର କରେନ୍ସି ।

ଆଗରୁ ଏହି ସବୁ ବେପାର ଡଲାରରେ ହେଉଥିଲା । ଯେହେତୁ ଆମେରିକା ଋଷ ଉପରେ ପ୍ରତିବନ୍ଧକ ଲଗାଇଛି ତେଣୁ ଏହି ବେପାର ଡଲାରରେ ହୋଇପାରିବ ନାହିଁ । ବନ୍ଧୁଗଣ ଯଦି ଭାରତ ଋଷ ଠାରୁ କଞ୍ଚା ତେଲ ଆଣିବ ତା ହେଲେ ପେଟ୍ରୋଲ ଡିଜେଲର ଦର ଭାରତରେ ନିଶ୍ଚୟ କମିବ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *