ଜାଣନ୍ତୁ କରୋନା ରୋଗୀ ଜଲ୍ଦି ରିକଭରୀ ପାଇଁ କଣ ଖାଇବେ ଓ କଣ ଖାଇବେ ନାହିଁ

ବନ୍ଧୁଗଣ ବର୍ତ୍ତମାନର ସମୟରେ ସାରା ଭାରତରେ କରୋନା ମହାମାରୀର ସ୍ଥିତି ଜଟିଳ ହୋଇଛି । ଏହି ଭାଇରସରେ ସଂକ୍ରମିତ ହୋଇ ହଜାର ହଜାର ଲୋକ ନିଜ ପ୍ରାଣ ହରାଇ ସାରିଛନ୍ତି

ଓ ଅନ୍ୟ ପକ୍ଷରେ ଲକ୍ଷାଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି । ଏହି ଭାଇରସର ତିନୋଟି ସ୍ଟେଜ ରହିଛି ଯାହାକୁ ଆଖି ଆଗରେ ରଖି ଆପଣ ମାନେ ଚିକିତ୍ସା ନେଇପାରିବେ । ବନ୍ଧୁଗଣ କରୋନାରେ ଆକ୍ରାନ୍ତ ହେବା ପରେ ସମସ୍ତ ଲୋକ ଶୀଘ୍ର ସୁସ୍ଥ ହେବା ପାଇଁ ଇଛା କରନ୍ତି । ଏଥିପାଇଁ ଆପଣ ମାନଙ୍କୁ କେତେକ ମେଡ଼ିସିନ ଖାଇବା ସହ କିଛି ଡାଏଟ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ ।

ବନ୍ଧୁଗଣ କରୋନା ସମୟରେ ଆପଣ ମାନଙ୍କୁ କଣ ସବୁ ଖାଇବା ଉଚିତ ଓ କଣ ସବୁ ଖାଇବା ଅନୁଚିତ ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ମେଡ଼ିସିନ ସହିତ ଡାଏଟର ମଧ୍ୟ ବହୁତ ବଡ ଭୂମିକା ରହିଛି । ତେଣୁ ଆପଣ ମାନଙ୍କୁ ଏହି ଡାଏଟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଡାଏଟ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ବହୁତ କମ ମାତ୍ରାରେ ଲୁଣର ସେବନ କରନ୍ତୁ । କାରଣ ଯଦି ଆପଣ ଅଧିକ ମାତ୍ରାରେ ଲୁଣର ସେବନ କରିବେ ତା ହେଲେ ଆପଣଙ୍କ ଶରୀରରେ ବ୍ଲଡ଼ ପ୍ରେସର ବଢିବାରେ ଲାଗିବ ଓ ଆପଣଙ୍କର ହାର୍ଟ ଜନିତ ସମସ୍ୟା ମଧ୍ୟ ହୋଇପାରେ । ଦ୍ଵିତୀୟରେ ହେଉଛି ଆପଣ ମାନଙ୍କୁ ନିଜ ଡାଏଟର ଚିନୀର ସେବନ କମ କରିବାକୁ ପଡିବ । ଏହା ସହିତ ତୃତୀୟରେ ଆପଣ ମାନଙ୍କୁ ତେଲ ମସଲା ଜାତୀୟ ଖାଦ୍ୟ କମ ଖାଇବାକୁ ହେବ ।

ବନ୍ଧୁଗଣ ଆପଣ ଅଧିକରୁ ଅଧିକ ଫାଇବାର ଥିବା ଖାଦ୍ୟର ସେବନ କରନ୍ତୁ । ଏହି ସମୟରେ ଆପଣ ମାନେ ସପୁରି, ଅମୃତ ଭଣ୍ଡା, କଦଳୀ ଓ ଆମ୍ବ ଆଦିର ସେବନ ଅଧିକ କରନ୍ତୁ । ଏହି ସବୁ ଖାଦ୍ୟରେ ଅଧିକ ମାତ୍ରାରେ କାର୍ବୋ ହାଇଡ୍ରେଟ ଓ ଫାଇବାର ରହିଥାଏ ଯାହା ଆପଣଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବାରେ ଅଧିକ ଲାଭଦାୟକ ହୋଇଥାଏ । ଦ୍ଵିତୀୟରେ ଆପଣ ମାନେ ଅଧିକ ରୁ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟର ସେବନ କରନ୍ତୁ । ଆପଣ ମାନେ କ୍ଷୀର ଜାତୀୟ ଦ୍ରବ୍ୟ, ଡାଲି ଓ ସୋୟାବିନ ଆଦିର ସେବନ କରନ୍ତୁ ।

ବନ୍ଧୁଗଣ ଏହା ସହିତ ଆପଣ ନିଜ ଶରୀରର ମେଟାପଲିଜକୁ ବଢାଇବା ପାଇଁ କିଛି ଓମେଗା 3 ଫେଟି ଏସିଡ ଯୁକ୍ତ ଖାଦ୍ୟ ଖାଇପାରିବେ । ଆପଣ ମାନେ ଆଲସୀ ଓ ଅଖରୋଟ ଆଦିର ସେବନ କରିପାରିବେ । ବନ୍ଧୁଗଣ ଏହା ସହିତ ଆପଣ ମାନେ ଅଧିକ ରୁ ଅଧିକ ପାଣି ପିଅନ୍ତୁ । ଯଦି ଆପଣ କରୋନା ସମୟରେ ଏହି ସବୁ ଡାଏଟ ଉପରେ ଅଧିକ ଗୁରୁତ୍ଵ ଦେବେ ତା ହେଲେ ଆପଣ ବହୁତ ଶୀଘ୍ର ଏହି ରୋଗରୁ ସୁସ୍ଥ ହୋଇଯିବେ ।

ତା ହେଲେ ବନ୍ଧୁଗଣ ଏହି ସବୁ ଡାଏଟକୁ ଧ୍ୟାନ ଦିଅନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ,ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *