ଜଲଦି ବଦଳି ଯିବ ଆପଣଙ୍କ ମୋବାଇଲ୍ ନମ୍ବର, ୧୦ ଜାଗାରେ ଏବେ ୧୧ ଅଙ୍କର ହେବ ମୋବାଇଲ୍ ନମ୍ବର

ଭାରତରେ ଶୀଘ୍ର ମୋବାଇଲ୍ ନମ୍ବର ୧୦ ଅଙ୍କ ବଦଳରେ ୧୧ ହୋଇପାରେ । ଟେଲିକମ ରେଗୁଲେଟର ଅର୍ଥୋରିଟ୍ ଅଫ୍ ଇଣ୍ଡିଆ (TRAI) ପରାମର୍ଶ ଦେଲେ କି ମଞ୍ଜୁରୀ ମିଳିବା ପରେ ମୋବାଇଲ୍ ନମ୍ୱରର ମୂଳ ଅଙ୍କ ବଦଳି ଯାଇପାରେ ଟେଲିକମ ରେଗୁଲେଟର ଅର୍ଥୋରିଟ୍ ଅଫ୍ ଇଣ୍ଡିଆ ଜାରି କରିଥିବା ନୂଆ ପରାମର୍ଶରେ ମୋବାଇଲ୍ ସହିତ ଲାଣ୍ଡଲାଇନ୍ ର ସର୍ଭିସ୍ ପାଇଁ ନୂଆ ନମ୍ବରର ପ୍ଲାନ୍ ସାମିଲ କରିବାର କଥା କହିଛନ୍ତି ।

ନୂଆ ନମ୍ବରର ପ୍ଲାନକୁ ଯଦି ଅନୁମତି ମିଳିଯାଏ ତାହେଲେ ମୋବାଇଲ୍ ନମ୍ବର ୧୧ ଅଙ୍କର ହୋଇଯିବ, ଯେତେବେଳେ କି ଲାଣ୍ଡଲାଇନରୁ ମୋବାଇଲକୁ ଫୋନ କରିବା ପୂର୍ବରୁ ଶୁନ ଲଗାଇବା ବାଧ୍ୟତାମୂଳକ ହେବ । ଆପଣଙ୍କୁ ଜଣାଇ ଦେଉଛୁ କି ଏବେ ଲାଣ୍ଡଲାଇନ୍ ରୁ ଫୋନ୍ କରିବା ସମୟରେ ଶୁନ ଲଗାଇବା ଆବଶ୍ୟକ ହୁଏ ନାହିଁ । ବର୍ତ୍ତମାନ ଲାଣ୍ଡଲାଇନ୍ ରୁ ମୋବାଇଲ୍ ନମ୍ବର କୁ ଶୁନ ନ ଲଗାଇ ଫୋନ୍ କରି ପାରିବେ ।

ଟ୍ରାଇ ଦ୍ଵାରା ଦିଆଯାଇଥିବା ପରାମର୍ଶ ଅନୁସାରେ ଯେମିତି ଆପଣ ଏକ ଫିକ୍ସିଡ ଲାଇନ୍ ଫୋନରୁ ଇଣ୍ଟର ସର୍ଭିସ ଏରିଆ କ୍ଷେତ୍ରର ମୋବାଇଲ୍ ନମ୍ବରରେ କଲ କରିବା ପାଇଁ ଡାୟଲ କରିଥାନ୍ତି ସେହି ପ୍ରକାରରେ ସର୍ଭିସ ଏରିଆ ମଧ୍ୟରେ ମୋବାଇଲ ଫୋନକୁ କାଳ କରିବା ପାଇଁ ଶୁନ ଲଗାଇବା ଆବଶ୍ୟକ ହେବ ।

୧୦ କୋଟି ଲୋକଙ୍କ ଉପରେ ପଡ଼ିବ ପ୍ରଭାବ

ଟେଲିକମ ରେଗୁଲେଟର ଅର୍ଥୋରିଟ୍ ଅଫ୍ ଇଣ୍ଡିଆର ନୂଆ ପରାମର୍ଶକୁ ଲାଗୁ କରିବା ପରେ ଭାରତର ସବୁ ମୋବାଇଲ୍ ନମ୍ବର ବଦଳି ଯିବ ଆଉ ଏମିତି ହେଲେ ଏଥିରେ ପ୍ରାୟ ୧୦ ବିଲିୟନ ମୋବାଇଲ୍ ନମ୍ବର ପ୍ରଭାବିତ ହେବେ ।

 

ଟେଲିକମ ରେଗୁଲେଟର ଅର୍ଥୋରିଟ୍ ଅଫ୍ ଇଣ୍ଡିଆର ନୂଆ ପରାମର୍ଶର ପ୍ରଭାବ ଡଙ୍ଗଲ ଉପରେ ପଡ଼ିବ ଓ ଡଙ୍ଗଲ ପାଇଁ ବ୍ୟବହାର କରାଯାଇଥିବା ମୋବାଇଲ୍ ନମ୍ବରର ସଂଖ୍ୟା ୧୩ ଅଙ୍କର ହୋଇଯିବ । ଏହି ସମୟରେ ଦେଶରେ ଡଙ୍ଗଲ ପାଇଁ ୧୦ ନମ୍ବରର ମୋବାଇଲ୍ ନମ୍ବର ଦିଆ ଯାଉଛି, ପୁଣି ଟ୍ରାଇର ପରାମର୍ଶ କି ଡଙ୍ଗଲ ପାଇଁ ମୋବାଇଲ୍ ନମ୍ବରକୁ ୧୦ ବଦଳରେ ୧୩ ଅଙ୍କ କରି ଦିଆଯିବା ଦରକାର।

ପ୍ରଥମ ଅଙ୍କ ହେବ ୯

ଟ୍ରାଇ କହିବା ଅନୁସାରେ ୧୦ ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବର କୁ ୧୧ ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବରରେ ପରିବର୍ତ୍ତନ କରାଯିବ, ଯାହାର ପ୍ରଥମ ଅଙ୍କ ୯ ହେବ । ଫିକ୍ସଡି ଲାଇନ୍ ନମ୍ବର କୁ ୨ ବା ୪ କୁ ସବୁ ଲେବଲ୍ ରେ  ନେବା ଦରକାର । କିଛି ଦିନ ପୂର୍ବେ କେତେକ ଅପରେଟର ତରଫରୁ ୩,୫ ଓ ୬ ନମ୍ବର ରୁ ଆରମ୍ଭ ହୋଇଥିବା ନମ୍ବରରୁ ଲ୍ୟାଣ୍ଡ ଲାଇନ କଣେକ୍ଷଣ ଜାରି କରାଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ଏହି ଯୋଜନା ସେବାରେ ଆସିନାହିଁ । ଯେଉଁଠି ଟ୍ରାଇ ୨ଓ ୪ ନମ୍ବର କୁ ସବୁ ଲେବଲ୍ ରେ ଯିବାପାଇଁ ପରାମର୍ଶ ଦେଇଛନ୍ତି ।

୧.୨ ବିଲିଅନ ଲୋକ ଉପଭୋକ୍ତା ଅଟନ୍ତି

ଟ୍ରାଇ ଅନୁସାରେ ଦିଆଯାଇଥିବା ରିପୋର୍ଟ ଅନୁସାରେ ଭାରତ ରେ ପାଖାପାଖି ୧.୨ ବିଲିୟନ ଟେଲିକମ ନମ୍ବର ଅଛି । ଦେଶରେ ଫିକ୍ସଡି ଲାଇନ୍ ଓ ମୋବାଇଲ୍ ର ଉପୋଭୋକ୍ତାଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଯେଉଁଠି ବିଭିନ୍ନ ହିତାଧିକାରୀ ଙ୍କ କ୍ଷେତ୍ରରୁ ମିଳୁଥିବା ଇନ୍ ପୁଟ ଏବଂ ନିଜର ଘରୋଇ ବିଭାଗ ( OHD) ଦ୍ଵାରା ହୋଇଥିବା ଆଲୋଚନା ଆଧାରରେ ଟ୍ରାଇ ତରଫରୁ ଏହି ପ୍ରସ୍ତାବ ରଖା ଯାଇଛି । ଦେଶର ସମସ୍ତ ଖବରର ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *